ଆଇପିଏଲ ୨୦୨୧ : ଖାଲି ଷ୍ଟାଡିୟମରେ ଆୟୋଜିତ ହେବ ମ୍ୟାଚ,ଜାଣନ୍ତୁ କେମିତି ଓ କେବେ ଆପଣ ଲାଇଭ ଷ୍ଟ୍ରିମିଙ୍ଗ ଦେଖିପାରିବେ

ଆଇପିଏଲ 2021 : ଖାଲି ଷ୍ଟାଡିୟମରେ ଆୟୋଜିତ ହେବ ମ୍ୟାଚ । ଜାଣନ୍ତୁ କେମିତି ଓ କେବେ ଆପଣ ଲାଇଭ ଷ୍ଟ୍ରିମିଙ୍ଗ ଦେଖିପାରିବେ :-

କେବେ ଆରମ୍ଭ ହେବ ମ୍ୟାଚ ?:-

ଆଇପିଏଲ ର 14 ତମ ସଂସ୍କରଣ ଏପ୍ରିଲ 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ ଗତ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ମଧ୍ୟରେ ଖେଳାଯିବ ।

କେଉଁ ସମୟରେ ଖେଳାଯିବ ଆଇପିଏଲ 2021 :-

ଆଇପିଏଲ 2021 ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା 7.30 ମିନିଟ ସମୟରେ ଆରମ୍ଭ ହେବ କିନ୍ତୁ ଯେଉଁଦିନ ଦୁଇଟି ମ୍ୟାଚ ରହିବ ସେଦିନ ମ୍ୟାଚ ଭାରତୀୟ ସମୟାନୁସାରେ ଅପରାହ୍ନ 3.30 ମିନିଟରେ ଆରମ୍ଭ ହେବ ।

କେଉଁ ସହରରେ ଖେଳାଯିବ ଆଇପିଏଲ 2021 ର ସମସ୍ତ ମ୍ୟାଚ :-

କରୋନା ମହାମାରୀକୁ ଲକ୍ଷ୍ୟ କରି ଏହିଥର ସମସ୍ତ ମ୍ୟାଚ କେବଳ 6ଟି ସହରରେ ଖେଳାଯିବ । ଏହି ସହର ମାନଙ୍କ ମଧ୍ୟରେ ଚେନ୍ନାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ସାମିଲ ରହିଛି । ଏମାନଙ୍କ ମଧ୍ୟରୁ ଚାରୋଟି ସହର ଏମିତି ରହିଛି ଯେଉଁଠାରେ ଆଇପିଏଲ 2021 ର ଅଧିକାଂଶ ମ୍ୟାଚ ହେବ । ମୁମ୍ବାଇ 10, ବେଙ୍ଗାଲୁରୁ 10, କୋଲକାତା 10 ଓ ସେହିପରି ନରେନ୍ଦ୍ର ମୋଦି ଅହମ୍ମଦାବାଦ ଷ୍ଟାଡିୟମରେ 8ଟି ମ୍ୟାଚ ଖେଳାଯିବ ।

କେଉଁ ଚ୍ୟାନେଲ ମାଧ୍ୟମରେ ଦେଖିପାରିବେ ଆଇପିଏଲ ମ୍ୟାଚ ଲାଇଭ :-

ଆଇପିଏଲରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚର ପ୍ରସାରଣ ଷ୍ଟାର ସ୍ପୋର୍ଟସ ପାଖରେ ରହିଛି । ମ୍ୟାଚର ସିଧା ପ୍ରାସରଣ ଷ୍ଟାର ସ୍ପୋର୍ଟସ 1 HD/SD ଓ ଷ୍ଟାର ସ୍ପୋର୍ଟସ 3 HD/SD ରେ ହେବ । ଏହାବ୍ୟତୀତ ମ୍ୟାଚର ସିଧା ପ୍ରସାରଣ ଆପଣ ଅନଲାଇନ ପ୍ଲାଟଫର୍ମ ଡ଼ିଜନୀ ହଟଷ୍ଟାରରେ ଦେଖିପାରିବେ ।

ଆଇପିଏଲ 2021 ରେ କେତୋଟି ଦଳ ଅଂଶ ଗ୍ରହଣ କରିବେ :-

ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରତିଥର ଭଳି ଏଥର ମଧ୍ୟ 8ଟି ଦଳ ଭାଗ ନେଉଛନ୍ତି ।

Leave a Reply

Your email address will not be published. Required fields are marked *