ରବାଡ଼ାଙ୍କ ସହିତ ଏହି ସବୁ ଷ୍ଟାର ଖେଳାଳୀ ଆଇପିଏଲରେ ଖେଳିପାରିବେ ନାହିଁ ,ଜାଣନ୍ତୁ କିଏ କିଏ ଓ କାହିଁକି ଖେଳିପାରିବେନି ?

ଆଇପିଏଲ ସିଜିନ 14 ଆଜି ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇରେ ଆଜି ଆଇପିଏଲର 14 ତମ ସିଜିନ ଆରମ୍ଭ ହେବ। କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ 8 ଟି ଫ୍ରାଞ୍ଚାଇଜ ପାଖରେ ସବୁ ଖେଳାଳି ଉପସ୍ଥିତ ନାହାଁନ୍ତି କାରଣ କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଖେଳାଳି ମାନେ ନିଜ ଫ୍ରାଞ୍ଚାଇଜ ସହ ଜଡିତ ହୋଇପାରିନାହଁନ୍ତି । ସେହିପରି ବିସିସିଆଇର ସର୍ତ୍ତ ଅନୁସାରେ ପ୍ରତ୍ୟେକ ଖେଳାଳିକୁ ନିଜ ଦଳ ସହିତ ସାମିଲ ହେବାପୁର୍ବରୁ 7 ଦିନ ପର୍ଯ୍ୟନ୍ତ ପୃଥକାବାସରେ ରହିବାକୁ ପଡିବ। ଏମିତିରେ କିଛି ଖେଳାଳି ଅଛନ୍ତି ଯିଏକି ନିଜ ଦଳ ପାଇଁ ପ୍ରଥମ ମୁକାବିଲା ଖେଳିପାରିବେ ନାହିଁ ।

ଦିଲ୍ଲୀ କ୍ୟାପିଟାଲସ କଥା କହିବାକୁ ଗଲେ ଏହି ଫ୍ରାଞ୍ଚାଇଜର ପ୍ରମୁଖ ବୋଲର କାଗିସୋ ରବାଡ଼ା ଓ ଏନରିଚ ନୋରଖିୟା ଅଟନ୍ତି ଯିଏକି ମଙ୍ଗଳବାର ଦିନ ମୁମ୍ବାଇରେ ପହଞ୍ଚି କ୍ଵରେଣ୍ଟାଇନ ରହିଛନ୍ତି । ଏହି ଅବଧି 12 ଏପ୍ରିଲରେ ଶେଷ ହେବାକୁ ଥିବାବେଳେ ଦିଲ୍ଲୀର ପ୍ରଥମ ମ୍ୟାଚ 10 ତାରିଖରେ ଚେନ୍ନାଇ ବିପକ୍ଷରେ ହେବାକୁ ଅଛି, ଯଦି ଏପ୍ରିଲ 10 ତାରିଖ ପୂର୍ବରୁ ଏହି ଖେଳାଳି ନେଗେଟିଭ ନଆସନ୍ତି ତାହେଲେ ପ୍ରଥମ ମ୍ୟାଚ ଖେଳିବା ଅସମ୍ଭବ ହେବ।

ରୟାଲ ଚାଲେଞ୍ଜର୍ସ ତରଫରୁ ଅନୁଭବୀ ଲେଗ ସ୍ପିନର ଆଡ଼ମ ଜାମ୍ପା ଓ ନ୍ୟୁଜିଲାଣ୍ଡ ଯୁବତାରକା ଫିନ ଆଲେନ ମଧ୍ୟ ପ୍ରଥମ ମ୍ୟାଚରେ ଉପସ୍ଥିତ ରହିବେନାହିଁ । ସେହିପରି ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଲୁଙ୍ଗି ଏନଗିଡ଼ି ମଧ୍ୟ କ୍ଵରେଣ୍ଟାଇନରେ ଥିବାରୁ ସେ ନିଜର ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ ।

ସେହିପରି ରାଜସ୍ଥାନ ପାଇଁ ପ୍ରଥମ ଚାରୋଟି ମୁକାବିଲା ଜୋଫ୍ରା ଆର୍ଚ୍ଚର ଖେଳିବେନାହିଁ । ଯାହାକି ରାଜସ୍ଥାନ ରୟାଲସ ପାଇଁ ବହୁତ ବଡ଼ ଝଟକା ଅଟେ । ଏହାବ୍ୟତୀତ ମଧ୍ୟ ରାଜସ୍ଥାନ ପାଖରେ ବେନ ଷ୍ଟୋକସ, ଜୋଶ ବଟଲର, ମୁସ୍ତାଫିଜୁର ରେହମାନ, ଆଣ୍ଡ୍ରୟୁ ଟାୟଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *