ଏହି ୭୩ ବର୍ଷୀୟ ମହିଳା ବାହାଘର ପାଇଁ ଦେଲେ ବିଜ୍ଞାପନ । ୬୮ ବର୍ଷ ବୟସର ଇଞ୍ଜିନିୟର କହିଲେ ହଁ ମୁଁ ବିବାହ କରିବି,ଜାଣନ୍ତୁ ପୁରା ଖବର

ଏକକଥା ଅଛି କି, ବିବାହ ଓ ପ୍ରେମ ର କୌଣସି ବୟସ ରହିନଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମୈସୁର ଠାରେ, ଯେଉଁଠି 73 ବର୍ଷ ବୟସର ରିଟାୟର୍ଡ଼ ମହିଳା ଶିକ୍ଷକ ବିବାହ ପାଇଁ ବିଜ୍ଞାପନ ଦେଇଥିଲେ । ସେହି ବିଜ୍ଞାପନରେ ଜଣେ 69 ବର୍ଷ ବୟସର ବ୍ୟକ୍ତି ନିଜର ପ୍ରତିକ୍ରିୟା ଦେଇଥିଲେ ।

ଏହି ମାମଲା କର୍ଣ୍ଣାଟକର ମୈସୁର ଅଞ୍ଚଳର ଅଟେ । ଏଠାରେ ଏକ ବିବାହର ବିଜ୍ଞାପନ ବହୁତ ଚର୍ଚ୍ଚାରେ ରହିଛି । ବିଜ୍ଞାପନରେ ଅଧିକ ବୟସର ମହିଳା ବିଜ୍ଞାପନରେ କହିଥିଲେ ତାଙ୍କୁ ଏକ ଜୀବନସାଥୀ ଦରକାର

ବେଙ୍ଗାଲୁରୁର ନାରୀବାଦୀ କାର୍ଯ୍ୟକର୍ତା ବୃନ୍ଦା ଅଦିଗେ ଇଣ୍ଡିଆ ଟୁଡେକୁ କହିଥିଲେ କି, ପ୍ରତ୍ୟେକକୁ ଏକ ସାଥିର ଆବଶ୍ୟକତା ରହିଥାଏ । ଆମକୁ ଏହିକଥାକୁ ସମ୍ମାନ କରିବା ଉଚିତ । ଏହା ନୁହେଁ କି, ଯୁବାବସ୍ଥାରେ କେବଳ ସାଥୀର ଦରକାର ହୋଇଥାଏ, ବୟସ ବଢିଲେ ମଧ୍ୟ ବୃଦ୍ଧାବସ୍ଥା ସମୟରେ ମଧ୍ୟ ସାଥୀର ଆବଶ୍ୟକ ହୋଇଥାଏ ।

ସୂଚନା ଅନୁଯାୟୀ, ଏହି ବିଜ୍ଞାପନ ଉପରେ ଜଣେ 69 ବର୍ଷ ବୟସର ବ୍ୟକ୍ତିଙ୍କ ରିଆକ୍ସନ ଆସିଥିଲା । ବ୍ୟକ୍ତି ଜଣକ ରିଟାୟାର୍ଡ଼ ଇଞ୍ଜିନିୟର ଥିଲେ ଓ ତାଙ୍କ ବିଷୟରେ ଅଧିକ ସୂଚନା ମିଳିନାହିଁ ।

ବୃଦ୍ଧା ମହିଳାଙ୍କ ମୁତାବିକ, ତାଙ୍କୁ ତାଙ୍କର ବାକି ଜୀବନରେ ଏକ ପାରିବାରିକ ପତି ଆବଶ୍ୟକ । ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ କିନ୍ତୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ଓ ଲମ୍ବା ସମୟ ପର୍ଯ୍ୟନ୍ତ ସେ ବିବାହ କରିନଥିଲେ ।

ଏହି ବିଜ୍ଞାପନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନ୍ୟପଟରେ ଯୁବାବର୍ଗ ଏହାକୁ ସମର୍ଥନ କରୁଛନ୍ତି । ସେହିପରି ଅନ୍ୟପଟରେ କିଛି ଲୋକ ମହିଳାଙ୍କୁ ସାବଧାନ ରହିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *