ଭୋଟ ହେବାର ଠିକ ପୂର୍ବରୁ ମମତା ବାନାର୍ଜୀଙ୍କ ଏକ ନେତାଙ୍କ ଘରୁ ମିଳିଲା ଇଭିଏମ ମେସିନ, ସେହି ଅଞ୍ଚଳରେ ସୃଷ୍ଟି ହେଇଛି ଚଳଚଞ୍ଚଳ,ଜାଣନ୍ତୁ ପୁରା ଖବର

ପଶ୍ଚିମବଙ୍ଗର ହାୱଡାର ଉଲବେରିଆରେ ଟିଏମସି ନେତାଙ୍କ ଘରୁ ଇଭିଏମ ଓ ବିବିପେଟ ମିଳିଛି। ଯେଉଁ କାରଣରୁ ଅଞ୍ଚଳରେ ହଡକମ୍ପ ସୃଷ୍ଟି ହୋଇଯାଇଛି। ପଶ୍ଚିମବଙ୍ଗରେ ଆଜି ୩୧ସିଟରେ ତୃତୀୟ ମତଦାନ ହେଉଥିଲା। ଏହି ସମୟରେ ଏହି ଭୋଟିଂ ମେସିନ ଟିଏମସି ନେତା ଗୌତମ ଘୋଷଙ୍କ ଆବାସରେ ମିଳିଥିଲା। ନିର୍ବାଚନ ଆୟୋଗ ଏହି ବିଷୟରେ ସୂଚନା ଦେଇ କହିଲେକି ଏଠାରେ ଯେଉଁ ଇଭିଏମ ଓ ବିବିପେଟ ମିଳିଛି, ତାକୁ ନିର୍ବାଚନ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି। ସେକ୍ଟର ୧୭, ଏସି ୧୭୭ର ନିର୍ବାଚନ ଅଧିକାରୀ ତପନଙ୍କୁ ନିଲମ୍ବିତ କରିଦିଆଯାଇଛି। ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ।

ଟିଏମସି ନେତା ଗୌତମ ଘୋଷଙ୍କ ଘରୁ ଏହି ମେସିନ ମିଳିବାର ଖବର ଉପରେ ବିଜେପି କାର୍ଯ୍ୟକର୍ତ୍ତା ହଙ୍ଗାମା କରିଛନ୍ତି। ଏହି ସଂପୂର୍ଣ୍ଣ ମାମଲା ଉପରେ ଉଲବେରିଆ ଉତ୍ତରରୁ ବିଜେପି ପ୍ରତ୍ୟାଶୀ ଚିରନ ବେରା କହିଲେକି ମତଦାନ ପୂର୍ବରୁ ଏହିସବୁ କରାଯାଇଛି। ରାତିରେ ଟିଏମସି ନେତା ଗୌତମ ଘୋଷଙ୍କ ଆବାସରେ ଇଭିଏମ ମିଳିଛି।

ଏହି ଖବର ଆସିବା ବେଳକୁ ଅଞ୍ଚଳରେ ଅଶାନ୍ତି ବଢିଯାଇଥିଲା ଓ ବିଜେପି ଓ ଟିଏମସିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବଢୁଥିବା ବିବାଦକୁ ଦେଖି ସୁରକ୍ଷାବଳକୁ ଏଠାରେ ଲାଠିଚାର୍ଜ କରିବାକୁ ପଡିଲା। ନିର୍ବାଚନ ଆୟୋଗଙ୍କ ଅନୁସାରେ ଜବତ କରାଯାଇଥିବା ଇଭିଏମକୁ ବ୍ୟବହାର କରାଯିବ ନାହିଁ। ସେକ୍ଟର ଅଫିସ ତପନ ସରକାର ଇଭିଏମ ସହିତ ନିଜର ସମ୍ପର୍କୀୟଙ୍କୁ ଘର ରାତିରେ ଶୋଇବାକୁ ଚାଲି ଯାଇଥିଲେ, ଯାହାକି ଆଚାର ସଂହିତାର ଉଲଂଘନ ଅଟେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଅନେକ ଚରଣରେ କରାଯାଉଛି। ଭୋଟିଂକୁ ନେଇ ଟିଏମସି ଓ ବିଜେପି ପରସ୍ପର ଉପରେ ଗମ୍ଭୀର ଆରୋପ ଲଗାଯାଉଛି। ବିଜେପିର ଆରୋପ ହେଉଛିକି ରାଇଦିଘୀ ବିଧାନସଭା କ୍ଷେତ୍ରର ମତଦାନ ସଂଖ୍ୟା ୧୮୯ରେ ଟିଏମସି କାର୍ଯ୍ୟକର୍ତ୍ତା ୧୦୦ମିଟର ମଧ୍ୟରେ ପ୍ରବେଶ କରିଲେ ଓ ଭୋଟରଙ୍କୁ ଭୋଟ ଦେବାକୁ ମନା କରିଲେ। ମଙ୍ଗଳବାର ଦିନ ମତଦାନ ଆରମ୍ଭ ହେବା ପୂର୍ବରୁ ଟିଏମସି ଅନେକ ମତଦାନ କେନ୍ଦ୍ରରେ ଇଭିଏମରେ ଗଡବଡ, ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଭୋଟ ନଦେବାକୁ ଅଭିଯୋଗ କରିଲେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ଟିଏମସି ପାର୍ଟି ମଧ୍ୟରେ ଟକ୍କର ହୋଇଛି। ଗୋଟେ ପକ୍ଷରେ ଟିଏମସିର ନେତା ମମତା ବାନାର୍ଜୀ ରାଜ୍ୟର ସତ୍ତା ପୁଣିଥରେ ହାସିଲ କରିବାକୁ ଚାହିଁବେ ଓ ତୃତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁବେ। ଅନ୍ୟ ପକ୍ଷରେ ବିଜେପି ରାଜ୍ୟରେ ପଦ୍ମ ଖେଳାଇବାରେ ଲାଗିଛି।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *