ଦୁଇ ଭଉଣୀଙ୍କର ଗୋଟିଏ ବୟଫ୍ରେଣ୍ଡ, ଗାଧେଇବା-ଖାଇବା ମଧ୍ୟ ସାଥିରେ, ଗୋଟିଏ ସମୟରେ ମଧ୍ୟ ପ୍ରେଗ୍ନେଣ୍ଟ ହେବାର ରହିଛି ଇଚ୍ଛା,ଜାଣନ୍ତୁ ଏମାନଙ୍କ ବିଷୟରେ

ଅଷ୍ଟ୍ରେଲିଆରେ ରହୁଥିବା ଏନା ଏବଂ ଲୁସି ଯାଆଁଳା ଭଉଣୀ ଅଟନ୍ତି, କିନ୍ତୁ ଏମାନେ ନିଜ ଜୀବନର ମନ୍ତ୍ରକୁ ଦୁଇ ଦେହ ଗୋଟିଏ ଜୀବନରେ ପରିଣତ କରିଛନ୍ତି, କାରଣ ସେମାନେ ସବୁକିଛି ଏକାବେଳେ କରିବାପାଇଁ ପସନ୍ଦ କରନ୍ତି | ଏପରିକି ତାଙ୍କ ବୟଫ୍ରେଣ୍ଡ ମଧ୍ୟ ଜଣେ ଅଟନ୍ତି |

ଏହି ଦୁଇ ଭଉଣୀ କିଛି ସମୟ ପୂର୍ବରୁ ଟିଏଲସି ଏକ୍ସଟ୍ରିମ ସିଷ୍ଟର୍ସ ନାମକ ଶୋରେ ମଧ୍ୟ ଏକାଠି ଦେଖାଦେଇଥିଲେ | ଏହି ଭଉଣୀଙ୍କ ବିଷୟରେ ଦାବି କରାଯାଇଥାଏ ଯେ ଏମାନେ ଦୁନିଆଁର ସବୁଠାରୁ ନିକଟତମ ଯାଆଁଳା ଭଉଣୀ, କାରଣ ଏମାନେ ସବୁ କିଛି ଏକାଠି କରିଥାନ୍ତି | ଏପରିକି ସେମାନେ ସାଥିରେ ପ୍ରେଗ୍ନେଣ୍ଟ ହେବାକୁ ଚାହାଁନ୍ତି |

ଲୁସି ଏବଂ ଏନା ଏକାଠି ଖାଆନ୍ତି, ଏକା ପ୍ରକାରର ଡ୍ରେସ ପିନ୍ଧନ୍ତି, ଏକାଠି ବ୍ୟାୟାମ କରନ୍ତି, ଏପରିକି ଏହି ଦୁଇଜଣ ଏକାଠି ଗାଧୋଇଥାନ୍ତି, ଏକାଠି ୱାଶରୁମକୁ ଯାଆନ୍ତି ଏବଂ ଗୋଟିଏ ବେଡ଼ରେ ଏକାଠି ଶୋଇଥାନ୍ତି, ଯେଉଁ କାରଣରୁ ଏହି ଯାଆଁଳା ଭଉଣୀଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ବହୁତ କଷ୍ଟସାଧ୍ୟ ହୋଇପଡିଛି |

ଏନା ଏବଂ ଲୁସିଙ୍କ ବୟଫ୍ରେଣ୍ଡ ମଧ୍ୟ ଜଣେ ଅଟନ୍ତି | ୪୦ ବର୍ଷର ବେନ ଏନା ଏବଂ ଲୁସିଙ୍କ ସହିତ ହିଁ ଶୋଇଥାନ୍ତି | ଦୁହେଁ ଏହା ମଧ୍ୟ କହିସାରିଛନ୍ତି ଯେ ସେମାନେ ଏକାଠି ଏବଂ ଏକା ସମୟରେ ବେନଙ୍କ ଶିଶୁ ସହିତ ପ୍ରେଗ୍ନେଣ୍ଟ ହେବାକୁ ଚାହୁଁଛନ୍ତି | ତେବେ ଅଷ୍ଟ୍ରେଲିଆର ଏକ ନିୟମ ତାଙ୍କ ପାଇଁ ଅସୁବିଧା ଠିଆ କରିଛି |

ଉଲ୍ଲେଖନୀୟ କଥା ହେଉଛି ଯେ, ଲୁସି ଏବଂ ଏନା ୨୦୧୨ ମସିହାରେ ବେନଙ୍କୁ ଭେଟିଥିଲେ | ବୃତ୍ତିରେ ମେକାନିକ ବେନଙ୍କୁ ଦେଖିବା ମାତ୍ରେ ହିଁ ଦୁଇ ମହିଳା ଆକର୍ଷିତ ହୋଇଥିଲେ | ଏହି ଦୁହେଁ ବେନଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଅଷ୍ଟ୍ରେଲୀୟ ନିୟମ ଅନୁଯାୟୀ ଏପରି ହୋଇପାରୁନାହିଁ |

ଅଷ୍ଟ୍ରେଲିଆ ବିବାହ ଆଇନ ୧୯୬୧ ଅନୁଯାୟୀ, ଜଣେ ବ୍ୟକ୍ତି ଦୁଇଟି ବିବାହ କରିପାରିବେ ନାହିଁ | ରିଅଲିଟି ଟିଭି ଶୋ’ରେ ଏହି ବିଷୟରେ କଥାବାର୍ତ୍ତା କରି ଦୁଇ ଭଉଣୀ ବହୁତ ଇମୋସନାଲ ହୋଇଯାଇଥିଲେ, କାରଣ ସେମାନେ ବହୁତ ସମୟରୁ ବିବାହ କରିବାକୁ ପ୍ରସ୍ତୁତି କରୁଥିଲେ |

ଅଷ୍ଟ୍ରେଲିଆ ଟିଭି ହୋଷ୍ଟ ଡେଭ ହ୍ୟୁଜଙ୍କ ସହ ବାର୍ତ୍ତାଳାପରେ ଏହି ଭଉଣୀ କହିଛନ୍ତି ଯେ ଆମେ ଦୁହେଁ ଯାଆଁଳା ଅଟୁ, ଆମେ ଆମ ପାର୍ଟନର ବେନଙ୍କ ସହିତ ବିବାହ କରିବାକୁ ଚାହୁଁଛୁ, କିନ୍ତୁ ଅଷ୍ଟ୍ରେଲିଆର ନିୟମ କହୁଛି ଯେ ଏହା ବେଆଇନ ଅଟେ | ଆମେ ଏକ ଅଦ୍ଭୁତ ସମସ୍ୟା ସହିତ ସଂଘର୍ଷ କରୁଛୁ |

ଲୁସି ଏହି ବିଷୟରେ କଥା ହୋଇ କହିଛନ୍ତି ଯେ ଜଣେ ବୟଫ୍ରେଣ୍ଡ ସାଥିରେ ରହିବାର ଅର୍ଥ ହେଉଛି ଯେ ଆମେ ସବୁଦିନ ପାଇଁ ଏକାଠି ରହିପାରିବୁ ଏବଂ ଆମ ସମ୍ପର୍କରେ କୌଣସି ପ୍ରକାରର ଈର୍ଷା ନାହିଁ | ସେ କହିଛନ୍ତି ଯେ ବେନ ଏହି କଥାକୁ ଯଥେଷ୍ଟ ଭାବରେ ଗୁରୁତ୍ୱ ଦେଇଥାନ୍ତି ଯେ ସେ ଆମ ଦୁହିଁଙ୍କୁ ଖୁସିରେ ରଖିବେ |

ଦି ସନ ସହିତ ବାର୍ତ୍ତାଳାପରେ ଲୁସି ଏବଂ ଏନା କହିଥିଲେ ଯେ ଆମେ ବେନଙ୍କୁ ଆରମ୍ଭରୁ ହିଁ କହିଥିଲୁ ଯେ ଆମେ ଆସିବୁ କିନ୍ତୁ ପ୍ୟାକେଜରେ ଆସିବୁ ଏବଂ ତୁମେ ଏହା ଆଶା କରିବନି ଯେ ଆମ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ବାଛିବ | ତେବେ ଲୁସି ଏବଂ ଏନା, ବେନଙ୍କ ବୟାନ ଶୁଣି ଖୁସି ହୋଇଯାଇଥିଲେ |

ବେନ ତାଙ୍କୁ କହିଥିଲେ ଯେ ସେ ସେହି ଦୁଇଜଣଙ୍କର ବନ୍ଧନକୁ ବୁଝିପାରୁଛନ୍ତି ଏବଂ ତାଙ୍କୁ ଦୁହିଁଙ୍କ ସହିତ ସମ୍ପର୍କ ରଖିବାରେ କୌଣସି ଅସୁବିଧା ନାହିଁ | ଲୁସି କହିଛନ୍ତି ଯେ ନିଜ ସମ୍ପର୍କର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ ବହୁତ ନର୍ଭସ ଥିଲେ, କିନ୍ତୁ ବର୍ତ୍ତମାନ ସବୁକିଛି ବିଲକୁଲ ଠିକ ଅଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *