ବର-କନ୍ୟାଙ୍କ ବାହାଘର ଦିନ ଜଣା ପଡିଲା ଯେ ସେମାନେ ଭାଇ-ଭଉଣୀ ବୋଲି, ତାପରେ ଯାହା ହେଲା ତାହା କେବେ କେହି ଚିନ୍ତା କରିନଥିଲେ,ଜାଣନ୍ତୁ ପୁରା ଖବର

ବିବାହ ସମ୍ବନ୍ଧକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ସ୍ତରର ଉତ୍ସାହ ଥାଏ। ଯେତେବେଳେବି କୌଣସି ବିବାହ ସ୍ଥିର ହୁଏ, ତେବେ ପୁଅ କିମ୍ବା ଝିଅ ପରିବାରର ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯାଏ। ସେମାନେ କିଏ, ସେମାନେ କେଉଁ ସ୍ତରର ଅଟନ୍ତି, ସେମାନେ କଣ କରନ୍ତି ଏବଂ ସେମାନଙ୍କର ପରିବାରର ବେକଗ୍ରାଉଣ୍ଡ କଣ ଇତ୍ୟାଦି ଜିନିଷଗୁଡିକ ଭଲ ଭାବରେ ଯାଞ୍ଚ କରାଯାଇଥାଏ। ଏହି ସମୟରେ ଚାଇନାରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ପୁଅଟି ଏଠାରେ ଯେଉଁ ଝିଅକୁ ବିବାହ କରିବାକୁ ଯାଉଛି ସେହି ଝିଅଟି ତାର ଭଉଣୀ ଅଟନ୍ତି। ପୁଣି ଯାହା ଘଟିଲା ତାହା ଏକ ଅତ୍ୟନ୍ତ ଭାବପ୍ରବଣୀୟ ଦୃଶ୍ୟ ଥିଲା।

ଏହି ଘଟଣାଟି ଚାଇନାର ସୋଜାଓର ଅଟେ। ଏଠାରେ ୩୧ ମାର୍ଚ୍ଚରେ ଆୟୋଜିତ ବିବାହରେ ଏକ ଅଜବ ଘଟଣା ଘଟଥିଲା। କନ୍ୟାର ଶାଶୁ ଝିଅର ହାତରେ ଏକ ଜନ୍ମ ଚିହ୍ନ ଦେଖିଥିଲେ। ଏହି ଚିହ୍ନ ଠିକ ସେହିପରିଥିଲା ଯେମିତି ବହୁତ ବର୍ଷ ତଳେ ହଜିଯାଇଥିବା ତାଙ୍କ ଝିଅର ହାତରେ ଥିଲା। ଏହି ଚିହ୍ନ ଦେଖି ସେ ଝିଅର ପିତାମାତାଙ୍କ ନିକଟକୁ ଗଲେ। ସେ ତାଙ୍କଠାରୁ ଜାଣିବାକୁ ପାଇଲେଯେ, ସେ ଝିଅଟିକୁ ୨୦ ବର୍ଷ ପୂର୍ବେ ଗ୍ରହଣ କରିଥିଲେ।


କନ୍ୟାର ପିତାମାତା କହିଛନ୍ତିଯେ, ସେମାନେ ଝିଅକୁ ୨୦ ବର୍ଷ ପୂର୍ବେ ରାସ୍ତାରେ ପାଇଥିଲେ। ଏଭଳି ପରିସ୍ଥିତିରେ ସେ ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ ଏବଂ ଲାଳନ-ପାଳନ କରି ବଡ଼ କରିଥିଲେ। ସେ ଝିଅକୁ ନିଜ ଝିଅପରି ରଖିଥିଲେ। ଯେତେବେଳେ କନ୍ୟା ଏହି ସମ୍ପୂର୍ଣ୍ଣ କାହାଣୀ ଶୁଣିଲେ, ସେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲା। ତାଙ୍କୁ ତାଙ୍କର ପ୍ରକୃତ ପିତାମାତା ବିଷୟରେ ଜାଣିବାକୁ ଉତ୍ସାହ ଥିଲା। ସେ ତାଙ୍କର ପ୍ରକୃତ ପିତାମାତାଙ୍କୁ ଭେଟି ବହୁତ ଖୁସି ହୋଇଥିଲେ। ଯଦିଓ ଏହି କାହାଣୀ ଏଠାରେ ଶେଷ ହୋଇନଥିଲା, ପରବର୍ତ୍ତୀ ଘଟଣା ଯାହା ଘଟିଥିଲା ତାହା ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା।

ଝିଅଟି ହେଉଛି ତାର ହେବାକୁ ଥିବା ଶାଶୁଙ୍କର ହିଁ ପ୍ରକୃତ ଝିଅ। କିନ୍ତୁ ଏହି କଥା ଜାଣି କନ୍ୟା ବହୁତ ଚିନ୍ତିତ ହୋଇଯାଇଥିଲେ, ବର୍ତ୍ତମାନ ତାଙ୍କର ଏବଂ ପୁଅର କିପରି ବିବାହ ହେବ। ଏହି ସତ ବାହାରକୁ ଆସିବା ପରେ ଦୁହେଁ ସଂପର୍କରେ ଭାଇଭଉଣୀ ହୋଇଥିଲେ। ତେବେ ଝିଅର ପ୍ରକୃତ ମା କହିଥିଲେଯେ, ସେମାନେ ଝିଅକୁ ହରାଇବା ପରେ ଏକ ପୁଅ ଗ୍ରହଣ କରିଛନ୍ତି। ସେ ପୁଅଟି ଏହି ଅଟେ। ଅର୍ଥାତ ପୁଅ ଏବଂ ଝିଅ ସମ୍ପର୍କରେ ଭାଇଭଉଣୀ ଅଛନ୍ତି କିନ୍ତୁ ଉଭୟଙ୍କର ରକ୍ତ ସମ୍ପର୍କ ନାହିଁ।

ଝିଅର ପ୍ରକୃତ ମା କହିଛନ୍ତିଯେ, ଦୁହେଁ ବିବାହ କରିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ। ତାପରେ ପୁଅ ଝିଅ ପରସ୍ପରକୁ ବିବାହ କରିଥିଲେ। ବିବାହ ବହୁତ ଭଲ ଭାବରେ ହୋଇଗଲା। ସମସ୍ତ ଅତିଥିମାନେ ତାଙ୍କୁ ଶୁଭକାମନା ଦେଇଥିଲେ। ମାଙ୍କୁ ମଧ୍ୟ ତାଙ୍କ ପ୍ରକୃତ ଝିଅ ମିଳିଯିବାରୁ ଅଭିନନ୍ଦନ ମିଳିଥିଲା। ବିବାହକୁ ପୂର୍ଣ୍ଣ ରୀତିନୀତି ଅନୁଯାୟୀ ସମାପ୍ତ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *