ଆଇପିଏଲ ୨୦୨୧ : ଆରିସିବିର ଏହି ୬ ଫୁଟ ୮ ଇଞ୍ଚ ଉଚ୍ଚତାର ଖେଳାଳୀଙ୍କ ସହ ଚହଲ, ” ଜଣେ ହେଲେ ଟାୱାର,ଆଉ ଜଣେ ମୋବାଇଲ”,ଦେଖନ୍ତୁ ଭିଡ଼ିଓ

ଆଇପିଏଲ 2021 ର ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଯାଉଛି । ଉଭୟ ଟିମର ସମସ୍ତ ଖେଳାଳି କ୍ଵରେଣ୍ଟାଇନରୁ ବାହାରି ସାରିଛନ୍ତି ଓ ମୈଦାନରେ ଅଭ୍ୟାସ କରୁଥିବାର ଦେଖାଯାଇଛି । ପ୍ରତିଥର ଭଳି ଏଥର ମଧ୍ୟ ଯୁଜବେନ୍ଦ୍ର ଚହଲ ନିଜର ଫ୍ୟାନମାନଙ୍କୁ ଏଣ୍ଟରଟେନ କରାଉଛନ୍ତି । ଏହାମଧ୍ୟରେ ଯୁଜବେନ୍ଦ୍ର ଚହଲ 6 ଫୁଟ 8 ଇଞ୍ଚର ଖେଳାଳି କାଇଲ ଜେମିସନଙ୍କ ସହିତ ଏକ ଭିଡ଼ିଓ ବନାଇଥିଲେ, ଯାହାକି ବହୁତ ଜୋରରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସେ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଅଣ୍ଡରଟେକରଙ୍କ ଥିମ ସଙ୍ଗରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି ।

ଭିଡ଼ିଓରେ ଦେଖାଯାଉଛି ଯୁଜବେନ୍ଦ୍ର ଚହଲ ଆଗରେ ଚାଲୁଛନ୍ତି ଓ ତାଙ୍କ ପଛରେ କାଇଲ ଜେମିସନ ଚାଲୁଛନ୍ତି । ବ୍ୟାକଗ୍ରାଉଣ୍ଡରେ ଅଣ୍ଡରଟେକରଙ୍କ ଥିମ ସଙ୍ଗ ଚାଲୁଛି । ପାଖରେ ମହମ୍ମଦ ସିରାଜ ଛିଡ଼ାହୋଇ ଏହାସବୁ ଦେଖୁଛନ୍ତି । ଏହି ଭିଡ଼ିଓକୁ ଚହଲ ନିଜର ଇଂଷ୍ଟାଗ୍ରାମ ଭିଡ଼ିଓରେ ଶେୟର କରିଛନ୍ତି ।

ଭିଡ଼ିଓକୁ ଦେଖି ସମସ୍ତ କ୍ରିକେଟର ହସି ହସି ଗାଡିଯାଉଛନ୍ତି । ଆରସିବି ଖେଳାଳି ହର୍ଷଲ ପଟେଲଙ୍କ ଗଜବ ରିଆକ୍ସନ, ସେ ଲେଖିଥିଲେ, ମୋବାଇଲ ଫୋନ ଓ ମୋବାଇଲ ଟାୱାର । ସେହିପରି ସଚିନ ବେବି ଲେଖିଥିଲେ, ମହମ୍ମଦ ସିରାଜ କଣପାଇଁ ଏହି ଭିଡ଼ିଓରେ ରହିଛନ୍ତି । ପତ୍ନୀ ଧନଶ୍ରୀ ବର୍ମା ମହମ୍ମଦ ସିରାଜଙ୍କୁ ଟ୍ୟାଗ କରି ହସିବାର ଇମୋଜି ଦେଇଥିଲେ।

କାଇଲ ଜେମିସନଙ୍କୁ ଆରସିବି ମିନି ଅକ୍ସନରେ 15 କୋଟି ଟଙ୍କା ଦେଇ କିଣିଥିଲେ । ସେ ମଧ୍ୟ ବହୁତ ଭଲ ଫର୍ମରେ ରହିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *