ଦେଖନ୍ତୁ ଭିଡିଓ : ପୂର୍ବତନ କ୍ରିକେଟର ରାହୁଲ ଦ୍ରାଭିଡଙ୍କୁ ଆସିଲା କ୍ରୋଧ,ବ୍ୟାଟ ହଲାଇ ଭାଙ୍ଗିଦେଲେ କାର,ଆଉ କହିଲେ “ଇନ୍ଦ୍ରନଗର ଗୁଣ୍ଡା ମୁଁ”

ପ୍ରସିଦ୍ଧ ପୂର୍ବ କ୍ରିକେଟର ରାହୁଲ ଦ୍ରାଭିଡ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ ଥିବାସହ ମୈଦାନରେ ତାଙ୍କର ଶାନ୍ତ ସ୍ଵଭାବ ପାଇଁ ସେ ବହୁତ ପରିଚିତ । ଦ୍ରାଭିଡ ଯେତେବେଳେ ବ୍ୟାଟିଂ କରିଥାନ୍ତି ସେତେବେଳେ ସ୍କେଜିଂ ର ଜବାବ ବ୍ୟାଟିଂରେ ଦେଇଥାନ୍ତି । ସେ କେତେଥର ଭାରତୀୟ ଦଳକୁ ମୁସ୍କିଲ ପରିସ୍ଥିତିରୁ ବାହାର କରିଥିଲେ । ଯେତେବେଳେ ସେ ଅଧିନାୟକ ଥିଲେ ବୋଲରଙ୍କ ଉପରେ ମଧ୍ୟ ରାଗୁନଥିଲେ ।

ବର୍ତ୍ତମାନ ଏହି ଶାନ୍ତ ସ୍ଵଭାବର ରାହୁଲଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ରହୁଲ ଏକ ବିଜ୍ଞାପନରେ କାର ଉପରେ ବସି ବ୍ୟାଟ ଦେଖାଇ କହୁଛନ୍ତି, ମୁଁ ଇନ୍ଦ୍ରନଗର ଗୁଣ୍ଡା ଅଟେ । ରାହୁଲ ଇନ୍ଦ୍ରନଗର କଥା କହିଥିଲେ, କାରଣ ସେ କର୍ଣ୍ଣାଟକର ଇନ୍ଦ୍ରନଗରରେ ରୁହନ୍ତି ।

ରାହୁଲ ଦ୍ରାଭିଡଙ୍କ ଏହି ଭିଡ଼ିଓକୁ ଦେଖି ଭାରତୀୟ ଅଧିନାୟକ ବିରାଟ କୋହଲି ରିଟ୍ୱିଟ କରି କ୍ୟାପ୍ସନରେ ଲେଖିଥିଲେ, ରାହୁଲ ଭାଇଙ୍କ ଏମିତି ରୂପ ବିଲକୁଲ ଦେଖିନଥିଲି । ଭିଡ଼ିଓରେ ଦ୍ରାଭିଡ ଏତେ ରାଗି ଯାଇଥିଲେ କି, ସେ ନିଜ ବ୍ୟାଟରେ କାରର ସାଇଡ଼ ଡୋର ଭାଙ୍ଗି ଦେଇଥିଲେ ।

ଭିଡ଼ିଓରେ ଆପଣ ଦେଖିପାରିବେ କେଉଁଭଳି ଭାବରେ ରାହୁଲ ରାସ୍ତା କଡ଼ରେ ଲୋକମାନଙ୍କ ସହିତ ଝଗଡ଼ା କରୁଛନ୍ତି । ସେ ଏତେ ଆକ୍ରମକ ହୋଇଯାଉଛନ୍ତି ଯେ, ବ୍ୟାଟରେ କାର ଗୁଡିକୁ ଭାଙ୍ଗି ଦେଉଛନ୍ତି ।

ଏହି ଭିଡ଼ିଓ ଏକ ବିଜ୍ଞାପନର ଭାଗ ଅଟେ । ଯାହାକୁ ଆଇପିଏଲ ପ୍ରସାରଣ ସମୟରେ ଦେଖାଯାଇଥିଲା । ରାହୁଲଙ୍କ ଏହି ରାଉଡ଼ି ଅନ୍ଦାଜ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଏହା ବହୁତ ଜୋରରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *