୨୨୨୨ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଚାଲିବ ଏହି ବିମାନ, ଦୁନିଆର ସର୍ବପ୍ରଥମେ ଆମେରିକାର ରାଷ୍ଟ୍ରପତିଙ୍କୁ ମିଳିବ ଏହି ବିମାନ,ଜାଣନ୍ତୁ ଏହି ବିମାନ ବିଷୟରେ

କିଛି ସମୟ ପୂର୍ବରୁ ଖବର ଆସିଥିଲାକି କାଲିଫର୍ନିୟାର ଏକ ଷ୍ଟାର୍ଟ-ଅପ ଆମେରିକାର ଏୟାରଫୋର୍ସ ସହିତ ମିଶିକରି ଏକ ସୁପରସୋନିକ ପ୍ଳେନର ନିର୍ମାଣ କରୁଅଛି, ଯାହାକୁ ଏୟାରଫୋର୍ସ ପାଇଁ ବ୍ୟବହାର କରାଯିବ। ଏହି ଷ୍ଟାର୍ଟ-ଅପର ନାମ ଏକ୍ଜୋସୋନିକ ଅଟେ ଓ ଏହି ଷ୍ଟାର୍ଟ-ଅପ ନିଜର ଲୋ-ବୁମ ସୁପରସୋନିକ ଜେଟ ସାହାଯ୍ୟରେ ଆମେରିକା ମିଲିଟ୍ରିକୁ ପ୍ରଭାବିତ କରିଥିଲେ।

ବର୍ତ୍ତମାନ ଏହି ଷ୍ଟାର୍ଟଅପକୁ ଆମେରିକାର ରାଷ୍ଟ୍ରପତି ଓ କାର୍ଯ୍ୟକାରି ଏୟାରଲିଫ୍ଟ ନିର୍ଦ୍ଦେଶାଳୟଙ୍କ ନିକଟରୁ ଏକ କଣ୍ଟ୍ରାକ୍ଟ ମିଳିଛି। ଏହି ସୁପରସୋନିକ ପ୍ଳେନର ଭିତରର ଫୋଟ ଭାଇରାଲ ହେଉଅଛି। ରିପୋର୍ଟ ଅନୁସାରେ, ଏହି ସୁପରସୋନିକ ଜେଟର ବ୍ୟବହାର ଆମେରିକାର କାର୍ଯ୍ୟକାରି ଶାଖାର ବିଶିଷ୍ଟ ଅତିଥିଙ୍କ ପାଇଁ କରାଯାଇପାରେ। ଏହା ବ୍ଯତୀତ ଏହି ବିମାନର ଉପଯୋଗ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ବ୍ୟବହାର ହୋଇପାରେ।

ଏକ୍ଜୋସୋନିକର ପ୍ରିନ୍ସିପିଲ ଏୟାରକ୍ରାଫ୍ଟର ଇଣ୍ଟେରିୟର ଡିଜାଇନର ଷ୍ଟେଫନୀ ସିଏନଏନ ସହିତ କଥାବାର୍ତ୍ତା ହେଉଥିବା ସମୟରେ କହିଲେକି ଏହି କନସେପ୍ଟ ଦ୍ଵାରା ନୂଆ କୌଶଳରେ ପ୍ଳେନ ତିଆରି କରିବାକୁ ଯାଉଛନ୍ତି ଯାହାକି ବର୍ତ୍ତମାନ କୌଣସି କମର୍ଷୀୟାଲ କିମ୍ବା ବିଜନେସ ପ୍ଳେନରେ ଦେଖିବାକୁ ପାଇବେ ନାହିଁ। ୩୧ସିଟି ବିଶିଷ୍ଟ ଏହି ବିଳାସପୂର୍ଣ ପ୍ଳେନରେ ଲକଜରି ଲେଦର, କାମ କରିବା ପାଇଁ ଓ ରେଷ୍ଟ କରିବା ପାଇଁ ପ୍ରାଇଭେଟ ସୁଇଟ୍ସର ମଧ୍ୟ ଆୟୋଜନ କରାଯାଇଛି।

ଏଥିରେ ଏକ ପ୍ରାଇଭେଟ ସୁଇଟରେ ତିନିଜଣ ଯାତ୍ରୀଙ୍କର ଏକ ମିଟିଂ ରୁମ, ଭିଡିଓ ଟେଲିକନଫ୍ରେଂସିଙ୍ଗ ଓ ପ୍ରେସକୁ ଏଡ୍ରେସ କରିବାରେ ସୁବିଧା ହେବ। ଏହା ବ୍ଯତୀତ ଦ୍ଵିତୀୟ ପ୍ରାଇଭେଟ ସୁଇଟରେ ୮ଜଣ ଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଛି। ମୁଖ୍ୟ କେବିନରେ ୨୦ଟି ବିଜନେସ କ୍ଳାସ ସିଟ ଅଛି।

ଏହି ପ୍ଳେନକୁ ମର୍ଡନ ଏୟାରକ୍ରାଫ୍ଟ ଡିଜାଇନ ପରି ତିଆରି କରାଯାଇଛି ଓ ଏହି ପ୍ଳେନର ସିଟି ଉପରେ ପର୍ସନାଲ ଇଲେକଟ୍ରୋନିକ ଡିଭାଇସକୁ ହୋଲ୍ଡ କରି ରଖିବା ପାଇଁ ସ୍ଥାନ ଅଛି ଓ ଏହି ପାରମ୍ପରିକ ସିଟର ପଛରେ ମନିଟର ଅଲଗା ରହିବ।

ଷ୍ଟେଫନୀଙ୍କ କହିବା କଥାକି ଏହି ଏୟାରକ୍ରାଫ୍ଟର କେବିନ ଡିଜାଇନ ୟୁଏସ ଏକ୍ଜକ୍ୟୁଟିବ ବ୍ରାଞ୍ଚ ଓ ତାଙ୍କର ମିଶନରୁ ପ୍ରେରଣା ପାଇଛନ୍ତି ଓ ଏହି ପ୍ଳେନରେ ବୁମ ସଫ୍ଟ କୌଶଳ ବ୍ୟବହାର କରାଯାଇଛି। ଏହି ପ୍ଳେନ ଧ୍ୱନିର ଗତିର ଦୁଇଗୁଣ ଗତି ଅର୍ଥାତ ପାଖାପାଖି ୨୨୨୨ କିଲୋମିଟର ପ୍ରତି ଘଣ୍ଟା ବେଗରେ ବହୁତ କମ ଶବ୍ଦରେ ଉଡିପାରେ।

ଏକ୍ଜୋସୋନିକ ସିଇଓ ନୋରିସ ଟୟ କହିଲେକି ଲୋ-ବୁମ ସୁପରସୋନିକ ଫ୍ଲାଇଟ ଭବିଷ୍ୟତରେ ଯାତ୍ରା କରିବାରେ ସବୁଠୁ ଭଲ ସାଧନ ହେବ। ଏହା ଆମର ଭବିଷ୍ୟତ। ଲୋ ବୁମ କାରଣରୁ ଯାତ୍ରୀ ସୁପରସୋନିକ ସ୍ପିଡରେ ଯାତ୍ରା କରିପାରିବେ ଓ ଏହି ପ୍ରକାର ଧ୍ୱନି ପ୍ରଦୂଷଣ ମଧ୍ୟ ଏହି ପ୍ଳେନ ଦ୍ଵାରା ବ୍ୟାପିବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *