କୋଭିଡ -19 : କଣ କରୋନାରୁ ବଞ୍ଚାଇପାରିବ ଭିଟାମିନ-ଡ଼ି,ଜାଣନ୍ତୁ ଶରୀରକୁ କ’ଣ ପାଇଁ ଆବଶ୍ୟକ ଏହି ଭିଟାମିନ

ଭିଟାମିନ ଡ଼ି, ହାଡ଼, ମାଂସପେଶୀ ଓ ଦାନ୍ତକୁ ସବଳ ରଖିଥାଏ କିନ୍ତୁ ଏବେ ବୈଜ୍ଞାନିକ ମାନଙ୍କୁ ଲାଗୁଛି ଏହା ଶରୀରର ପ୍ରତିରୋଧକ ପ୍ରଣାଳୀକୁ ମଧ୍ୟ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଯେଉଁଥିପାଇଁ ଏହି ଭିଟାମିନ କୋଭିଡ 19 ବିପକ୍ଷରେ ଲଢ଼ିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହି ଭିଟାମିନ ଶରୀରରେ ସୂର୍ଯ୍ୟକିରଣ ପଡିବା ଦ୍ୱାରା ହିଁ ମିଳିଥାଏ। ଏହା ଶରୀରର କ୍ୟାଲସିୟମ ଓ ଫସଫେଟକୁ ପଚାଇବାର ସାହାର୍ଯ୍ୟ କରିଥାଏ ।

ବାୟୋମେଡିକାଲସ ରିପୋର୍ଟର୍ସ ମାନଙ୍କ ମୁତାବିକ, ଅଷ୍ଟ୍ୟମେଲୋସିଆ ଓ ଅଷ୍ଟ୍ୟପୋରୋସିସ ଏହି ଭିଟାମିନ ଅଭାବରୁ ହିଁ ହୋଇଥାଏ । ଆୟରଲାଣ୍ଡର ଏକ ପ୍ରଫେସରଙ୍କ ମୁତାବିକ, ଯେଉଁ ଲୋକଠାରେ ଏହି ଭିଟାମିନ କମ ରହିଥାଏ ତାଙ୍କ ଠାରେ ଭାଇରସ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ବିଶେଷଜ୍ଞଙ୍କ ମୁତାବିକ, ଭିଟାମିନ ଡ଼ିର ଭୂମିକା ପ୍ରତିରୋଧ ପ୍ରଣାଳୀରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

କଣ ଭିଟାମିନ ଡ଼ି କୋଭିଡ-19 ସହିତ ଲଢ଼ିବାରେ ସାହାର୍ଯ୍ୟ କରିଥାଏ ? :-

ପ୍ରଫେସର କ୍ୟାଷମ୍ୟାନଙ୍କ ମତରେ ବୈଜ୍ଞାନିକ ଏହା ମାନୁଛନ୍ତି ଯେ, ଭିଟାମିନ ଡ଼ି ଅଭାବରେ ଶରୀରରେ କ୍ୟାନ୍ସର, ହୃଦରୋଗ ଭଳି ସମସ୍ୟା ମାନ ଦେଖାଦେଇଥାଏ ।

ଭିଟାମିନ ଡ଼ି ଓ କୋଭିଡ-19 ର ସିଧା ସମ୍ବନ୍ଧ ରହିଛି କି ? :-

କ୍ୟାଷମ୍ୟାନଙ୍କ କହିବାନୁଯାୟୀ, ଭିଟାମିନ ଡ଼ି ଓ କୋଭିଡ -19 ମଧ୍ୟରେ କିଛି ସମ୍ବନ୍ଧ ରହିଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଲୋକମାନଙ୍କୁ କରୋନା ଭାଇରସ ପାଇଁ ଭିଟାମିନ ଡ଼ି ସପ୍ଲିମେଣ୍ଟ ଦିଆଯିବା ଆବଶ୍ୟକ ।

ପ୍ରଫେସର କ୍ୟାଷମ୍ୟାନ କୁହନ୍ତି, ଆମକୁ ଏହା ଜଣାଅଛି ଯେ, ଭିଟାମିନ ଡ଼ି ଆମ ହାଡ଼କୁ ମଜବୁତ ରଖିଥାଏ କିନ୍ତୁ ଯଦି ଏହା ଆମ ଶ୍ଵାସକ୍ରିୟାରେ ମଧ୍ୟ ସକାରାତ୍ମକ ଦେଖାଏ ତାହେଲେ ଏହା ଆମ ପାଇଁ ବହୁତ ଫାଇଦା ସାବ୍ୟସ୍ତ ହେବ ।

ଭିଟାମିନ ଡ଼ି କେଉଁଠାରୁ ମିଳେ ? :-

ଭିଟାମିନ ଡ଼ି ସାଧାରଣତଃ ସୂର୍ଯ୍ୟରଶ୍ମିରୁ ମିଳିଥାଏ । ଯଦି ଆପଣ ଭୂମଧ୍ୟ ରେଖାରେ ମହଜୁଦ ରୁହନ୍ତି ତାହେଲେ ଆପଣଙ୍କୁ ଉପଯୁକ୍ତ ଭିଟାମିନ ଡ଼ି ସୂର୍ଯ୍ୟଙ୍କ ଠାରୁ ମିଳିଥାଏ । କିନ୍ତୁ ସାଧାରଣତଃ ଭାରତ ଓ ଆଫ୍ରିକା ଭଳି ଦେଶର ଲୋକମାନଙ୍କ ଠାରେ ଭିଟାମିନ ଡ଼ି ର ଅଭାବ କଣପାଇଁ ଦେଖାଦେଇଥାଏ ?

ପ୍ରଫେସରଙ୍କ ମତରେ ଏହାର ବହୁତ କାରଣ ରହିଛି ଯଥାକ୍ରମେ ଆପଣ କେଉଁଠି ରହୁଛନ୍ତି ଓ ଆପଣ କିଭଳି କପଡା ପିନ୍ଧୁଛନ୍ତି। ଏହାବ୍ୟତୀତ ପ୍ରଦୂଷଣ ମଧ୍ୟ ରଶ୍ମିକୁ ଅଟକାଇ ଦେଇଥାଏ । ଏହାସହ ଶରୀର ର ଚମଡ଼ା ମଧ୍ୟ ଭିଟାମିନ ଡ଼ି ହ୍ରାସର କାରଣ ହୋଇଥାଏ କାରଣ ମେଲାନିନ ଯିଏକି ରଶ୍ମି ଅବରୋଧକ ଅଟ।

ଖାଦ୍ୟରୁ ଭିଟାମିନ ଡ଼ି କେମିତି ମିଳିବ ? :-

ଭୋଜନ ମଧ୍ୟ ଭିଟାମିନ ଡ଼ିର ଏକ ସ୍ରୋତ ଅଟେ । ଯଦି ଆପଣ ତେଲିଆ ମାଛ, ଲାଲ ମାଂସ ଓ ଦୁଧ ଇତ୍ୟାଦି ଖାଉଛନ୍ତି ତାହେଲେ ଆପଣଙ୍କୁ କିଛିଟା ଭିଟାମିନ ଡ଼ି ମିଳିବ । ପ୍ରଫେସରଙ୍କ ମୁତାବିକ, ଭିଟାମିନ ଡ଼ି ସାଧାରଣତଃ ସାମୁଦ୍ରିକ ଜୀବ ଓ ପଶୁ ମାନଙ୍କର ମାଂସରେ ଉପଲବ୍ଧ ଥାଏ କିନ୍ତୁ ଯେଉଁ ବ୍ୟକ୍ତି ଶାକାହାରୀ ତାକୁ ଏହି ଭିଟାମିନ ମିଳିପାରିନଥାଏ ।

କଣ ଆପଣ ଅଧିକ ଭିଟାମିନ ଡ଼ି ନେଇପାରିବେ :-

ପବ୍ଲିକ ହେଲଥ ସେଣ୍ଟରରେ କାମ କରୁଥିବା ଅଧିକାଂଶ ସଂସ୍ଥା କମ ସେ କମ 10 ମଇକ୍ରୋଗ୍ରାମ ଭିଟାମିନ ନେବାକୁ ଉପଦେଶ ଦେଇଥାନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ ଅଧିକ ଭିଟାମିନ ଡ଼ି ନେବା ଏହା ଶରୀର ପାଇଁ ଉପଯୁକ୍ତ ହୋଇନଥାଏ । ପ୍ରଫେସରଙ୍କ ମୁତାବିକ, ସାମୁଦ୍ରିକ ଜୀବ ମାନଙ୍କ ଖାଦ୍ୟ ଗ୍ରହଣ କଲେ ଆପଣ ଅଧିକାଂଶ ଭିଟାମିନ ଡ଼ି କବଳରୁ ବର୍ତିପାରିବେ ।

ସାଧାରଣତଃ ଦୁଗ୍ଧ ଉତ୍ପାଦିତ ଦ୍ରବ୍ୟ ଓ ସୋୟା, ଓଟସ, ବାଦାମ, ଚାଉଳ, ଫଳରସ ଇତ୍ୟାଦିରୁ ଏହା ମିଳିଥାଏ । ଏମିତିକି ଅଣ୍ଡାରେ ମଧ୍ୟ ଭିଟାମିନ ଡ଼ିର ସ୍ରୋତ ମିଶାଇବା ଉଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *