OTETର ପ୍ରଥମ ସିଟିଂ ପରୀକ୍ଷାରୁ ଲିକ ହେଲା ପ୍ରଶ୍ନପତ୍ର

ସାରା ରାଜ୍ୟରେ ଆଜି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (OTET) ଚାଲିଥିବା ସମୟରେ ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଆବେଦନ କରିଥିବା ପ୍ରାଥୀମାନେ ମାନେ ପରୀକ୍ଷା ଦେଉଛନ୍ତି| କିନ୍ତୁ,ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ୱପତ୍ର ଲି-କ ହୋଈଥିବା ଘ-ଟ-ଣା ସାମନାକୁ ଆସିଛି|

ସୂଚନା ଅନୁସାରେ,ଆଜି ସକାଳ ୮ଟା ସମୟରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଥିଲା| ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ନପୂରୁଣୁ ପ୍ରଶ୍ୱପତ୍ର ଏବଂ ଉତ୍ତର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିଲା| ପ୍ରଥମ ସିଟିଂର ‘ଡି’ ସେଟ‌ର ପ୍ରଶ୍ନପତ୍ର ଲି-କ‌ ହୋଇଥିବା କଥା ସୂଚନା ମିଳୁଛି|

Google

ପରୀକ୍ଷା କେନ୍ଦ୍ରର ଜଣେ ପରୀକ୍ଷାର୍ଥୀଙ୍କ ପାଖରୁ ଗୋଟିଏ ମୋବାଇଲ ଜ-ବ-ତ କରାଯାଇଥିଲା| ସେହି ମୋବାଇଲରେ ପ୍ରଶ୍ନପତ୍ରର ପ୍ରଶ୍ନ ଫଟୋ ଉଠାଯାଇଥିଲା| ଏସମ୍ପର୍କରେ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେବଣୀ ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ସୂଚନା ଦେଇଛନ୍ତି| ସେହି ମୋବାଇଲରୁ ପ୍ରଶ୍ନପତ୍ର ଭାଇରଲ ହୋଇଛି ନା ନାହିଁ ସେ ସମ୍ପର୍କରେ ତ-ଦ-ନ୍ତ କଲା ପରେ ଜଣାପଡିବ ବୋଲି ସେ କହିଛନ୍ତି

ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀମାନେ ପରୀକ୍ଷାର୍ଥୀଙ୍କ ପାଖରୁ ମୋବାଇଲକୁ ଜ-ବ-ତ କରିଛନ୍ତି| କଇନ୍ତି, ମୋବାଇଲ କେନ୍ଦ୍ରରେ ମୋବାଇଲ ନି-ଷେ-ଧ ହୋଇଥଲେ ମଧ୍ୟ ସେ କେମିତି ମୋବାଇଲ ଭିତରକୁ ଆଣିଲେ ସେ ବିଷୟରେ ପ୍ରଶ୍ନ ଉଠିଛି|

ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି ଯେ,ଏକ ମୋବାଇଲ ଜବତ ହୋଇଛି| ମୋବାଇଲକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଖକୁ ପଠେଇ ଦିଆଯାଇଛି| ପ୍ରଶ୍ନପତ୍ର ଭାଇରାଲ ହେବା କଥା ସେଠି ଜଣାପଡ଼ିବ ବୋଲି ସେ କହିଛନ୍ତି| ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଲିକ‌ ଘଟଣାକୁ ଖଣ୍ଡନ କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା|

Leave a Reply

Your email address will not be published. Required fields are marked *