ଏ ଭିଡିଓ ଆପଣଙ୍କ ହୃଦୟ ଜିତିଯିବ : ରେଳ ରାସ୍ତା ଉପରେ ହାତୀ ଓ ହାତୀ ଛୁଆ ଯାଉଥିବା ସମୟରେ ଲୋକୋ ପାଇଲଟ ବ୍ରେକ ଲଗାଇ ଅଟକାଇ ଦେଲେ ଟ୍ରେନ,ଦେଖନ୍ତୁ ଭିଡିଓ

ଇଣ୍ଟରନେଟରେ ଏକ ଏଭଳି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ପ୍ରତ୍ୟେକ ଭାରତୀୟ ରେଲୱେର ପ୍ରଶଂସା କରୁଛନ୍ତି । ଏହି ଭିଡ଼ିଓରେ ହାତୀ ଓ ତା’ ଛୁଆ ଟ୍ରେନ ରାସ୍ତା ପାର ହେଉଥିବାର ଦେଖାଯାଉଛି । ସେତେବେଳେ ଟ୍ରେନଟି ଚାଲି ଆସୁଛି ଓ ଲୋକୋ ପାଇଲଟ ଦୂରରୁ ହାତୀ ମାନଙ୍କୁ ଦେଖି ବ୍ରେକ ଲଗାଇ ଦେଉଛନ୍ତି । ଏହାପରେ ହାତୀ ଓ ତାର ଛୁଆ ବହୁତ ସହଜରେ ରେଳ ରାସ୍ତା ପାର କରି ଚାଲିଯାଉଛନ୍ତି।

ଲୋକୋ ପାଇଲଟଙ୍କ ଏଭଳି କାର୍ଯ୍ୟ ଦେଖିବାପରେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । କାରଣ ଯଦି ଲୋକୋ ପାଇଲଟ ସଠିକ ସମୟରେ ଟ୍ରେନ ଅଟକାଇ ନଥାନ୍ତେ ତାହେଲେ ହାତୀଙ୍କ ଜୀବନ ଚାଲିଯାଇଥାନ୍ତା । କିନ୍ତୁ ଲୋକୋ ପାଇଲଟଙ୍କ ଏମିତି କାମ ପାଇଁ ତାଙ୍କୁ ସମସ୍ତ ଶ୍ରେୟ ଯାଉଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ପୂର୍ବାନ୍ତର ରେଲୱେର ଅଲିପୁରଦ୍ୱାର ଡିଭିଜନର ଅଧିକାରୀ ଟ୍ୱିଟରରେ ଶେୟର କରାଯାଇଥିଲା ।

ସୂଚନା ମୁତାବିକ, ଅସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଲୋକୋ ପାଇଲଟଙ୍କ ନଜର ଯେତେବେଳେ ରାସ୍ତା ଉପରେ ପଡିଥିଲା ଓ ସେମାନେ ହାତୀ କୁ ଦେଖିଲେ ସେତେବେଳେ ଏମରଜେନ୍ସି ବ୍ରେକ ମାରି ଅଟକାଇ ଦେଇଥିଲେ । ଏହି ଭିଡ଼ିଓ ଏପ୍ରିଲ 7 ତାରିଖରେ ଶେୟର କରାଯାଇଥିଲା । ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 3 ହଜାରରୁ ଅଧିକବାର ଶେୟର ଓ ଲାଇକ କରାଯାଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *