ଆଇପିଏଲ ୨୦୨୧ : ହର୍ଷଲ ପଟେଲ ରଚିଲେ ଇତିହାସ । ଏମିତି କରିବାରେ ସେ ହୋଇଗଲେ ଆଇପିଏଲର ପ୍ରଥମ ବୋଲର,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ଦୁନିଆର ସବୁଠାରୁ ପ୍ରସିଦ୍ଧ ଲିଗ ଆଇପିଏଲ ଶୁକ୍ରବାର ଦିନ ଆରମ୍ଭ ହୋଇଯାଇଥିଲା । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚଲେଞ୍ଜର୍ସ ମଧ୍ୟରେ ଟକ୍କର ମୁକାବିଲା ହୋଇଥିଲା ଏହି ମ୍ୟାଚରେ ହର୍ଷଲ ପଟେଲ ଚମତ୍କାର ପ୍ରଦର୍ଶନ କରି ଏକ ରେକର୍ଡ଼ ନିଜ ନାମରେ କରିଥିଲେ ।

ଶାନଦାର ବୋଲିଂ କରି ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପାଞ୍ଚ ଉଇକେଟ ନେବାରେ ପ୍ରଥମ ବୋଲର ହୋଇଗଲେ । ଏଥିସହ ସହ ସେ ଆରସିବି ପାଇଁ ତୃତୀୟ ବୋଲର ହୋଇଗଲେ ଯିଏକି ଏକ ମ୍ୟାଚରେ ପାଞ୍ଚଟି ଉଇକେଟ ନେଇଛନ୍ତି ।

ହର୍ଷଲ ନିଜର ଶେଷ ଓଭରରେ ତିନୋଟି ଉଇକେଟ ନେଇଥିଲେ ହୁଏତ ସେ ନିଜର ହ୍ୟାଟ୍ରିକରୁ ବଞ୍ଚି ଯାଇଥିଲେ କିନ୍ତୁ ଉଇକେଟ ନିଜ ନାମରେ କରିଥିଲେ । ପଟେଲ ଇଶାନ କିଷାନ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା ,କିରଣ ପୋଲାର୍ଡ ଓ ମାର୍କୋ ଜେଶନଙ୍କୁ ନିଜର ଶିକାର କରିଥିଲେ ।

ସେ 4 ଓଭରରେ ମାତ୍ର 27 ରନ ଦେଇ ମୁମ୍ବାଇର 5 ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । ତାଙ୍କର ଇକୋନୋମି ମଧ୍ୟ 6.8 ରହିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *