ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିଶନ(OPSC) ତରଫରୁ ଆସିଲା ବଡ ନିଯୁକ୍ତି,ଜଲଦି ଆବେଦନ କରନ୍ତୁ,ଜାଣନ୍ତୁ ନିଯୁକ୍ତି ଉପରେ ସମ୍ପୂର୍ଣ ସୂଚନା

ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିଶନ (OPSC) ଆଣିଛି ନିଯୁକ୍ତି ସୁଯୋଗ| କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ରାଜ୍ୟ ମୃତିକା ସଂରକ୍ଷଣ ସେବାର କ୍ଲାସ ୨ (ଗ୍ରୁପ ବି) ରେ ୯୨ ଟି ପଦବୀ ଖାଲି ରହିଛି| ଏହି ଖାଲି ରହିଥିବା ୯୨ଟି Assistant Soil Conservation Officers ପଦବୀ ପାଇଁ ନିଯୁକ୍ତି ଜାରି କରିଛି ଓପିଏସସି|

ବିଜ୍ଞପ୍ତି ଅନୁସାରେ, ଏହି ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାଥୀ OPSC ର ଅଫିସିଆଲ ୱେବସାଇଟ opsc.gov.in ରେ ଏପ୍ରିଲ ମାସ ୨୩ ତାରିଖରୁ ମେ ମାସ ୨୪ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡିବ| ଯଦି ମେ ମାସ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଏବଂ ଦରଖାସ୍ତ ଫି ଭରିବା ପାଇଁ ଏକ ଲିଙ୍କ ଉପଲବ୍ଧ କରାଯିବ| ପଞ୍ଜୀକୃତ ହୋଇଥିବା ଅନଲାଇନ ଦରଖାସ୍ତକୁ ଯୋଗ୍ୟ ପ୍ରାର୍ଥୀମାନେ ମେ ମାସ ୩୧ ତାରିଖ ମଧ୍ୟରେ ଦାଖଲ କରିପାରିବେ|

ଆବେଦନ କରିବାକୁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀ ଏଗ୍ରିକଲଚର,ହଟିକଲଚର,ଏଗ୍ରିକଲଚର ଇଞ୍ଜିନିୟରିଂ ବା ଫରେଷ୍ଟ୍ରିରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ ୨୦୨୧ ସୁଦ୍ଧା ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ନିହାତି ଦରକାର|

Google

ସରକାରଙ୍କ ନିୟମ ଅନୁସାରେ, ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ ନିୟମକୁ କୋହଳ କରାଯିବ। ଏହି ପଦବୀ ପାଇଁ ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ହେବ। ଆଉ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ|

MCQ patternରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ| ଏହି ଲିଖିତ ପରୀକ୍ଷା ପାଇଁ ସମୁଦାୟ ୨୦୦ ମାର୍କର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଆଉ ଏହିଥିରେ ଉତୀର୍ଣ୍ଣ ପ୍ରାର୍ଥୀ ୨୫ ମାର୍କ ବିଶିଷ୍ଟ ମୌଖିକ ପରୀକ୍ଷା ଦେବେ। ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ମୋଟ ମାର୍କକୁ ହିସାବକୁ ନେଇ ପ୍ରାର୍ଥୀଙ୍କୁ ନିଯୁକ୍ତିର ସୁଯୋଗ ଦିଆଯିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *