ଆଇପିଏଲ 2021 : କେଉଁ ଟିମର କେତେ ଦମ । ଆସନ୍ତୁ ଜାଣିବା ବିଶ୍ଳେଷଣ ସହିତ

ଗତକାଲି ଭାରତରେ ସବୁଠାରୁ ବଡ଼ କ୍ରିକେଟ ଲିଗ ଆଇପିଏଲ ଆରମ୍ଭ ହୋଇଯାଇଛି । ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ହୋଇଥିଲା ।ଏହି ମ୍ୟାଚରେ ବାଙ୍ଗାଲୋର ମୁମ୍ବାଇ କୁ ହରାଇଥିଲା । ଏହି ମ୍ୟାଚ ଖୋଲା ଷ୍ଟାଡିୟମରେ ଖେଳା ଯାଇଥିଲା । କିନ୍ତୁ ଟିଭିରେ କୋଟି ଦର୍ଶକ ଏହାର ମଜା ନେଇଥିଲେ । ଆଜି ଆମେ ଆଲୋଚନା କରିବା ଯେ, କେଉଁ ଦଳ କେତେ ଶକ୍ତିଶାଳୀ ରହିବ ଏହି ଆଇପିଏଲ ସିଜିନରେ ।

ମୁମ୍ବାଇ ସବୁଠାରୁ ମଜବୁତ ଟିମ :-

ପାଞ୍ଚଥର ଟ୍ରଫି ଜିତିସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏହିଥର ପୁଣିଥରେ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ଷଷ୍ଠ ଥର ଓ ହ୍ୟାଟ୍ରିକ ଟ୍ରଫି ଜିତିବାକୁ ଚାହିଁବ । ରୋହିତ ଯଦି ବ୍ୟାଟିଂରେ ବିଫଳ ହେବେ ତାହେଲେ କ୍ୱିଣ୍ଟନ ଡ଼ି କକ ସଫଳତା ଦେବାକୁ ଚେଷ୍ଟା କରିବେ ଯଦି ଏ ନୁହେଁ ବିଫଳ ହେଉଛନ୍ତି ତାହେଲେ ଇଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଏହି ଦାୟିତ୍ୱ ରହିବ । ମୁମ୍ବାଇର ଏହି ଟପ ଅର୍ଡର ଯଦି ଅସଫଳ ରହିଲେ ତାହେଲେ ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା ଓ କିରଣ ପୋଲାର୍ଡ଼ଙ୍କ ଭଳି ଦୁର୍ଦ୍ଧଶ ଖେଳାଳି ରହିଛନ୍ତି । ସେହିପରି ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲଟ, ଯଶପ୍ରୀତ ବୁମରାଙ୍କ ଭଳି ମୁଖ୍ୟ ବୋଲର ରହିଛନ୍ତି । ମୁମ୍ବାଇ କେବଳ ନିଜର ଖରାପ ଦିନରେ ହାରିପାରେ କିନ୍ତୁ ଯଦି ଏହି ଟିମ କଥା କୁହାଯାଏ ତାହେଲେ ଏହି ଦଳ ସମସ୍ତଙ୍କୁ ମାତ୍ ଦେଇପାରିବାର କ୍ଷମତା ନିଜ ପାଖରେ ରଖିଛି ।

କୋହଲି- ଏବି ବର୍ତ୍ତମାନ ମାକ୍ସୱେଲଙ୍କ ସହିତ :-

ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମଥର ଆଇପିଏଲ ଟ୍ରଫି ଜିତିବାପାଇଁ ଓହ୍ଲାଇବେ । ଏହିଥର ଦଳ ମାକ୍ସୱେଲଙ୍କ ଉପରେ ଅଧିକ ରାଶି ନିବେଶ କରିଛି । ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଯେତେବେଳେ ଲୟରେ ଥାଆନ୍ତି ସେତେବେଳେ ତାଙ୍କ ସାମ୍ନାରେ କୌଣସି ବି ଲକ୍ଷ୍ୟ ବଡ଼ ନଥାଏ । ସେହିପରି ରାତାରାତି କାଇଲ ଯେମିସନ କୋଟିପତି ହୋଇଯାଇଛନ୍ତି । ଏଯାଏଁ ଭାରତୀୟ ପରିସ୍ଥିତିରେ ତାଙ୍କର ବୋଲିଂ ଦେଖିବାକୁ ମିଳିନାହିଁ । ସ୍ପିନ ବୋଲିଂରେ ଯୁଜବେନ୍ଦ୍ର ଚହଲ ନିଜର ଲୟ ହରାଇ ଥିବାସହ ମହମ୍ମଦ ସିରାଜ ଓ ନବଦୀପ ସୈନି ଏପର୍ଯ୍ୟନ୍ତ ସୀମିତ ଓଭରରେ ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି ।

ସିଏସକେ କୁ ରାଇନାଙ୍କ ପ୍ରତ୍ୟାବର୍ତ୍ତନ :-

ଏହି ସମସ୍ତ ମଧ୍ୟରେ ଧୋନୀଙ୍କ ନଜର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ସମତଳ ପିଚ ଉପରେ ନଜର ରହିଛି । କାରଣ ଚେନ୍ନାଇର ସ୍ଲୋ ପିଚ ଅପେକ୍ଷା ଏଠାରେ ସେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରୁଛନ୍ତି । ଅନୁଭବୀ ସୁରେଶ ରାଇନାଙ୍କ ଫେରିବା ପରେ ଇମ୍ରାନ ତାହିର ମଧ୍ୟ ଦଳରେ ଖେଳିବେ ସେହିପରି ଅଲରାଉଣ୍ଡର ମୋଏନ ଅଲ୍ଲୀ ଓ ସାମ କରନ୍ ମଧ୍ୟ ଦଳରେ ଖେଳିବାର ନଜର ଆସିବେ ।

ଅଧିନାୟକରେ ଛାପ ଛାଡିବାକୁ ବ୍ୟାକୁଳ ଅଛନ୍ତି ଋଷଭ ପନ୍ତ :-

ଋଷଭ ପନ୍ତକୁ ବର୍ତ୍ତମାନ ନୂଆ କରି ଦିଲ୍ଲୀର ଅଧିନାୟକ ଭାର ସମ୍ଭାଳିବାକୁ ପଡିବ । ସେ ନିଜର ସିନିୟର ଧୋନୀଙ୍କ ଠାରୁ ପ୍ରେରଣା ନେବାପାଇଁ ଚେଷ୍ଟା କରିବେ । ଋଷଭ ବର୍ତ୍ତମାନ ଭଲ ଫର୍ମରେ ରହିଛନ୍ତି । ଦଳ ପାଖରେ ପୃଥ୍ୱୀ ସ, ମାର୍କସ ଷ୍ଟୋଇନିଶ ଓ ଅନୁଭବୀ ଷ୍ଟିଭ ସ୍ମିଥଙ୍କ ଭଳି ଖେଳାଳି ରହିଛନ୍ତି। ସେହିପରି ବୋଲିଂ ବିଭାଗରେ ନୋରଖିୟା, ରବାଡ଼ା, ଅଶ୍ୱିନ ଓ ଅମିତ ମିଶ୍ରଙ୍କ ପରି ଅନୁଭବୀ ରହିଛନ୍ତି ।

ହାଇଦ୍ରାବାଦର ପ୍ରଦର୍ଶନରେ ନିରନ୍ତରତା :-

ସନରାଇଜର୍ସ ହାଇଦ୍ରାବାଦ ଦଳ ସବୁଠାରୁ ନିରନ୍ତର ପ୍ରଦର୍ଶନ ପାଇଁ ଜଣାଯାଇଥାଏ । ଦଳ ପାଖରେ ଡେଭିଡ଼ ୱାର୍ଣ୍ଣର, ବେୟାରଷ୍ଟୋ, ଜାଶନ ରୟ, ଭୁବନେଶ୍ୱର କୁମାର, ହୋଲ୍ଡର ଓ ରସିଦ ଖାନଙ୍କ ଭଳି ନାମୀ ଖେଳାଳି ମାନେ ରହିଛନ୍ତି ।

କେକେଆରକୁ ରସେଲଙ୍କ ଠାରୁ ଆଶା ରହିଛି :-

କେକେଆରକୁ ନିଜର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଫର୍ମରେ ଫେରିବାକୁ ଆଶା ରହିବ । ସେହିପରି ଦଳ ବରୁଣ ଚକ୍ରବର୍ତ୍ତୀଙ୍କ ଠାରୁ ଆଉଏକ ଭଲ ପ୍ରଦର୍ଶନ ଆଶା କରିବ ।

ପଞ୍ଜାବ କିଙ୍ଗସ ନୂଆ ନାମ :-

ପଞ୍ଜାବ କିଙ୍ଗସର ମାଲିକଙ୍କ ଆଶା ରହିଛି କି, ଦଳର ନାମ ପରିବର୍ତ୍ତନ କରିବାପରେ ଭାଗ୍ୟ ବଦଳିପାରେ କିନ୍ତୁ ଦଳର ଅଧିନାୟକ ଲୋକେଶ ରାହୁଲଙ୍କ ଉପରେ ସବୁ କିଛି ନିର୍ଭର ରହିବ । ମହମ୍ମଦ ଶାମି ମଧ୍ୟ ଲୟ ହାସଲ କରିବାକୁ ଚାହିଁବେ। ଦର୍ଶକ ମଧ୍ୟ କ୍ରିସ ଗେଲଙ୍କ ତାବଡ଼ତୋଡ଼ ପାଳିର ଅପେକ୍ଷାରେ ରହିଛନ୍ତି ।

ଆର୍ଚ୍ଚରଙ୍କୁ ଝୁରିବ ରାଜସ୍ଥାନ :-

ରାଜସ୍ଥାନକୁ ଆରମ୍ଭରୁ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ଅନୁଭବ ହେବ । ଦଳ ପାଇଁ ନୂଆ ଅଧିନାୟକ ଭାବରେ ସଞ୍ଜୁ ସାମସନ ନିଯୁକ୍ତି ହୋଇଛନ୍ତି । ଦଳ ପାଖରେ ବେନ ଷ୍ଟୋକସ, ଜୋଶ ବଟଲର ଓ କ୍ରିସ ମୋରିସଙ୍କ ପରି ଅନୁଭବୀ ଖେଳାଳି ରହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *