ନାସାର ମାର୍ସ ରୋଭର ମଙ୍ଗଳ ଗ୍ରହରେ ଉଠାଇଲା ଇନ୍ଦ୍ରଧନୁର ଫୋଟୋ, ଜାଣନ୍ତୁ କଣ ରହିଛି ଏହି ଭାଇରାଲ ଫୋଟୋର ସତ୍ୟତା

ନାସା ଦ୍ୱାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ମାର୍ସ ରୋଭର ସେଠାରେ ଏକ ଗଜବ ଫୋଟୋ ଉଠାଇଦେଇଛି । ଏହି ଫୋଟୋରେ ମଙ୍ଗଳ ଗ୍ରହ ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି ହୋଇଥିବାର ଦେଖାଯାଇଛି, ଯାହାକି ଅଦ୍ଭୁତ ଅଟେ । ଏହା ପ୍ରଥମ ଥର ହୋଇଛି ଯେତେବେଳେ ଏକ ରୋଭର ପୃଥିବୀରୁ ବହୁତ ଦୂରରେ ଯାଇ ଫୋଟୋ ଉଠାଇଛି । ଏହିକଥାର ସୂଚନା ନାସା ଟ୍ୱିଟର ମାଧ୍ୟମରେ ଦେଇଛି । ବହୁତ ଲୋକ ଏହି ଫୋଟୋ ଦେଖି ପଚାରିବାକୁ ଲାଗୁଛନ୍ତି କି, କଣ ଏହି ଲାଲ ଗ୍ରହରେ ଇନ୍ଦ୍ରଧନୁ ଦିଶୁଛି କି ? ଜବାବ ରେ ନାସା କହିଛି, ନା । ମଙ୍ଗଳ ଗ୍ରହରେ ଇନ୍ଦ୍ରଧନୁ ଦେଖାଯିବା ଅସମ୍ଭବ ।

ନାସା କହିଥିଲା, ଇନ୍ଦ୍ରଧନୁ ଆଲୋକର ପ୍ରତିଫଳନ ଓ ଛୋଟ ଛୋଟ ଜଳକଣାକୁ ନେଇ ସୃଷ୍ଟି ହୋଇଥାଏ । ମଙ୍ଗଳ ଗ୍ରହରେ ପାଣି ନାହିଁ କିନ୍ତୁ ଏହାର ବାତାବରଣ ବହୁତ ଥଣ୍ଡା ଅଟେ । ନାସା ଦ୍ୱାରା କୁହାଯାଇଛି, ଏହା କେବଳ ଏକ ଆଲୋକ ଅଟେ।

ନାସା ବାତାବରଣ ବହୁତ ଶୁଖିଲା ଅଟେ, ଯେଉଁଠାରେ ବାତାବରଣରେ ଟକ୍ସିକ କାର୍ବନଡ଼ାଇଅକ୍ସାଇଡ଼ ମହଜୁଦ ରହିଥାଏ । ଏହାବ୍ୟତୀତ 4 ପ୍ରତିଶତରେ ନୈଟ୍ରୋଜେନ ଓ ଆରଗନ ଓ ଏକ ପ୍ରତିଶତ ଅକ୍ସିଜେନ ଓ ଜଳ ବାଷ୍ପ ରହିଛି । ଏହିପରି କେମିକାଲି ଓ ଫିଜିକାଲି ମଙ୍ଗଳଗ୍ରହ ପୃଥିବୀ ଠାରୁ ଭିନ୍ନ ଅଟେ ।

Leave a Reply

Your email address will not be published. Required fields are marked *