ବ-ଳା-ତ୍କା-ର ଉପରେ ବୟାନ ଦେଇ ଫସିଗଲେ ଇମ୍ରାନ, ପୂର୍ବ ସ୍ତ୍ରୀ ଟ୍ୱିଟ କରି କଲେ ଅପମାନିତ,ଜାଣନ୍ତୁ ପୁରା ଖବର

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବ-ଳା-ତ୍କା-ର ଉପରେ ବୟାନ ଦେଇ ଫସି ଯାଇଛନ୍ତି | ସାରଦୁନିଆରେ ହେଉଥିବା ସମାଲୋଚନା ମଧ୍ୟରେ ବର୍ତ୍ତମାନ ଇମ୍ରାନ ଖାନଙ୍କ ପ୍ରଥମ ପୂର୍ବତନ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ ମଧ୍ୟ ତାଙ୍କୁ ବାଧିଲା ଭଳି କଥା କହିଛନ୍ତି | ଜେମିମା କୁରାନର ଉଦ୍ଧେଶ୍ୟରେ କହିଛନ୍ତି ଯେ ପୁରୁଷମାନଙ୍କୁ ଆଖି ଉପରେ ପରଦା ଢାଙ୍କିବାକୁ ଶିକ୍ଷା ଦିଆଯାଇଛି ନା ମହିଳାଙ୍କୁ ପରଦା କରିବାପାଇଁ ଶିକ୍ଷା ଦିଆଯାଇଛି | ସେହିପରି ଇମ୍ରାନଙ୍କ ଦ୍ୱିତୀୟ ପୂର୍ବତନ ସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପାଟି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହାପୂର୍ବରୁ ଇମ୍ରାନ ଖାନ କହିଥିଲେ ଯେ ବ-ଳା-ତ୍କା-ରରୁ ବଞ୍ଚିବାପାଇଁ ପାକିସ୍ତାନୀ ମହିଳାଙ୍କୁ ପରଦା ବା ଆବରଣ କରିବା ଉଚିତ |

ଜେମିମା ଟ୍ୱିଟ କରି ଇମ୍ରାନ ଖାନଙ୍କୁ ଜୋରଦାର ଆକ୍ରମଣ କହିଛନ୍ତି | ସେ କୁରାନର ଏକ ପଦରୁ ଉଦ୍ଧୃତ କରି କହିଛନ୍ତି ଯେ ପରଦା ଘୋଡାଇବାର ଦାୟିତ୍ୱ ପୁରୁଷମାନଙ୍କର ଅଟେ | ଜେମିମା କହିଛନ୍ତି, ‘ନିଜ ଅନୁଗାମୀମାନଙ୍କୁ କୁହ ଯେ ସେ ନିଜ ଆଖି ଉପରେ ସଂଯମତା ରକ୍ଷା କରିବେ ଏବଂ ନିଜର ପ୍ରାଇଭେଟ ପାର୍ଟକୁ ପରଦାରେ ରଖିବେ |’ ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଇମ୍ରାନ ଖାନଙ୍କୁ ସେ ଜାଣିଥିଲେ, ସେ ପୁରୁଷଙ୍କ ଆଖି ଉପରେ ପରଦା ଘୋଡାଇବା କଥା କହୁଥିଲେ | ପରେ ଇମ୍ରାନ ଖାନଙ୍କ ଦ୍ୱିତୀୟ ପୂର୍ବତନ ସ୍ତ୍ରୀ ରେହମ ଖାନ ମଧ୍ୟ ଜେମିମାଙ୍କ ଉପରେ କଡା ଜବାବ ଦେଇଛନ୍ତି, ଯାହାକି ପାକିସ୍ତାନରେ ରହିବା ସମୟରେ ମୁଣ୍ଡରୁ ନେଇ ପାଦ ପର୍ଯ୍ୟନ୍ତ ପୋଷାକରେ ଦେଖାଯାଉଥିଲା |

ରେହମ ଖାନ କହିଛନ୍ତି, ‘ଆଜି ଜଣେ ଯୁବତୀ କହିଛନ୍ତି ଯେ ସେ କହିନାହିଁ ଯେ ମହିଳାମାନଙ୍କୁ ପରଦାରେ ଢାଙ୍କିବା ଆବଶ୍ୟକ ନାହିଁ |’ ରେହମ ଇମ୍ରାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ ଯେତେ କମ କହିବେ, ତାହା ସମସ୍ତଙ୍କ ପାଇଁ ସେତିକି ଭଲ ହେବ | ଏହାପୂର୍ବରୁ ଇମ୍ରାନ ଖାନ ପାକିସ୍ତାନରେ ବଢୁଥିବା ଅ-ଶ୍ଳୀ-ଳ-ତା ପାଇଁ ଭାରତ ଏବଂ ୟୁରୋପକୁ ଦାୟୀ କରିଥିଲେ | ଇମ୍ରାନ ଖାନ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ସମୟରେ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଦେଶରେ ବଢୁଥିବା ବ-ଳା-ତ୍କା-ର ଘଟଣାକୁ ରୋକିବା ପାଇଁ ତାଙ୍କୁ ଜନସାଧାରଣଙ୍କ ସହଯୋଗ ଦରକାର |

ଇମ୍ରାନ ଖାନ କହିଛନ୍ତି, ‘ଆମେ ପରଦା ପ୍ରଥାର ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ପଡିବ, ଯାହା ଦ୍ୱାରା ପ୍ରଲୋଭନକୁ ଏଡାଯାଇପାରିବ |’ ଇମ୍ରାନ ଖାନ କହିଛନ୍ତି, ‘ଦିଲ୍ଲୀକୁ ବଳାତ୍କାର ରାଜଧାନୀ କୁହାଯାଏ ଏବଂ ୟୁରୋପରେ ଅଶ୍ଳୀଳତା ସେମାନଙ୍କ ପାରିବାରିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି | ସେଥିପାଇଁ ପାକିସ୍ତାନ ଲୋକମାନଙ୍କୁ ଅ-ଶ୍ଳୀ-ଳ-ତା-କୁ କାବୁ କରିବାପାଇଁ ସାହାଯ୍ୟ କରିବା ଉଚିତ |’ ଇମ୍ରାନ ଖାନଙ୍କ ଏହି ବୟାନ ପରେ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେଉଛନ୍ତି | ଇମ୍ରାନ ଖାନଙ୍କ ଏକ ଭିଡିଓ ସେୟାର କରି ଲୋକମାନେ ଇମ୍ରାନ ଖାନଙ୍କୁ ପରଦାକୁ ନେଇ ଦେଇଥିବା ପରାମର୍ଶ ଉପରେ ପ୍ରଶ୍ନ କରୁଛନ୍ତି | ଇମ୍ରାନ ଖାନଙ୍କ ଏହି ପୁରୁଣା ଭିଡିଓରେ ଅନ୍ତବସ୍ତ୍ରରେ ସେ ଦେଖାଯାଉଛନ୍ତି ଏବଂ ତାଙ୍କ ସହିତ ବିକିନି ପିନ୍ଧିଥିବା ଜଣେ ମହିଳା ଅଛନ୍ତି | ଏହି ଦୁଇଜଣ ସମୁଦ୍ରରେ ଗାଧୋଇବାପରେ ବାହାରୁଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *