୮ ମାସର ଗର୍ଭବତୀ ମହିଳା ତାଇକ୍ଵାଣ୍ଡୋରେ ଜିତିଲେ ସ୍ୱର୍ଣ୍ଣ ପଦକ, ବାଜିଲା ତାଳି

ଜଣେ ନାଇଜେରିଆ ମହିଳା ଆଥଲିଟ ତାଇକ୍ଵାଣ୍ଡୋରେ ସ୍ୱର୍ଣ୍ଣ ପଦକ ଜିତିଲେ | ଏପରି ସେ ସେତେବେଳେ କରିଥିଲେ, ଯେତେବେଳେ ସେ ୮ ମାସର ଗର୍ଭବତୀ ଥିଲେ | ତାଙ୍କ ନାମ ଅମିନତ ଇଡ୍ରିସ ଅଟେ | ସେ ତାଇକ୍ଵାଣ୍ଡୋର ମିକ୍ସଡ ପୁମ୍ସା କାଟାଗୋରିରେ ଏହି ପଦକ ଜିତିଲେ |

ଏହା ହେଉଛି ତାଙ୍କ ଭିଡିଓ :-

ନେସନାଲ ସ୍ପୋର୍ଟସ ଫେଷ୍ଟିଭାଲ ନିଜ ଟ୍ୱିଟର ପେଜରେ ଏହି ଭିଡିଓ ସେୟାର କରିଛି | ଏହା ଦେଖାଯାଇପାରେ ଯେ ସେ ନିଜର ମିକ୍ସଡ ପୁମ୍ସା ମୁଭ ଦେଖାଉଛନ୍ତି | ସେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ବ୍ରୋଞ୍ଜ ପଦକ ମଧ୍ୟ ଜିତିଛନ୍ତି | ଏହି ଫେଷ୍ଟିଭାଲରେ ସେ ଏକମାତ୍ର ଏପରି ଖେଳାଳି ଥିଲେ, ଯିଏକି ସବୁଠାରୁ ଅଧିକ ମେଡାଲ ଜିତିଛନ୍ତି |

ସେ କ’ଣ କହିଛନ୍ତି ?

Cnn କୁ ଦେଇଥିବା ଇଣ୍ଟରଭିୟୁରେ ସେ କହିଛନ୍ତି ଯେ ସେ ପ୍ରେଗ୍ନେନ୍ସି ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ | ସେ କହିଛନ୍ତି ଯେ ଏହି ସମୟରେ ତାଙ୍କୁ କୌଣସି ପ୍ରକାରର ଅସୁବିଧା ହୋଇନାହିଁ | ତେବେ ତାଙ୍କୁ ଏହି କଥା ପାଇଁ ଭୟ ଥିଲା ଯେ କଲେ ତାଙ୍କୁ ପ୍ରେଗ୍ନେଣ୍ଟ ହୋଇଥିବାରୁ ଏହି ଫେଷ୍ଟିଭାଲରେ ଭାଗ ନେବାକୁ ଦିଆଯିବ ନାହିଁ |

ଡାକ୍ତରଙ୍କଠାରୁ ମଧ୍ୟ ନେଇଥିଲେ ପରାମର୍ଶ :-

ଏପରିକି ତାଙ୍କ ଡାକ୍ତର ମଧ୍ୟ ତାଙ୍କୁ ଏହି ଫେଷ୍ଟିଭାଲରେ ଭାଗ ନେବାପାଇଁ ମନା କରିନଥିଲେ | ଅମିନତ କହିଛନ୍ତି ଯେ ଏଥିରେ ଏତେ ବି ରିସ୍କ ନଥିଲା, ତେଣୁ ମୁଁ ଏହା କରିବାକୁ ସ୍ଥିର କରିଥିଲି | ଡାକ୍ତରଙ୍କ କଥାକୁ ଧ୍ୟାନରେ ରଖି ଫେଷ୍ଟିଭାଲ କମିଟି ତାଙ୍କୁ ଗେମରେ ଭାଗ ନେବାକୁ ଅନୁମତି ଦେଇଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *