ଦେଖନ୍ତୁ ଭିଡ଼ିଓ : ଦୁନିଆରେ ସବୁଠାରୁ ଲମ୍ବା ନଖ ରଖିଥିବା ମହିଳା, ୨୮ ବର୍ଷ ପରେ କାଟିଲେ ନିଜର ନଖ

ଆମେରିକାର ଟେକ୍ସସରେ ରହୁଥିବା ଅୟାନ ଲମ୍ବା ନଖ ମାମଲାରେ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଦେଇଛନ୍ତି । କିନ୍ତୁ ସେ ବର୍ତ୍ତମାନ ତାଙ୍କୁ ପ୍ରସିଦ୍ଧ କରିଥିବା ନଖ ଗୁଡ଼ିକୁ କାଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ସାଧାରଣତଃ ଆମେ ମାନେ ସପ୍ତାହକୁ ଥରେ ନଖ ଗୁଡ଼ିକୁ କାଟିଥାନ୍ତି । କିନ୍ତୁ କେମିତି ହେବ ଯଦି ଆମେ ଆପଣଙ୍କୁ କହୁ ଜଣେ ମହିଳା ନିଜର ନଖକୁ ଦୀର୍ଘ 28 ବର୍ଷ ପରେ କାଟିଛନ୍ତି। ଆମେରିକାର ଟେକ୍ସସରେ ରହୁଥିବା ଅୟାନା ବିଲୟମ ନିଜର ଲମ୍ବା ନଖ ପାଇଁ ଗିନିଜ ବିଶ୍ୱ ରେକର୍ଡ଼ ବନାଇ ଦେଇଛନ୍ତି । ସେ ବର୍ତ୍ତମାନ ଏହି ନଖ କାଟିବାକୁ ଫଇସଲା କରିଛନ୍ତି । ସେ ଏହାର ଖବର ଗିନିଜ ବିଶ୍ୱ ରେକର୍ଡ଼ ଇଂଷ୍ଟାଗ୍ରାମ ପେଜରେ ଦେଇଛନ୍ତି ।

ଶେଷଥର ଯେତେବେଳେ ଅୟାନାଙ୍କ ନଖ ମପାଯାଇଥିଲା ସେତେବେଳେ ଏହାର ଲମ୍ବ 733.55 ସେଣ୍ଟିମିଟର ଥିଲା । ଅୟାନା ଟେକ୍ସସର ଏକ ଡ଼କ୍ଟରଙ୍କ ସହାୟତାରେ ନିଜର ନଖକୁ କାଟିଦେଇଛନ୍ତି ।

ଭିଡ଼ିଓରେ ତାଙ୍କର ନଖ କଟାଯିବା ସମୟରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ କିଛି ୟୁଜର୍ସ କହିଥିଲେ କି, ଜୀବନରେ ସେ କାମ କେମିତି କରନ୍ତି ? ଯଦି ତାଙ୍କର ଏତେ ବଡ଼ ବଡ଼ ନଖ ଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *