ମାସ୍କ ପାଇଁ ମନା କରୁଥିବା ଦମ୍ପତ୍ତି ପ୍ଲେନରୁ ଓହ୍ଲାଇବାକୁ ବାଧ୍ୟ ହେଲେ, ଫ୍ଲାଇଟ ଆଟେଣ୍ଡାଣ୍ଟ ଡ୍ୟାନ୍ସ କରି ପ୍ରକାଶ କଲେ ଖୁସି ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଏକ ଦମ୍ପତ୍ତିଙ୍କୁ ଫ୍ଲାଇଟରୁ ଓହ୍ଲାଇଯିବା କାରଣରୁ ଫ୍ଲାଇଟ ଆଟେଣ୍ଡାଣ୍ଟ ଖୁସିରେ ନାଚୁଛନ୍ତି | କୁହାଯାଉଛି ଯେ ଦମ୍ପତି ପ୍ରଥମରୁ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ, ଯାହାକୁ ନେଇ ତାଙ୍କ ଫ୍ଲାଇଟ ଆଟେଣ୍ଡାଣ୍ଟ ଏବଂ ଅନ୍ୟ ଯାତ୍ରୀମାନଙ୍କ ସହିତ ତୀବ୍ର ଯୁକ୍ତିତର୍କ ମଧ୍ୟ ହୋଇଥିଲା | ଏହା ପରେ ଦମ୍ପତି ରାଗରେ ଫ୍ଲାଇଟତୁ ଓହ୍ଲାଇଥିଲେ | କୁହାଯାଉଛି ଯେ କରୋନା ଭାଇରସରୁ ବଞ୍ଚିବାପାଇଁ ଏୟାରଲାଇନ୍ସ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି | ସମ୍ପୂର୍ଣ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବାପାଇଁ ପରାମର୍ଶ ଦିଆଯାଇଥାଏ |

ମାନିଲେ ନାହିଁ COVID-19 ନିୟମ :-

ବ୍ରାଣ୍ଡନ ଆଡଲର ନାମକ ଜଣେ ଟିକଟକ ୟୁଜର ଏହି ଭିଡିଓ ସେୟାର କରିଛନ୍ତି | ତେବେ ଯୁକ୍ତିତର୍କ ସମୟରେ ଦେଖାଯାଉଥିବା ଭିଡିଓରେ ଦମ୍ପତ୍ତି ମାସ୍କ ପିନ୍ଧିଥିବାର ଦେଖାଯାଉଛନ୍ତି, କିନ୍ତୁ ପ୍ରଥମରୁ ସେମାନେ COVID-19 ର ନିର୍ଦ୍ଦେଶାବଳୀ ପାଳନ କରିବାପାଇଁ ସିଧା ମନା କରିଦେଇଥିଲେ | ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ବିମାନ ଉଡ଼ାଣ ଆରମ୍ଭ ହେବା ପୂର୍ବରୁ ଫ୍ଲାଇଟ ଆଟେଣ୍ଡାଣ୍ଟ ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଥିଲେ | ଯାହାକୁ କି ବିମାନରେ ଥିବା ଏକ ଦମ୍ପତି ବି-ରୋ-ଧ କରିଥିଲେ | ଏହା ପରେ ପ୍ଲେନରେ ହ-ଙ୍ଗା-ମା ଆରମ୍ଭ ହୋଇଗଲା |

ଯାତ୍ରୀମାନେ କଲେ ବି-ରୋ-ଧ :-

ଫ୍ଲାଇଟ ଆଟେଣ୍ଡାଣ୍ଟ ସେହି ଦମ୍ପତିଙ୍କୁ ବହୁତ ବୁଝାଇବାପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲେ | ଏହା ଦେଖି ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ରାଗିଗଲେ | ସେମାନେ ଅ-ଭି-ଯୁ-କ୍ତ ପୁରୁଷ-ମହିଳାଙ୍କୁ କହିଥିଲେ ଯେ ଯଦି ସେମାନେ ମାସ୍କ ପିନ୍ଧିପାରିବେ ନାହିଁ, ତେବେ ସେମାନେ ବିମାନରୁ ଓହ୍ଲାଇଯିବା ଉଚିତ | ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିବା ବିବାଦ ପରେ ଶେଷରେ ଦମ୍ପତ୍ତି ବିମାନରୁ ଓହ୍ଲାଇବାରେ ହିଁ ନିଜ ପାଇଁ ଭଲ ବୋଲି ବୁଝିଲେ |

ତାଳି ବଜାଇ ପ୍ରକାଶ କଲେ ଖୁସି :-

ଅ-ଭି-ଯୁ-କ୍ତ ଦମ୍ପତି ବିମାନରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଳି ବଜାଇ ନିଜ ଖୁସିକୁ ପ୍ରକାଶ କଲେ | କେବଳ ଏତିକି ନୁହେଁ, ଫ୍ଲାଇଟ ଆଟେଣ୍ଡାଣ୍ଟ ମଧ୍ୟ ନିଜ ଖୁସି ପ୍ରକାଶ କରିବାପାଇଁ ନିଜକୁ ଅଟକାଇ ପାରିଲେ ନାହିଁ | ଭିଡିଓରେ ଦେଖାଯାଉଛି ଯେ ଅଭିଯୁକ୍ତ ଦମ୍ପତି ବିମାନରୁ ଓହ୍ଲାଇଯିବା ମାତ୍ରେ ଫ୍ଲାଇଟ ଆଟେଣ୍ଡାଣ୍ଟ ଡ୍ୟାନ୍ସ କରୁଛନ୍ତି | ଉଲ୍ଲେଖନୀୟ କଥା ହେଉଛି ଯେ କରୋନା ମହାମାରୀ ପୁଣି ଥରେ ସାରା ଦୁନିଆକୁ ନିଜ କବଳକୁ ନେବା ଆରମ୍ଭ କରିଦେଇଛି | ପ୍ରାୟ ସବୁ ଦେଶରେ ସଂକ୍ରମଣର ମାମଲା ବଢ଼ିବାରେ ଲାଗିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *