ଦେଖନ୍ତୁ ଭିଡ଼ିଓ : ଯୁଜୁବେନ୍ଦ୍ର ଚହଲଙ୍କ ସ୍ତ୍ରୀଙ୍କୁ ଟେବୁଲ ଟେନିସରେ ହରାଇ ମହମ୍ମଦ ସିରାଜ କରୁଛନ୍ତି ସାନଦାର ଡ୍ୟାନ୍ସ

ଆଇପିଏଲ ୨୦୨୧:

ଆଇପିଏଲ ୨୦୨୧ର ଆରମ୍ଭ ଏପ୍ରିଲ୯ରୁ ହେବାକୁ ଯାଉଛି। ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ହେବ। ଦୁଇ ଦଳ ବିଜୟ ସହିତ ମ୍ଯାଚ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଦୁଇ ଦଳ ନେଟ୍ସରେ ଝାଳ ବୁହାଇବା ଆରମ୍ଭ କରିଦେଇଛନ୍ତି। ପ୍ରତ୍ଯେକଥର ଭଳି ଏଥର ମଧ୍ୟ ଯୁଜୁବେନ୍ଦ୍ର ଚହଲଙ୍କର ମଜାଳିଆ ଭିଡିଓ ଭାଇରାଲ ହେଉଅଛି। ଏଥର ତାଙ୍କ ସହ ତାଙ୍କର ସ୍ତ୍ରୀ ଧନଶ୍ରୀ ମଧ୍ୟ ନଜର ଆସୁଛନ୍ତି। ଏଥର ଆରସିବିର ଖେଳାଳି ଶ୍ରୀକର ଭରତ ଏକ ଭିଡିଓ ସେୟାର କରିଥିଲେ, ଯେଉଁଠି ଚହଲ ଓ ତାଙ୍କର ପତ୍ନୀ ଧନଶ୍ରୀଙ୍କୁ ହରାଇବା ପରେ ମହମ୍ମଦ ସିରାଜ ଡାନ୍ସ କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ତୀବ୍ର ଭାବରେ ଭାଇରାଲ ହେଉଅଛି।

ଆରସିବି ଦଳ ଚେନ୍ନାଇରେ ଦ ଲୀଳା ପେଲେସରେ ରହିଛନ୍ତି। ଯେଉଁଠି ଖେଳାଳିମାନେ ଉପଭୋଗ କରୁଥିବାର ଦେଖାଯାଉଛି। ଶ୍ରୀକର ଭରତ ଓ ମହମ୍ମଦ ସିରାଜଙ୍କର ଟେବୁଲ ଟେନିସ ମୁକାବିଲା ଯୁଜୁବେନ୍ଦ୍ର ଚହଲ ଓ ଧନଶ୍ରୀଙ୍କ ମଧ୍ୟରେ ହୋଇଥିଲା। ଏହି ମ୍ଯାଚରେ ହରାଇବା ପରେ ଚହଲ ଓ ଧନଶ୍ରୀ ଡାନ୍ସ କରୁଥିଲେ। ପୁଣି ଶ୍ରୀକର ଓ ମହମ୍ମଦ ସିରାଜ ସେମାନଙ୍କୁ ହରାଇ ସାନଦାର ଡାନ୍ସ କରିଲେ।

ଦେଖନ୍ତୁ ଭିଡିଓ:-

ଜଣାଇଦେଉଛୁକି ଆଇପିଏଲ ୨୦୨୧ର ପ୍ରଥମ ମ୍ଯାଚ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏପ୍ରିଲ ୯ରୁ ହେବ। ମୁମ୍ବାଇ ୫ଥର ଆଇପିଏଲର ଟାଇଟଲ ଜିତିସାରିଛି। ଗତ ଲଗାତାର ୨ବର୍ଷ ଧରି ଟାଇଟଲ ଜିତିବାରେ ସଫଳ ରହିଛି।

ଶେଷ ସିଜିନରେ ମୁମ୍ବାଇ ଫାଇନାଲରେ ଦିଲ୍ଲୀକୁ ହରାଇ ଟାଇଟଲ ଜିତି କମାଲ ଦେଖାଇଥିଲା। ବର୍ତ୍ତମାନ ଯଦି ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ଜିତିବାରେ ସଫଳ ରୁହେ ତେବେ ଲଗାତାର ତୃତୀୟ ଥର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଜିତିଥିବା ପ୍ରଥମ ଦଳ ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *