ହେଲଥ କେୟାର ସେଣ୍ଟରରେ କୋଭିଡ ଭ୍ୟାକ୍ସିନ ବଦଳରେ ମହିଳାଙ୍କୁ କୁକୁର କାମୁଡ଼ା ଟୀକା ଲଗାଇଦେଲେ, ତା ପରେ ଯାହା ହେଲା….ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଏକ ହଇରାଣ କରିବାର ଘଟଣା ସାମ୍ନାକୁ ଆସିଛି । ତିନିଜଣ ମହିଳା ଅଭିଯୋଗ କଲେ କି, ତାଙ୍କୁ କମ୍ୟୁନିଟି ହେଲଥ ସେଣ୍ଟରରେ କୋଭିଡ ଭ୍ୟାକ୍ସିନ ଦିଆଯିବା ପରିବର୍ତ୍ତେ କୁକୁର କାମୁଡିବା ଭ୍ୟାକ୍ସିନ ଦିଆଯାଇଥିଲା । ଡ଼ି ଏମ ମାମଲାର ଯାଞ୍ଚ କରିବେ ଓ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଶାମଲି ଜିଲ୍ଲାର ତିନି ମହିଳା ଭ୍ୟାକ୍ସିନ ପାଇଁ ସ୍ଥାନୀୟ ହେଲଥ କେୟାର ସେଣ୍ଟରକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଅନାରକଲିଙ୍କ ବୟସ 72, ସରୋଜଙ୍କ ବୟସ 70 ଓ ସତ୍ୟବତୀଙ୍କ 60 ଥିଲା ।

ଟୀକା ଲାଗାଇବା ସମୟରେ ସେ ଅଧିକାରୀଙ୍କୁ କହିଥିଲେ, ଆଧାରକାର୍ଡ ଦେଖିବାପାଇଁ କିନ୍ତୁ ସେ ମନାକରିଥିଲେ । ଅନାରକଲୀ କହିଥିଲେ, ତାଙ୍କ ଘର ଲୋକ ତାଙ୍କୁ କହିଥିଲେ, ଭ୍ୟାକ୍ସିନ ଲାଗାଇବା ସମୟରେ ଆଧାରକାର୍ଡ଼ ଦେଖାଇବା ଉଚିତ ଥାଏ । ସେତେବେଳେ ଟୀକା ଲାଗାଇବା ବ୍ୟକ୍ତି କହିଥିଲେ, ଏହା କରୋନା ଟୀକା ନୁହେଁ କୁକୁର କାମୁଡିବା ଟୀକା ଅଟେ । ଏହାପରେ ସେମାନେ ଡ଼କ୍ଟରଙ୍କ ପାଖରେ ଏହାର ଅଭିଯୋଗ କରିଥିଲେ ।

ଶାମଲି ଜିଲ୍ଲାର ଏହିକଥା ଜିଲ୍ଲା ଅଧିକାରୀଙ୍କ ପାଖରେ ପହଞ୍ଚିବା ପରେ ସେ ତୁରନ୍ତ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିବାପାଇଁ କହିଥିଲେ । ସେ କହିଥିଲେ, ଯଦି ଏଥିରେ ସତ୍ୟତା ମିଳିବ ତାହେଲେ ଏମାନଙ୍କୁ ଦଣ୍ଡ ନିଶ୍ଚିତ ମିଳିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *