ମୁକେଶ ଅମ୍ବାନୀଙ୍କ ପିଲାଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଅନିଲ ଅମ୍ବାନୀଙ୍କ ପୁଅ, ଲାଇମଲାଇଟରେ ଦୂରେଇ ଏମିତି ବିତାଉଛନ୍ତି ଜୀବନ,ଜାଣନ୍ତୁ ତାଙ୍କ ଜୀବନଶୈଳୀ ବିଷୟରେ

ଧୀରୁଭାଇ ଅମ୍ବାନୀ ଓ କୋକିଲାବେନଙ୍କ ଦୁଇ ପୁଅ ହେଉଛନ୍ତି ମୁକେଶ ଅମ୍ବାନୀ ଓ ଅନିଲ ଅମ୍ବାନୀ। ଗୋଟିଏ ପଟେ ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ଓ ସଫଳ ବ୍ୟବସାୟ ରୂପରେ ପରିଚିତ ସେହିପରି ଅନ୍ୟ ପକ୍ଷରେ ଅନିଲ ଅମ୍ବାନୀ ବର୍ତ୍ତମାନ ସମୟରେ ନିଜର ଆର୍ଥିକ ସଙ୍କଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନିଲ ଅମ୍ବାନୀ ୧୯୯୧ମସିହାରେ ବଲିଉଡ ଅଭିନେତ୍ରୀ ଟୀନା ମୁନୀମଙ୍କୁ ବିବାହ କରିଥିଲେ। ଏହି ବିବାହ ପରେ ତାଙ୍କର ଦୁଇଟି ଛୁଆ ହୋଇଥିଲେ। ବଡ ପୁଅ ଜୟ ଅନମୋଲ ଓ ଛୋଟ ପୁଅ ଜୟ ଅଂଶୁଲ।

ମୁକେଶ ଅମ୍ବାନୀ ଓ ତାଙ୍କର ପିଲା ପ୍ରାୟତଃ ଲାଇମଲାଇଟରେ ରୁହନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ଜାଣିଛନ୍ତି। କିନ୍ତୁ ଅନିଲ ଅମ୍ବାନୀଙ୍କ ଦୁଇ ପୁଅଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି। ଆଜି ଆମେ ଅନିଲ ଅମ୍ବାନୀଙ୍କ ଦୁଇ ପୁଅଙ୍କ ସହ ଜଡିତ କିଛି ହୃଦୟସ୍ପର୍ଶୀ କଥା ହେବାକୁ ଯାଉଛୁ।

ବିଦେଶରେ ପଢା:-

ଅନିଲ ଅମ୍ବାନୀଙ୍କ ବଡ ପୁଅ ଜୟ ଅନମୋଲଙ୍କ ପାଠପଢା ଜୋନ କେନନ ସ୍କୁଲ, ମୁମ୍ବାଇରୁ ହୋଇଛି। ଏହାପରେ ସେ ପଢିବା ପାଇଁ ଇଂଲଣ୍ଡ ଯାଇଥିଲେ। ସେଠାରେ ସେ ବାରବିକ ବୀଜନେସ ସ୍କୁଲରେ ନଜର ଡିଗ୍ରୀ ନେଇଥିଲେ। ଅନିଲଙ୍କ ଛୋଟ ପୁଅ ଅଂଶୁଲ ବିଜନେସ ମ୍ୟାନେଜମେଣ୍ଟ କୋର୍ସ କରିସାରିଛନ୍ତି। ସେ ନ୍ୟୁୟର୍କ ୟୁନିଭର୍ସିଟିର ଷ୍ଟର୍ନ ସ୍କ୍ଲୁ ଅଫ ବିଜନେସରୁ କରିଥିଲେ।

ବଡ ପୁଅକୁ ଲାଇମ ଲାଇଟ ପସନ୍ଦ ନୁହେଁ:-

ଅନିଲ ଅମ୍ବାନୀଙ୍କ ବଡ ପୁଅ ଜୟ ଅନମୋଲଙ୍କୁ ଲାଇମଲାଇଟରୁ ଦୂରେଇ ରହିବାକୁ ଭଲ ଲାଗେ। ସେ କ୍ୟାମେରା ସାମ୍ନାକୁ ଆସିବାକୁ ପସନ୍ଦ କରନ୍ତି ନାହିଁ। ସେ ଟିକେ ଲାଜକୁଳା ସ୍ଵଭାବର ଅଟନ୍ତି। ସେ ଅନ୍ୟମାନଙ୍କ ସମ୍ମୁଖରେ ସଠିକ ଭାବରେ ଖୋଲନ୍ତି ନାହିଁ। ତାଙ୍କୁ ପରିବାର ବହୁତ ପସନ୍ଦ। ପରିବାର ସହିତ ତାଙ୍କୁ ସମୟ ବିତାଇବାକୁ ଭଲ ଲାଗେ।

ଦାଦି ଓ କକାଙ୍କ ମଧ୍ୟରେ ସମ୍ବନ୍ଧ:-

ନିଜର କକା ମୁକେଶ ଅମ୍ବାନୀଙ୍କ ସହ ଜୟ ଅନମୋଲଙ୍କର ସମ୍ବନ୍ଧ ବହୁତ ଭଲ ଅଟେ। ଏହା ବ୍ଯତୀତ ସେ ନିଜର ଦାଦି କୋକିଲାବେନଙ୍କର ବହୁତ ନିକଟରେ ଥାନ୍ତି। କେବଳ ଏତିକି ନୁହେଁ ତାଙ୍କର ନିଜର କକାଙ୍କ ପୁଅ-ଝିଅ ଆକାଶ, ଇଶା ଓ ଅନନ୍ତଙ୍କ ସହ ମଧ୍ୟ ଭଲ ସମ୍ପର୍କ ଅଛି। ଦେଖିବାକୁ ଅନିଲ ଅମ୍ବାନୀଙ୍କ ବଡ ପୁଅ ଏକ ପାରିବାରିକ ମଣିଷ ଅଟନ୍ତି।

ଛୋଟ ପୁଅ ପାର୍ଟି କରିବାକୁ ପସନ୍ଦ କରନ୍ତି:-

ଅନିଲ ଅମ୍ବାନୀଙ୍କ ଛୋଟ ପୁଅ ଜୟ ଅଂଶୁଲ ନିଜର ବଡ ଭୟଙ୍କର ସମ୍ପୂର୍ଣ ବିପରୀତ ଅଟନ୍ତି। ସେ ନିଜର କକା ପୁଅ-ଝିଅଙ୍କ ସହ ପାର୍ଟି କରିବାକୁ ପସନ୍ଦ କରନ୍ତି। ସେ ଏକ ଧାର୍ମିକ ବ୍ୟକ୍ତି ମଧ୍ୟ ଅଟନ୍ତି। ସେଥିପାଇଁ ଭଗବାନଙ୍କ ନିକଟରେ ତାଙ୍କର ରୁଚି ବହୁତ ଅଛି।

ଆଲିଶାନ ଲାଇଫ ଷ୍ଟାଇଲ:-

ଯେତେବେଳେ ଆମେ ଜୀବନଶୈଳୀ ବିଷୟରେ କଥା ହେଉଛୁ ତେବେ ଅନମୋଲ ଓ ଅଂଶୁଲ ଦୁଇଜଣଙ୍କୁ ବିଳାସପୂର୍ଣ ଗାଡିର ସୌକ ଅଛି। ତାଙ୍କ କଲେକ୍ସନରେ ରଲ୍ସ ରୟସ ଫେଣ୍ଟମରୁ ନେଇ ଲେମ୍ବର୍ଗିନୀ, ଗୋଲାର୍ଡୋ ପରି ଗାଡି ଦେଖିବାକୁ ମିଳିଯାଏ। କେବଳ ଏତିକି ନୁହେଁ ଅଂଶୁଲକୁ ପ୍ଳେନ କଲେକ୍ସନର ମଧ୍ୟ ସୌକ ଅଛି।

ମିଡିଆର ସୂତ୍ର ଅନୁସାରେ ଅଂଶୁଲଙ୍କ ନିକଟରେ Bombardier Global Express XRS ପ୍ଳେନ ରୁ ନେଇ Bell 412 ହେଲିକପ୍ଟର, Falcon 2000 ଓ Falcon 7X ଜେଟ ମଧ୍ୟ ଅଛି। ସେ ସବୁବେଳେ ଏଥିରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ସେ ରିଲାଏନ୍ସ ମ୍ୟୁଚୁଆଲ ଫଣ୍ଡ ଓ ରିଲାଏନ୍ସ କ୍ୟାପିଟାଲରେ କାମ ମଧ୍ୟ କରିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *