କରୋନା ଭାଇରସର ଦ୍ଵିତୀୟ ସୋପାନ : ଦ୍ଵିତୀୟ ସୋପାନ ବହୁତ ଖତରନାକ, ଜାଣନ୍ତୁ ଏହାର ଲକ୍ଷଣ ବିଷୟ

ସାରା ଦୁନିଆରେ ପୁଣିଥରେ କରୋନା ଭାଇରସର ମାମଲା ବଢିବାକୁ ଲାଗିଛି । ଭାରତରେ ମଧ୍ୟ କରୋନାର ଦ୍ଵିତୀୟ ସୋପାନ ଲୋକମାନଙ୍କୁ ଭୟଭୀତ କରିଦେଇଛି । ଏଠାରେ ପ୍ରତି 24 ଘଣ୍ଟା ମଧ୍ୟରେ 1 ଲକ୍ଷ ମାମଲା ସାମ୍ନାକୁ ଆସୁଛି । ଭାରତରେ ଏହି ଡବଲ ମ୍ୟୁଟାଣ୍ଟ ବ୍ୟାପିବା ପଛରେ ଲୋକମାନଙ୍କ ହାତ ରହିଥିବାର କୁହାଯାଉଛି ।

ଡ଼କ୍ଟର୍ସ ଓ ହେଲଥ ଏକ୍ସପର୍ଟ କରୋନାର ଏହି ଦ୍ଵିତୀୟ ସୋପାନକୁ ନେଇ ବହୁତ ଚିନ୍ତିତ ଅଛନ୍ତି କାରଣ ଏହା ବହୁତ ଖତରନାକ ବୋଲି ଜଣାପଡିଛି । ଆସନ୍ତୁ ଜାଣିବା କରୋନାର ଏହି ଦ୍ଵିତୀୟ ସୋପାନରେ ରହିଥିବା ଲକ୍ଷଣ ଗୁଡିକୁ ।

ଭାରତରେ ବ୍ୟାପିଥିବା କରୋନାର ଭିନ୍ନ ଭିନ୍ନ ଲକ୍ଷଣମାନ ସାମ୍ନାକୁ ଆସୁଛି । ଏହି ଲକ୍ଷଣ କରୋନାର ପ୍ରଥମ ଲକ୍ଷଣରୁ ଟିକେ ଅଲଗା ଅଟେ । ଗୁଜୁରାଟର ଡ଼କ୍ଟର୍ସଙ୍କ ମୁତାବିକ, କରୋନାରେ ଅଜବ ଲକ୍ଷଣ ଦେଖିବାକୁ ମିଳିଛି । ଯେମିତିକି ପେଟରେ ଦରଜ, ବାନ୍ତି ଲାଗିବା ଓ ଥଣ୍ଡା ଲାଗିବା ଇତ୍ୟାଦି ।

ଏହାବ୍ୟତୀତ କରୋନାର ଦ୍ଵିତୀୟ ସୋପାନରେ ଜଏଣ୍ଟ ପେନ, ମାଂସପେଶୀରେ ଯନ୍ତ୍ରଣା, ଗ୍ୟାସ୍ତ୍ରୋଇଂଷ୍ଟେଷ୍ଟାଇନଲ ରୋଗ, ଦୁର୍ବଳ ଲାଗିବା ଓ ଭୋକ କମିଯିବା ଭଳି ଲକ୍ଷଣ ଦେଖାଦେଇଥାଏ ।

କରୋନା ଅଧିକତର ଲକ୍ଷଣ ନଥିବା ଲୋକମାନଙ୍କ ଠାରେ ମଧ୍ୟ ଦେଖାଦେଉଛି । ଯେପରି ଭାବରେ କରୋନା ନିଜର ରୂପ ବଦଳାଉଛି ସେହିପରି ଏଥିରେ ଲୋକମାନେ ପ୍ରଭାବିତ ହେଉଛନ୍ତି । ଏହି କରୋନାରେ ସେହି ଲୋକମାନଙ୍କୁ ଅଧିକ ବିପଦ ରହିଛି ଯେଉଁମାନଙ୍କର ପୂର୍ବରୁ କିଛି ରୋଗ ରହିଥିଲା । ଏମିତି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ହୋଇଥାଏ ।

ହେଲଥ ଏକ୍ସପର୍ଟଙ୍କ କହିବା କଥା ହେଲା କରୋନାର ନୂଆ ଭାରିଏଣ୍ଟ ଶରୀର ଉପରେ ଅଲଗା ଅଲଗା ପ୍ରକାରରେ ଆକ୍ରମଣ କରିଥାଏ । ନୂଆ ଭାରିଏଣ୍ଟ ବହୁତ ସଂକ୍ରାମକ ଓ ଏହା ଶ୍ୱସନ୍ତ ତନ୍ତ୍ର ଭିତରେ ଅତି ସହଜରେ ବ୍ୟାପିପାରୁଛି, ଏହି କାରଣ ପାଇଁ ନିମୋନିଆ ମଧ୍ୟ ହୋଇଯାଉଛି ଯାହାକି କରୋନାକୁ ଆହୁରି ଖତରନାକ କରିଦେଉଛି ।

ଗ୍ୟାସ୍ତ୍ରୋଇଣ୍ଟେଷ୍ଟାଇନଲ ଲକ୍ଷଣକୁ ନଜର ଅନ୍ଦାଜ କରନ୍ତୁ ନାହିଁ :-

ନୂଆ ଭାରିଏଣ୍ଟରେ ଗ୍ୟାସ୍ତ୍ରୋଇଣ୍ଟେଷ୍ଟାଇନଲ ସହ ଜଡିତ ଲକ୍ଷଣ ପ୍ରାୟା ସାମ୍ନାକୁ ଆସୁଛି । ଯାହା ପ୍ରଥମରୁ ସାମାନ୍ୟ ନଥିଲା । ଡ଼କ୍ଟରଙ୍କ କହିବାହେଲା ଏହି ଭାଇରସ ପାଚନ ତନ୍ତ୍ରରେ ମହଜୁଦ ACE2 ଏଣ୍ଟ୍ରି ରିସେପ୍ଟର୍ସ ସହିତ ଯୋଡି ହୋଇଯାଇଥାଏ । ଏହାଦ୍ୱାରା ଡ଼ାଇରିଆ, ପେଟରେ ଦରଜ, ବାନ୍ତି ଲାଗିବା ଅନୁଭବ ହୋଇଥାଏ ।

ସେହିପରି ଏହି ଭାରିଏଣ୍ଟରେ ଭାୟରଲ ଲୋଡ଼ ମଧ୍ୟ ବହୁତ ଅଧିକ ରହିଥାଏ । ଭାୟରାଲ ଲୋଡ଼ ରକ୍ତରେ ଉପସ୍ଥିତ ଥିବା SARS-COV-2 ବିଷୟରେ କହିଥାଏ । ଏହି ଭାୟରାଲ ଲୋଡ଼ ଅଧିକ ସଂକ୍ରାମକ ଅଟେ ।

କରୋନାରେ ଯେଉଁ ଲୋକମାନେ ସଂକ୍ରମିତ ହେଉଛନ୍ତି ତାଙ୍କ ଠାରେ ଭାୟରାଲ ଲୋଡ଼ ଅଧିକ ରହୁଥିବାର ଦେଖାଯାଉଛି । ଏହାର ଅର୍ଥ ଇଂଫେକ୍ସନ ଓ ରିଇଂଫେକ୍ସନ ବଢିବାର ସମ୍ଭାବନା ରହିଥାଏ । କରୋନାର ନୂଆ ଷ୍ଟ୍ରେନ ଯୁବକ ଓ ପିଲାଙ୍କୁ ମଧ୍ୟ ଅଧିକ ସଂକ୍ରମିତ କରିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *