ଦେଖନ୍ତୁ ଭିଡିଓ : ସିକ୍ରୁଟି ଗାର୍ଡ ଭାବରେ କାମ କରୁଛି ଏହି କୁକୁର, ଯାନବାହାନ ଆସିଲେ ଖୋଲୁଛି ଗେଟ, ପ୍ରବେଶ କରିବା ପୂର୍ବରୁ ରେଜିଷ୍ଟରରେ କରାଉଛି ଏଣ୍ଟ୍ରି,

ସୋସିଆଲ ମିଡିଆରେ ପ୍ରାୟତଃ କୁକୁରମାନଙ୍କର ସୁନ୍ଦର ଏବଂ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ | କୁକୁରମାନେ ଯେତିକି ସୁନ୍ଦର ଦେଖାଯାନ୍ତି, ସେତିକି ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି | ଘରେ ପାଳିତ କୁକୁରମାନେ ସର୍ବଦା ନିଜ ମାଲିକର ଦେଖାଶୁଣା ମଧ୍ୟ କରନ୍ତି | କୁକୁରମାନଙ୍କର ମସ୍ତିଷ୍କ ଏତେ ତୀକ୍ଷ୍ଣ ହୋଇଥାଏ ଯେ ସେମାନେ ତୁରନ୍ତ ଜଣାପଡ଼ିଯାଏ ଯେ କିଏ ଘରର ସଦସ୍ୟ ଅଟନ୍ତି ଏବଂ କିଏ ବାହାର ଲୋକ | ଏହି କାରଣରୁ ଯେତେବେଳେ କୌଣସି ବାହାର ଲୋକ ଘରକୁ ଆସନ୍ତି, ସେ ଜୋରରେ ଭୁକିବାକୁ ଲାଗେ |

ଘରକୁ ଜଗି ରହିଥିବା କୁକୁରମାନଙ୍କ ବିଷୟରେ ସମସ୍ତେ ଶୁଣିଥିବେ, କିନ୍ତୁ କଣ ଆପଣ କେବେ କୌଣସି କୁକୁରକୁ ଗାର୍ଡ ଚାକିରୀ କରୁଥିବାର ଦେଖିଛନ୍ତି | ଏହି କଥା ଶୁଣି ଆପଣ ବିଲକୁଲ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରଲ ହେଉଛି, ତାକୁ ଦେଖି ଆପଣଙ୍କୁ ମଧ୍ୟ ଏହି କଥା ଉପରେ ବିଶ୍ୱାସ ହୋଇଯିବ ଯେ କୁକୁର ମଧ୍ୟ ଗାର୍ଡ ଚାକିରୀ କରିଥାନ୍ତି |

ଦେଖନ୍ତୁ ଭିଡିଓ :-

ଇଣ୍ଟରନେଟରେ ଗୋଟିଏ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ କୁକୁର ଗାର୍ଡ ଭାବରେ କାମ କରୁଥିବାର ଦେଖାଯାଉଛି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୁକୁର ଗେଟ ପାଖରେ ୟୁନିଫର୍ମ ପିନ୍ଧି ବସିଛି | କିଛି ସମୟ ପରେ ଗୋଟିଏ କାର ଆସୁଛି ଏବଂ କୁକୁର ଉଠି ଆସି ଗେଟ ଖୋଲୁଛି | କାରଟି ଟିକେ ଭିତର ଆଡକୁ ଯାଇ ଅଟକି ଯାଉଛି, କୁକୁରଟି କାରର ନମ୍ବରକୁ ଦେଖୁଛି ଆଉ ତା’ପରେ ଫେରି ଆସି ଏକ ରେଜିଷ୍ଟର ଉଠାଉଛି ଏବଂ କାରରେ ବସିଥିବା ବ୍ୟକ୍ତିଙ୍କ ପାଖରେ ଏଣ୍ଟ୍ରି କରିବାପାଇଁ ଯାଉଛି | ତା’ପରେ ରେଜିଷ୍ଟରକୁ ଫେରାଇ ଆଣି ଏହି ସ୍ଥାନରେ ରଖି ଦେଉଛି |

ଇଣ୍ଟରନେଟରେ ଲୋକମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ଥର ଦେଖାଗଲାଣି | ଭିଡିଓକୁ ଦେଖିବା ପରେ ଲୋକମାନେ କୁକୁରକୁ ଖୁବ ପ୍ରଶଂସା କରୁଛନ୍ତି ଏବଂ ବହୁତ ସାରା କମେଣ୍ଟସ ମଧ୍ୟ କରୁଛନ୍ତି | ଏହାସହିତ ଲୋକମାନେ ଏହି ଭିଡିଓକୁ ପରସ୍ପରକୁ ସେୟାର ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *