ମୁମ୍ବାଇର ଅସ୍ଵଭାବନୀୟ ରେ-କ-ର୍ଡ: ବଜାୟ ରଖିଲା ପରାଜୟର ପରମ୍ପରା

ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ହରାଇଛି। ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟ ହାସଲ କରିଛି। କିନ୍ତୁ, ମୁମ୍ୱାଇ ଇଣ୍ଡିଆନ୍ସର ବୋଲିଂ ମଧ୍ୟ କିଛି ଖରାପ ନଥିଲା। ଜିତିବା ପାଇଁ ଆରସିବିକୁ ମ୍ୟାଚର ଶେଷ ବଲ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିଥିଲା। ଆଉ ତା’ସହିତ ମୁମ୍ୱାଇ ଇଣ୍ଡିଆନ୍ସ ନବମ ଥର ପାଇଁ ତା’ର ଓପନିଂ ମ୍ୟାଚରେ ପରାସ୍ତ ହୋଇଛି। ୨୦୧୩ରେ ପ୍ରଥମ ଥର ମୁମ୍ୱାଇ ଇଣ୍ଡିଆନ୍ସ ତା’ର ଓପନିଂ ମ୍ୟାଚ ହାରିଥିଲା। ଆଉ ତା’ପରଠୁ ଏହି ପରମ୍ପରା ଚାଲି ଆସିଛି।

୨୦୧୩ ମସିହାରେରେ ମୁମ୍ବାଇ ଆରସିବି ଦଳ ପାଖରୁ ପରାସ୍ତ ହୋଇଥିବା ସମୟରେ ୨୦୧୪ ମସିହାରେ କେକେଆର ଦଳ ପାଖରୁ ପରାସ୍ତ ହୋଇଥିଲା, ୨୦୧୫ ମସିହାରେରେ କେକେଆର ଦଳ ପାଖରୁ ପୁଣି ପରାସ୍ତ ହୋଇଥିଲା,୨୦୧୬ ମସିହାରେରେ ଆରପିଏସ ଦଳ ପାଖରୁ ପରାସ୍ତ, ୨୦୧୭ ମସିହାରେରେ ଆରପିଏସ ଦଳ ପାଖରୁ ପରାସ୍ତ,୨୦୧୮ ମସିହାରେ ସିଏସକେ ଦଳ ପାଖରୁ ପରାସ୍ତ, ୨୦୧୯ ମସିହାରେ ଦିଲ୍ଲୀ କ୍ୟାପିଟାଲସ ପାଖରୁ ପରାସ୍ତ ଓ ୨୦୨୦ ମସିହାରେରେ ସିଏସକେ ଦଳ ଠାରୁ ପରାସ୍ତ ହୋଇଥିଲା।

Google

ଆଇପିଏଲର ୧୪ତମ ସିଜିନର ଉଦଘାଟନୀ ମ୍ୟାଚର ପ୍ରଥମ ଦିନରେ ଡିଭିଲିୟର୍ସ ୪ଟି ଚୌକା ଓ ୨ଟି ଛକା ସହିତ ୨୭ ବଲରେ ୪୮ ରନ କରି ଦଳକୁ ବିଜୟ ହାସଲ କରାଇଥିଲେ। କିନ୍ତୁ, ଦଳ ବିଜୟ ହେବା ପାଇଁ ଦଳକୁ ମାତ୍ର ୨ ରନ ବାକିଥିବା ସମୟରେ ସେ ଆଉଟ ହୋଇଯାଇଥିଲେ। କିନ୍ତୁ, ଶେଷ ବଲରେ ହର୍ଷଲ ପଟେଲ ଗୋଟିଏ ରନ ନେଇ ଦଳକୁ ଦୁଇଟି ୱିକେଟରେ ବିଜୟ କରାଇଥିଲେ।

ଚେନ୍ନାଇ ଦଳର ଏମ୍.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟଚ ହାରି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ମୁମ୍ବାଇ ଦଳ ନିର୍ଦ୍ଧାରିତ କରାଯାଇଥିବା ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୫୯ ରନ କରିଥିଲା। ଏହି ୯ଟି ଓ୍ୱିକେଟରୁ ଆରସିବିର ବୋଲର ହର୍ଷଲ ପଟେଲ ୫ଟି ୱିକେଟ ନେଇଥିଲେ।

୧୬୦ ରନର ବିଜୟ ଲକ୍ଷ୍ୟ ନେଇ ଆରସିବି ଦଳରୁ ଓପନିଂ ବ୍ୟାଟିଂ କରିବା ପାଇଁ ଆସିଥିଲେ ୱାଶିଂଟନ ସୁନ୍ଦର ଏବଂ ବିରାଟ କୋହଲି। କିନ୍ତୁ, ୧୬ ବଲରେ ମାତ୍ର ୧୦ ରନ କରି ଓ୍ୱାଶିଂଟନ ସୁନ୍ଦର ମୁମ୍ବାଇ ଦଳର ବୋଲର କୃନାଲ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ କୋହଲିଙ୍କ ସହ ମିଶି ୩୬ ରନ କରିଦେଇଥିଲେ। ଆଉପରେ ରଜତ ପଟିଦାର ଆସିଥିଲେ। କିନ୍ତୁ,ସେ ୮ ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ।

Google

କୋହଲି ଓ ମ୍ୟାକ୍ସୱେଲଙ୍କ ଯୋଡ଼ି କ୍ରିଜରେ ଜମି ଆସୁଥିଲା। କିନ୍ତୁ, ଜସପ୍ରୀତ ବୁମ୍ରା ବିରାଟ କୋହଲିଙ୍କୁ ଏଲବିଡବ୍ଲ୍ୟୁ କରିଦେଇଥିଲେ। କୋହଲି ୪ଟି ଚୌକା ସହିତ ୨୯ ବଲରେ ୩୩ ରନ କରିଥିଲେ। ଆଉ ଏହାପରେ ଏବି ଡିଭିଲିୟର୍ସ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ବିଜୟ ହେବାପାଇଁ ୨ ରନ ବାକିଥିବା ସମୟରେ ଆଉଟ ହୋଇଯାଇଥିଲେ। ଆଉ ଶେଷ ବଲରେ ହର୍ଷଲ ପଟେଲ ଗୋଟିଏ ରନ ନେଇ ଦଳକୁ ଦୁଇଟି ୱିକେଟରେ ବିଜୟ କରାଇବାରେ ସଫଳ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *