ଆପଣ ମଧ୍ୟ ଆଉ କାହାକୁ ଚାକିରୀ ଦେବା ପାଇଁ ଚାଁହୁଛନ୍ତି କି ! ତା ହେଲେ ଆପଣଙ୍କୁ ସାହାଯ୍ୟ କରିବ ମୋଦୀ ସରକାରଙ୍କ ଏହି ୪ ଯୋଜନା,ଜାଣନ୍ତୁ ସମସ୍ତ ଯୋଜନା ବିଷୟରେ

ଯଦି ଆପଣଙ୍କ ପାଖରେ ରୋଜଗାରର ଆଇଡ଼ିଆ ରହିଛି ତେବେ ଚାକିରି କରିବା ପରିବର୍ତ୍ତେ ଆପଣ ଚାକିରି ଦେଇପାରିବେ|ମାନେ ଆପଣ ନିଜେ ବ୍ୟବସାୟ ଆରମ୍ଭ କରିପାରିବେ|ଏଭଳି ଲୋକଙ୍କୁ ସରକାର ସାହାଯ୍ୟ କରୁଛନ୍ତି|ରୋଜଗାର ଛୋଟ ବା ବଡ ହେଉ ଏଥିପାଇଁ ଆର୍ଥିକ ସାହାଯ୍ୟ ନିମନ୍ତେ କେନ୍ଦ୍ର ସରକାର ହାତ ବଢାନ୍ତି|ଆପଣ ନିଜ ହିସାବରେ ଲୋନ ନେଇପାରିବେ,ଏଥିପାଇଁ ସରକାରଙ୍କ ବହୁ ଯୋଜନା ରହିଛି|

ମୁଦ୍ରା ଲୋନ:ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଦେଶର ଯୁବକମାନଙ୍କୁ ବ୍ୟବସାୟ ପାଇଁ ବିନା ଗ୍ୟାରେଣ୍ଟିରେ ଲୋନ ଦିଆଯାଏ|ଏହା ୬ ବର୍ଷ ପୂର୍ବେ ୨୦୧୫ରେ ଆରମ୍ଭ ହୋଇଥିଲା|ଏଥିରେ ୩ ପ୍ୟକାରର ଲୋନ ଦିଆଯାଏ|ଶିଶୁ ମୁଦ୍ରା ଲୋନ୍(୫୦୦୦୦ଟଙ୍କା ପର୍ଯ୍ୟନ୍ତ),କିଶୋର ମୁଦ୍ରା ଲୋନ(୫୦,୦୦୧ ରୁ ୫ ଲକ୍ଷ ପର୍ଯ୍ୟନ୍ତ),ତରୁଣ ମୁଦ୍ରା ଲୋନ (୫ ଲକ୍ଷ ୧ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ) ରହିଛି|

ଅର୍ଥ ମନ୍ତ୍ରାଳୟ ସୂଚନା ଅନୁସାରେ ବିତ୍ତିୟ ସଂସ୍ଥାନ ଗୁଡିକ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ପୂର୍ବ ୬ ବର୍ଷ ମଧ୍ୟରେ ୨୮.୬୮ କୋଟି ଲାଭାର୍ଥୀ ୧୪.୯୬ ଲକ୍ଷ କୋଟି ଟଙ୍କା ନେଇଛନ୍ତି|ଏହି ଯୋଜନା ଛୋଟ ବ୍ଯବସାୟୀଙ୍କୁ ପ୍ରୋତ୍ସାହନ ଦିଏ|ଏଥିରେ ୮୮% ଶିଶୁ ଲୋନ ଦିଆଯାଇଛି|

ଷ୍ଟାଣ୍ଡ ଅପ ଇଣ୍ଡିଆ:ଅନୁସୂଚିତ ଜାତି,ଜନଜାତି ଓ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ପାଇଁ ୫ ଏପ୍ରିଲ ୨୦୧୬ ରେ ଏହି ଯୋଜନା ଆରମ୍ଭ ହୋଇଥିଲା|ଏହାର ଉଦେଶ୍ୟ ଆର୍ଥିକ ସଶକ୍ତିକରଣ ଓ ରୋଜଗାର ସୃଷ୍ଟି ପାଇଁ ମୂଳସ୍ତରରେ ସାହାଯ୍ୟ କରିବା|ଏହି ଯୋଜନାରେ ୨୫ ହଜାର କୋଟିରୁ ଉର୍ଦ୍ଧ୍ବ ଲୋନ ଦିଆଯାଇଛି|

ସମାଜର ପଛୁଆ ବର୍ଗ ଲୋକଙ୍କୁ କାରବାର ଜଗତରେ ପାଦ ଦେବାକୁ ଏହା ସଫଳ ସାବ୍ୟସ୍ତ ହେଇଛି|ଏଥିରେ ଲାଭାର୍ଥୀ ସଂଖ୍ୟା ୧ ଲକ୍ଷରୁ ଉର୍ଦ୍ଧ୍ବ ଓଏହା ବୃଦ୍ଧି ପାଉଛି|ଏହି ଯୋଜନାକୁ ଏବେ ୨୦୨୫ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି|ଏଥିରେ ଲାଭାର୍ଥୀ ୧୦ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଲୋନ ନେଇପାରିବେ|

ଏମ୍ଏସ୍ଏମ୍ଇ ଲୋନ୍:କରୋନା ସମୟରେ ପୂର୍ବ ବର୍ଷ ଆତ୍ମନିଭର ଅଭିଯାନ ପ୍ୟାକେଜ ଅନ୍ତର୍ଗତ ଇମରଜେନ୍ସି କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ର ନାମରେ ଏମ୍ଏସ୍ଏମ୍ଇ ସାହାଯ୍ୟ ପାଇଁ ତିନି ଲକ୍ଷ କୋଟି ଟଙ୍କାର ଲୋନ ଦେବାପାଇଁ ସାହାଯ୍ୟ କରିଥିଲେ|୩୧ ମାର୍ଚ୍ଚ ୨୦୨୧ରେ ଏହି ସ୍କିମର ସମୟସୀମା ସମାପ୍ତ ହେବାକୁ ଥିଲା|ଏବେ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି|ଏହି ସ୍କିମ ଜରିଆରେ ମଞ୍ଜୁର ଲୋନ ରାଶି ମିଳିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୧ ଅଟେ|

ଏହାର ଘୋଷଣା ଆତ୍ମ ନିର୍ଭର ପ୍ୟାକେଜ ଅନ୍ତର୍ଗତ ପୂର୍ବ ବର୍ଷ ମଇ ମାସରେ ଘୋଷଣା କରାଯାଇଥିଲା|ପ୍ରଥମେ ଏହା କେବଳ ଏମ୍ଏସ୍ଏମ୍ଇ ପାଇଁ ସମର୍ପିତ ଥିଲା କିନ୍ତୁ ପରେ ପ୍ରଫେସନାଲ୍ସକୁ ମଧ୍ୟ ସାମିଲ କରାଯାଇଥିଲା|ଏହା ସହ ଵଡ କମ୍ପାନୀ ମଧ୍ୟ ଏହି ସ୍କିମରେ ଉପକୃତ ହେଲେ|

ସ୍ୱନିଧି ଯୋଜନା:ଯଦି ଆପଣଙ୍କ ପାଖରେ ପୁଞ୍ଜି ଅଭାବରୁ ଯୋଜନାକୁ ସଫଳ କରିପାରୁ ନାହାଁନ୍ତି ତେବେ ବିନା ଗ୍ୟାରେଣ୍ଟି ସହ ଆପଣ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ|ଏହି ସ୍କିମର ନାମ ପିଏମ୍ ସ୍ୱନିଧି ଯୋଜନା|ଏହି ଯୋଜନାରେ କରଜ ପାଇଁ କୈାଣସି ଗ୍ୟାରେଣ୍ଟି ଦେବାର ଆବଶ୍ୟକତା ନାହିଁ|ସରକାର ଦେଶସାରା ୫୦ ଲକ୍ଷ ଏଭଳି ଲୋକଙ୍କୁ ଲୋନ ଦେଇଛନ୍ତି|

ଆତ୍ମନିର୍ଭର ପ୍ୟାକେଜ ଅନୁଯାୟୀ ଏହି ଯୋଜନା ଘୋଷଣା କରାଯାଇଥିଲା|ଏହି ଯୋଜନାର ଦାୟିତ୍ଵ କେନ୍ଦ୍ରୀୟ ଆବାସ ଓ ସହରୀ ମାମଲାର ମନ୍ତ୍ରାଳୟ ପାଖରେ ରହିଛି|ସୂଚନା ଅନୁସାରେ ଏହି ଯୋଜନା ଅନ୍ତର୍ଗତ ୪୧,୧୮,୩୯୭ ଆବେଦନ ଆସିଛି|ଏଥିରେ ୨୩,୮୭,୨୭୬ ଟି ମଞ୍ଜୁରୀ ମିଳିଛି|୨୦,୦୬,୧୪୭ ଆବେଦନର ୧୦୦୦୦ ଟଙ୍କା କରଜ ଜାରି ହୋଇସାରିଛି|

ସ୍ୱନିଧି ଯୋଜନା ଲାଭାନ୍ୱତ ବ୍ଯକ୍ତିକୁ ଏକ ବର୍ଷ ମଧ୍ୟରେ ମାସିକ କିସ୍ତିରେ ପରିଶୋଧ ଦେବାକୁ ହେବ|କରଜ ନିର୍ଧାରିତ ସମୟରେ ଦେଲେ ୭%ବାର୍ଷିକ ହାରରେ ସବ୍ସିଡି ମିଳିବ|ଏହାସହ ୧୨୦୦ ଟଙ୍କାର କ୍ୟାସଵେକ୍ ମଧ୍ୟ ରହିଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *