ଦେଖନ୍ତୁ ଭିଡ଼ିଓ : ରାସ୍ତା ମଝିରେ ଠିଆ ହୋଇଥିବା ଟ୍ରକତଳୁ କେମିତି ବାହାରୁଛି ସ୍କୁଟି ଧରି ଲୋକଜଣକ,ତା ପରେ …

ବାଃ ! ପୁଅ ମଜା କରିଦେଲା …

ସୋସିଆଲ ମିଡିଆରେ ‘ହେଭି ଡ୍ରାଇଭର’ର ଟ୍ରେଂଡିଙ୍ଗ ଚାଲିବାରେ ଲାଗିଛି | ଏହି ଭିଡିଓଗୁଡିକରେ ଲୋକମାନେ କାର, ମୋଟରସାଇକେଲ ଏବଂ ସ୍କୁଟି ସହିତ ଅଦ୍ଭୁତ ପ୍ରକାରର କାର୍ଯ୍ୟକଳାପ ଦେଖାଉଛନ୍ତି | ଆଜିକାଲି ଏକ ବହୁତ ଆଶ୍ଚର୍ଯ୍ୟଜନକ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି | ଏହି କ୍ଲିପ‌ରେ ଜଣେ ବ୍ୟକ୍ତି ରାସ୍ତା ମଝିରେ ଠିଆ ହୋଇଥିବା ଟ୍ରକ ତଳୁ ବାହାରକୁ ଆସୁଥିବାର ଦେଖାଯାଉଛି | ଆଶ୍ଚର୍ଯ୍ୟଜନକ କଥା ତ ଏହା ଯେ ସେ ନିଜ ସହିତ ଗୋଟିଏ ସ୍କୁଟି ମଧ୍ୟ ଟ୍ରକ ତଳୁ ବାହାର କରୁଛି | ଯେଉଁଠାରେ ବହୁତ ଲୋକଙ୍କୁ ଏହି ଭିଡିଓ ମଜାଳିଆ ଲାଗୁଛି, ସେହିପରି କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି | ସେମାନେ କହିଛନ୍ତି ଯେ ଏଭଳି କାର୍ଯ୍ୟ ହିଁ ଦୁ-ର୍ଘ-ଟ-ଣା-ର କାରଣ ହୋଇଥାଏ | ବାସ୍ତବରେ ଭାରତୀୟମାନେ କେବେ ସୁଧୁରିବେ ?

ପ୍ରଥମେ ଦେଖନ୍ତୁ ଭିଡିଓ :-

ଏହି ଭିଡିଓ କ୍ଲିପକୁ ଇନଷ୍ଟାଗ୍ରାମ ୟୁଜର itz_saini_vimal ମାର୍ଚ୍ଚ ୨୬ ତାରିଖରେ ସେୟାର କରିଥିଲେ | ସେ ଏହାର କ୍ୟାପସନରେ ହେଭି ଡ୍ରାଇଭର ଲେଖିଛନ୍ତି | କୁହାଯାଉଛି ଯେ ଏହି ଭିଡ଼ିଓଟିକୁ ଖବର ଭାବରେ ଲେଖିବା ସୁଦ୍ଧା ୧୧ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି | ଏହାସହିତ ଶହ ଶହ ଲୋକେ ଏହା ଉପରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି |

କ’ଣ ରହିଛି ଭିଡିଓରେ ?

ଏହି କ୍ଲିପରେ ଦେଖିପାରିବେ ଯେ ରାସ୍ତା ମଝିରେ ଗୋଟିଏ ଟ୍ରକ ଠିଆ ହୋଇଛି | ଏପରି ପରିସ୍ଥିତିରେ ଅନ୍ୟ ପାର୍ଶ୍ୱକୁ ଯିବାପାଇଁ ରାସ୍ତା ବନ୍ଦ ହୋଇଯାଇଛି | କିଛି ପଥଚାରୀ ରେଳ ଫାଟକ ଭଳି ଟ୍ରକ ତଳେ ଅନ୍ୟ ପାର୍ଶ୍ୱକୁ ବାହାରି ଯାଉଛନ୍ତି | ସେହିପରି ସ୍କୁଟି ଧରିଥିବା ଲୋକ ମଧ୍ୟ କରୁଛି ଏବଂ ଟ୍ରକ ତଳୁ ନିଜ ସ୍କୁଟିକୁ ବାହାର କରିଦେଉଛି | ଏହା ଦେଖି ବହୁତ ଲୋକଙ୍କର ହସ ନ ଅଟକି ବହୁତ ହସିବାକୁ ଲାଗିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *