ଦେଖନ୍ତୁ ଭିଡିଓ : କିପରି ପାର୍କିଙ୍ଗରେ କାର ତଳେ ଲୁଚି ରହିଥିବା ୧୦ ଫୁଟ ଲମ୍ବ ବିଶିଷ୍ଟ କୁମ୍ଭୀରକୁ ଧରାଗଲା

ଘଟଣାଟି ଫ୍ଲୋରିଡ଼ାର ଅଟେ :-

ଏଠାରେ ତ କୁମ୍ଭୀରକୁ ଦେଖି ମଣିଷ ଡରିଯାଇଥାଏ | ଟିକେ ଭାବନ୍ତୁ ଯେତେବେଳେ ୧୦ ଫୁଟ ଲମ୍ବ ବିଶିଷ୍ଟ କୁମ୍ଭୀର କାହାକୁ ଦେଖାଦିଏ, ତେବେ ତା’ର କ’ଣ ହେବ ? ବାସ୍ତବରେ ଆମେରିକାର ଫ୍ଲୋରିଡ଼ାରେ କୁମ୍ଭୀର ଦେଖାଯିବା ଏକ ସାଧାରଣ କଥା ଅଟେ | କିନ୍ତୁ କେହି ଚିନ୍ତା ବି କରିନଥିବେ ଯେ କୁମ୍ଭୀରକୁ ଏକ ବଡ ଆଲିଗେଟର ପାର୍କିଙ୍ଗରେ ଠିଆ ହୋଇଥିବା କାର ତଳେ ଦେଖିବାକୁ ମିଳିବ | ଆଜ୍ଞା ହଁ, ଏହି ଘଟଣାର ଭିଡିଓ ଦେଖି ଇଣ୍ଟରନେଟରେ ପବ୍ଲିକ ଆଶ୍ଚର୍ଯ୍ୟ ହୋଇଛନ୍ତି |

କ’ଣ ରହିଛି ପୁରା ମାମଲା ?

ରିପୋର୍ଟ ଅନୁଯାୟୀ, ମାମଲାଟି ଫ୍ଲୋରିଡାର ଟମ୍ପା ସହରର ଅଟେ | ଯେଉଁଠାରେ ଗୋଟିଏ ୧୦ ଫୁଟ ଲମ୍ବ ବିଶିଷ୍ଟ କୁମ୍ଭୀରକୁ ପାର୍କିଙ୍ଗରେ ଠିଆ ହୋଇଥିବା କାର ତଳେ ଦେଖି ଲୋକମାନେ ଉତ୍ତେଜିତ ହୋଇଯାଇଥିଲେ | ଏବିସି ରିପୋର୍ଟ ଅନୁଯାୟୀ, ଏହି ଘଟଣା ଏକ ଆପାର୍ଟମେଣ୍ଟର କମ୍ପ୍ଲେକ୍ସର ଅଟେ | ଯେତେବେଳେ ସ୍ଥାନୀୟ ଲୋକମାନେ ଆଲିଗେଟରକୁ ଦେଖିଲେ, ସେତେବେଳେ ଘଟଣା ସହିତ ସମ୍ପୃକ୍ତ ସୂଚନା ଅଧିକାରୀଙ୍କୁ ଦେଇଥିଲେ |

ଲୋକମାନେ ଏହିପରି ପ୍ରତିକ୍ରିୟା ଦେଇଛନ୍ତି :-

ଶୀଘ୍ର ‘ହିଲସବୋରୋ କାଉଣ୍ଟି ଶେରିଫ ଅଫିସ’ର ଅଫିସର ଘଟଣାସ୍ଥଳରେ ପହଞ୍ଚିଲେ ଏବଂ କୁମ୍ଭୀରକୁ ଖୋଜିନେଲେ | ଯେତେବେଳେ ସେମାନେ କୁମ୍ଭୀରକୁ ମାପିଲେ, ସେତେବେଳେ ତା’ର ସାଇଜ ୧୦ ଫୁଟ ୨ ଇଞ୍ଚ ବୋଲି ଜଣାପଡିଲା | କୁହାଯାଉଛି ଯେ ଏହି ଭାଇରଲ ଭିଡିଓକୁ ଖବର ଭାବରେ ଲେଖାଯିବା ବେଳକୁ ୬୨ ହଜାରରୁ ଅଧିକ ଭ୍ୟୁ ଏବଂ ପ୍ରାୟ ପାଞ୍ଚ ଶହ ଲାଇକ ମିଳିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *