ଲାଇମଲାଇଟରୁ ଦୂରରେ ରହିଥାନ୍ତି ମୁକେଶ ଅମ୍ବାନୀଙ୍କ ଶାଳୀ ମମତା ଦଲାଲ,ଏମିତି କାମ କରି ଚଳାଇଥାନ୍ତି ନିଜ ଘର

ମୁକେଶ ଅମ୍ବାନୀ ଦୁନିଆରେ ହାତଗଣତି ଧନୀ ମାନଙ୍କ ମଧ୍ୟରେ ଅନ୍ୟତମ|ଭାରତରେ ସେ ଏକ ନମ୍ବର|ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ତଥା ପତ୍ନୀ ନୀତା ଅମ୍ବାନୀ,ଵଡପୁଅ ଆକାଶ ଅମ୍ବାନୀ,ଝିଅ ଈଶା ଅମ୍ବାନୀ,ଛୋଟପୁଅ ଅନନ୍ତ ଅମ୍ବାନୀ,ଭାଇ ଅନୀଲ ଅମ୍ବାନୀକୁ ସମସ୍ତେ ଜାଣନ୍ତି|ଏମାନେ ସବୁ ଲାଇମଲାଇଟରେ ରହନ୍ତି|କିନ୍ତୁ ନୀତାଙ୍କ ପରିବାର ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ|ଆଜି ମୁଁ ମୁକେଶ ଅମ୍ବାନୀଙ୍କ ଶାଳୀ ତଥା ନୀତାର ଭଉଣୀ ବିଷୟରେ କହିବି|

ନୀତା ଅମ୍ବାନୀଙ୍କ ଛୋଟ ଭଉଣୀଙ୍କ ନାମ ମମତା ଦଲାଲ ଅଟେ|ସେ ନୀତାଠାରୁ ୪ ଵର୍ଷ ଛୋଟ|ତାଙ୍କ ବାପା ରବୀନ୍ଦ୍ର ଭାଇ ଦଲାଲ ଓ ମାତା ପୂର୍ଣ୍ଣିମା ଦଲାଲ|ଏମାନେ ସବୁ ଅମ୍ବାନୀ ଲାଇଫର ଓଲଟା ମାନେ ସାଧାରଣ ଜୀବନଯାପନ କରନ୍ତି|ମମତା ପେଶାରେ ଜଣେ ଶିକ୍ଷକ|କହିରଖେ ଯେ ନୀତା ମଧ୍ୟ ବିବାହ ପୂର୍ବରୁ ଶିକ୍ଷକ ଥିଲେ|ଅମ୍ବାନୀ ପରିବାରର ବହୁ ହେବା ପରେ ମଧ୍ୟ କିଛି ବର୍ଷ ପର୍ଯ୍ୟନ୍ତ ସେ ଶିକ୍ଷକ ଥିଲେ|

ନୀତା ଅମ୍ବାନୀ ଧୀରୁଭାଇ ଅମ୍ବାନୀ ଇଣ୍ଟର ନେସନାଲ ସ୍କୁଲର ସଂସ୍ଥାପକ|ଏହି ସ୍କୁଲରେ ତାଙ୍କ ଭଉଣୀ ମମତା ପ୍ରାଇମେରୀ ଶିକ୍ଷକ|ଏମିତି ସେ ସ୍କୁଲର ଶିକ୍ଷକ ହେବା ସହ ମ୍ୟାନେଜମେଣ୍ଟ ମଧ୍ୟ ଦେଖାଶୁଣା କରନ୍ତି|ସେ ସଚିନ ଠାରୁ ନେଇ ଶାହାରୁଖଙ୍କ ପୁଅମାନଙ୍କୁ ପଢେଇଛନ୍ତି|

ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ୍ ଓ ସଚିନ ତେନ୍ଦୁଲକର ଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କ ଛାତ୍ର ରହିଆସିଛନ୍ତି|ସେ କହିଥିଲେ ମୋ ପାଇଁ ସବୁଛାତ୍ର ସମାନ|ମୁଁ କାହାକୁ ସ୍ପେଶାଲ ଟ୍ରିଟମେଣ୍ଟ ଦିଏ ନାହିଁ|ପଢାଇବା ସହ ୱର୍କସପ,ଫିଜିକାଲ ଆକ୍ଟିଭିଟି ମଧ୍ୟ କରାଏ|

ସେ ଏକ ବହି ଯାହା “ସି ୱକ୍ସ ସି ଲିଡ୍ସ”ନୀତା ଅମ୍ବାନୀ ଉପରେ ଆଧାରିତ|ଏଥିରେ ଲେଖିଯାଇଛି ଯେ ନୀତାଙ୍କ ବାପା ଲାଇମଲାଈଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି|ଏହି ଆଦତ ତାଙ୍କ ଛୋଟ ଝିଅ ମମତା ଉପରେ ପଡ଼ିଛି|ମମତାକୁ ମୂକେଶର ବଡ ପୁଅ ଆକାଶର ବିବାହରେ ଦେଖାଯାଇଥିଲା|ଏହା ସହ ଈଶା ଅମ୍ବାନୀ ଵିବାହରେ ନିଜ ଭଉଣୀ ନିତା ସହ ଏକ ଭିଡିଓ ଭାଇରାଲ ହୋଇଥିଲା|

ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ମମତା ଫେମସ ଡିଜାଇନର ମାଲହୋତ୍ରାଙ୍କ କପଡାକୁ ମଡେଲ ମଧ୍ୟ କରିଛନ୍ତି|ସେ ନିଜ ଭଉଣୀ ନୀତା ପରିବାର ସହ ଭଲ ସମ୍ପର୍କ ରଖନ୍ତି|ଏକ ଈଣ୍ଟରଭ୍ୟୁରେ ଈଶା କହିଛନ୍ତି ଯେ ମୋତେ ଓ ମୋର ଭାଇଭଉଣୀଙ୍କୁ ବଡ କରିବାରେ ମାଉସୀ ମମତାଙ୍କ ଅହଂ ଭୂମିକା ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *