ଇଏ ହେଉଛନ୍ତି ଦୁନିଆର ସବୁଠାରୁ ଅନଲକି ପରସନ୍, ମାତ୍ର ୨ ଦିନରେ ହରାଇଦେଲେ ୧୫ ଟ୍ରିଲିୟନ ଟଙ୍କା,ଜାଣନ୍ତୁ ପୁରା ଘଟଣା

୧୫ ଟ୍ରିଲିୟନ ଟଙ୍କା ! ଏହି ଧନ ରାଶି ଏତେ ଅଧିକ ଯେ ଯେକୌଣସି ମଣିଷର ଆଗକୁ ଆସୁଥିବା ଅନେକ ପିଢ଼ି ଆରାମରେ ବସି ଖାଇପାରିବେ | କିନ୍ତୁ ଜଣେ ବ୍ୟକ୍ତି ଏହି ଧନ ରାଶିକୁ ମାତ୍ର ଦୁଇ ଦିନ ମଧ୍ୟରେ ହିଁ ହରାଇଦେଲେ | ସାଉଥ କୋରିଆର ଜଣେ ଟ୍ରେଡ଼ ଏକ୍ସପର୍ଟଙ୍କର ଏହି କ୍ଷତି କାରଣରୁ ସାରା ମାର୍କେଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି |

୫୭ ବର୍ଷିୟ ଟ୍ରେଡ଼ ଏକ୍ସପର୍ଟ ସୁଙ୍ଗ କୁକ ହ୍ୱାଙ୍ଗ ମାତ୍ର ଦୁଇ ଦିନ ମଧ୍ୟରେ ଏତେ ଭାରି ରକମର ରାଶି ହରାଇ ଦେଇଛନ୍ତି | ସେ ଏହି ବର୍ଷ ମାର୍ଚ୍ଚ ମାସ ଶେଷରେ ଏହି ଟଙ୍କା ହରାଇଥିଲେ | ଯଦି ସେ ଏହି ଟଙ୍କାକୁ ମାର୍ଚ୍ଚର ଆରମ୍ଭରେ ବାହାର କରିଥାନ୍ତେ, ତେବେ ଆଜି ସେ ଦୁନିଆର ଶ୍ରେଷ୍ଠ ଧନୀମାନଙ୍କ ଲିଷ୍ଟରେ ନିଜ ନାମ ସାମିଲ କରିପାରିଥାନ୍ତେ |

୧୯୮୨ ମସିହାରେ ସୁଙ୍ଗ କୁକ ହ୍ୱାଙ୍ଗ ସାଉଥ କୋରିଆରୁ ଆମେରିକାକୁ ସିଫ୍ଟ ହୋଇଯାଇଥିଲେ ଏବଂ ସେ ନିଜ ନାମକୁ ମଧ୍ୟ ବିଲ ରଖିଦେଇଥିଲେ | ହ୍ୱାଙ୍ଗ ଲସ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ | ଏହା ପରେ ସେ କାର୍ନେଜି ମେଲୋନ ବିଶ୍ୱବିଦ୍ୟାଳୟରୁ ଏମବିଏ ଅଧ୍ୟୟନ କରିଥିଲେ |

ସେ ଦୁଇଟି ସୁରକ୍ଷା ସଂସ୍ଥାର ବିକ୍ରେତା ଥିଲେ | ଏହା ପରେ ୧୯୯୬ ମସିହାରେ ତାଙ୍କୁ ବହୁତ ବଡ଼ ବ୍ରେକ ମିଳିଲା, ଯେତେବେଳେ ସେ ଟାଇଗର ମ୍ୟାନେଜମେଣ୍ଟ କମ୍ପାନୀରେ ଆନାଲିଷ୍ଟ ଭାବରେ କାମ କରିବାକୁ ଲାଗିଲେ | ୧୯୮୦ ମସିହାରେ ଟାଇଗର ମ୍ୟାନେଜମେଣ୍ଟର ନିର୍ମାଣ ହୋଇଥିଲା | ଏହା ଏକ ହେଜ ଫଣ୍ଡ କମ୍ପାନୀ ଥିଲା ଏବଂ ଏହି କମ୍ପାନୀରେ ହ୍ୱାଙ୍ଗ ବହୁତ ଦ୍ରୁତ ଗତିରେ ଆଗକୁ ବଢିବାକୁ ଲାଗିଲେ |

ହ୍ୱାଙ୍ଗ ୨୦୦୦ ମସିହାର ଆରମ୍ଭରେ ନିଜ କମ୍ପାନୀ ଟାଇଗର ଏସିଆ ମ୍ୟାନେଜମେଣ୍ଟ ଠିଆ କରିଲେ | ଏହି କମ୍ପାନୀ ଏସୀୟ ଷ୍ଟକ ଉପରେ ନିଜର ଫୋକସ ରଖିଲେ | ହ୍ୱାଙ୍ଗଙ୍କ ହେଜ ଫଣ୍ଡର କାମ ବହୁତ ଜୋରରେ ଚାଲିଥିଲା, କିନ୍ତୁ ୧୩ ବର୍ଷ ପରେ ତାଙ୍କୁ ନିଜ ବିଜନେସରେ ଅନେକ ସମସ୍ୟା ଆସିବାକୁ ଲାଗିଲା |

ବାସ୍ତବରେ, ଆମେରିକାର ସିକ୍ୟୁରିଟି ନିୟାମକମାନେ ହ୍ୱାଙ୍ଗଙ୍କ ଉପରେ ଇନସାଇଡ଼ର ଟ୍ରେଂଡିଙ୍ଗର ମଧ୍ୟ ଆରୋପ ଲଗାଇଥିଲେ | ଏହା ଦ୍ୱାରା ତାଙ୍କର ହେଜ ଫଣ୍ଡ ବିଜନେସ ନଷ୍ଟ ହେବାକୁ ଲାଗିଲା ଏବଂ ସେ ୨୦୧୩ ମସିହାରେ କମ୍ପାନୀ ଆର୍ଚେଗୋଜ ଲଞ୍ଚ କରିଥିଲେ |

ତେବେ ଆର୍ଚେଗୋଜ ସହିତ ହିଁ ହ୍ୱାଙ୍ଗ ପୁଣି ଥରେ ସଫଳତାର ସିଡ଼ି ଚଢ଼ିବାକୁ ଲାଗିଲେ | ଏହି କମ୍ପାନୀର ପୋର୍ଟଫୋଲିଓରେ ଆମାଜନ, ଫେସବୁକ, ଲିଙ୍କଡଇନ ଏବଂ ନେଟଫ୍ଲିକ୍ସ ପରି କମ୍ପାନୀ ଆସି ସାରିଥିଲେ ଏବଂ ହ୍ୱାଙ୍ଗ ଅନେକ ବ୍ୟାଙ୍କରୁ ଲୋନ ନେବା ପରେ ୧୦୦ ବିଲିୟନ ଡଲାରର ଜବରଦସ୍ତ ପୋର୍ଟଫୋଲିଓ ପ୍ରସ୍ତୁତ କରି ସାରିଥିଲେ |

ଏହି କାରଣରୁ ହ୍ୱାଙ୍ଗଙ୍କ ସମ୍ପତ୍ତି ୨୦ ବିଲିୟନ ଡଲାର ହୋଇଗଲା | ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ହ୍ୱାଙ୍ଗ ତାଙ୍କ ପିକରେ ୩୦ ବିଲିୟନ ଡଲାରର ମାଲିକ ହୋଇଥିଲେ | ଏହାର ଅନୁମାନ ଏଥିରୁ କରାଯାଇପାରେ ଯେ ବର୍ତ୍ତମାନ ରିଲିଜ ହୋଇଥିବା ଟପ ଟେନ ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ମୁକେଶ ଅମ୍ବାନୀ ୧୦ ନମ୍ବରରେ ଥିଲେ, ଯାହାଙ୍କର ସମ୍ପତ୍ତି ୮୪.୫ ବିଲିୟନ ଡଲାର ଅଟେ |

ତେବେ ହ୍ୱାଙ୍ଗଙ୍କ ପାଇଁ ପୁଣିଥରେ ଜିନିଷଗୁଡ଼ିକ ଖରାପ ହେବାକୁ ଲାଗିଲା | ମାର୍ଚ୍ଚ ୨୬ ତାରିଖରେ ଖବର ଆସିଲା ଯେ ଆର୍କେଗୋଜ ସେହି ଲୋନ୍ସରେ ଡିଫଲ୍ଟ କରିଛି, ଯେଉଁ କାରଣରୁ ଏହି କମ୍ପାନୀ ବିଲିୟନ ଡଲାରର ପୋର୍ଟଫୋଲିଓ ତିଆରି କରୁଥିଲା |

ହ୍ୱାଙ୍ଗ ୨୦ ବିଲିୟନ ଡଲାରର ଭିଆକମସିବିଏସ ସେୟାର କିଣିଥିଲେ | ଯେତେବେଳେ ମାର୍ଚ୍ଚ ଶେଷରେ ଭିଆକମସିବିଏସର ସେୟାର ଖରାପ ହୋଇଗଲା, ସେତେବେଳେ ବ୍ୟାଙ୍କ ଆର୍କେଗୋଜଠାରୁ ଟଙ୍କା ମାଗିଲା | ଯେତେବେଳେ ହ୍ୱାଙ୍ଗଙ୍କ କମ୍ପାନୀ ଆର୍କେଗୋଜ ଟଙ୍କା ଦେଇ ପାରିଲାନାହିଁ, ସେତେବେଳେ ବ୍ୟାଙ୍କ ତାଙ୍କ ପ୍ରପର୍ଟିକୁ ସିଜ କରିନେଲା, ଯେଉଁ କାରଣରୁ ହ୍ୱାଙ୍ଗଙ୍କୁ ୨୦ ବିଲିୟନ ଡଲାର ଅର୍ଥାତ ୧୫ ଟ୍ରିଲିୟନ ଟଙ୍କାର କ୍ଷତି ସହିବାକୁ ପଡିଲା |

ଯେଉଁଠାରେ ଅଧିକାଂଶ କୋଟିପତି ନିଜ ଟଙ୍କା ବିଜନେସ, ରିଏଲ ଇଷ୍ଟେଟ, ସ୍ପୋର୍ଟ୍ସ ଟିମ, ଆର୍ଟଵର୍କ ଏବଂ ଜଟିଳ ଇନଭେଷ୍ଟମେଣ୍ଟରେ ବିନିଯୋଗ କରନ୍ତି, ସେହିପରି ହ୍ୱାଙ୍ଗଙ୍କର ୨୦ ବିଲିୟନ ଡଲାରର ଅଧିକାଂଶ ଟଙ୍କା ଲିକ୍ୟୁଡ଼ ମନି ଥିଲା ଏବଂ ମାତ୍ର ଦୁଇ ଦିନ ମଧ୍ୟରେ ଏହି ସବୁ ଟଙ୍କା ଅଦୃଶ୍ୟ ହୋଇଗଲା |

ଆର୍କେଗୋଜର କ୍ଷତିକୁ ଆଧୁନିକ ଆର୍ଥିକ ଇତିହାସର ସବୁଠାରୁ ଐତିହାସିକ ପତନ ବୋଲି କୁହାଯାଉଛି | ବ୍ଲୁମବର୍ଗ ୱେବସାଇଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ମଣିଷ ଏତେ ଶୀଘ୍ର ଏତେ ଟଙ୍କା ପୂର୍ବରୁ କେବେହେଲେ ହରାଇନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *