ରିଲାଏନ୍ସ ଜିଓରେ ଏମିତି ଆରମ୍ଭ କରନ୍ତୁ ମିସ କଲ ଆଲର୍ଟ ସର୍ଭିସ, ଜାଣନ୍ତୁ ଏହାର ସହଜ ଉପାୟ

କେତେଥର ଏମିତି ହୋଇଥାଏ ଯେ, ଆମ ଫୋନ ସ୍ୱିଚ ଅଫ କିମ୍ବା ନେଇୱାର୍କ ସର୍ଭିସ ଏରିଆ ବାହାରେ ଥାଏ । ଏହାମଧ୍ୟରେ ଆମେ ଆମର ଗୁରୁତ୍ୱପୂର୍ଣ୍ଣ କଲ ଗୁଡ଼ିକୁ ମିସ କରିଦେଇଥାନ୍ତି। ଭାରତର ସବୁଠୁ ବଡ଼ ଟେଲିକମ ସର୍ଭିସ ନେଟୱର୍କ ଜିଓ ନିଜର ଗ୍ରାହକ ମାନଙ୍କୁ ମିସ କଲ ଆଲର୍ଟ ସର୍ଭିସ ଦେଉଛି ।

ମିସ କଲ ଆଲର୍ଟ ସର୍ଭିସ ଦ୍ୱାରା ଆପଣ ସହଜରେ ପତା ଲଗାଇପାରିବେ ଯେ, କିଏ ଆପଣଙ୍କ ମୋବାଇଲକୁ କଲ କରିଥିଲା ଓ ଆପଣ ତାଙ୍କୁ ଆଉଥରେ ଫୋନ କରିପାରିବେ। ଆପଣ ଯଦି ଜିଓ ସିମ ବ୍ୟବହାର କରୁଛନ୍ତି ଆପଣଙ୍କୁ ଜଣାଥିବ ଯେ, ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସୁଥିବ । ଏହି ମେସେଜରେ ଆପଣଙ୍କୁ ସେହି ବ୍ୟକ୍ତିଙ୍କ ନମ୍ବର୍ ଦେଖାଇଥାଏ ଯିଏକି ଆପଣଙ୍କ ଫୋନ ସ୍ୱିଚ ଅଫ ଥିବାବେଳେ ଆପଣଙ୍କୁ ଫୋନ କରିଥିଲେ ।

ଯଦି ଆପଣ ଏହି ସେବାକୁ ନିଜର ମୋବାଇଲରେ ଆକ୍ଟିଭେଟ କରାଇବାକୁ ଚାହାଁନ୍ତି ତାହେଲେ ଆମେ ଏଥିରେ ଆପଣଙ୍କୁ ସାହାର୍ଯ୍ୟ କରିବୁ । ଏହି ଷ୍ଟେପ୍ସକୁ ଫଲୋ କରି ଆପଣ ନିଜର ଜିଓ ନମ୍ବରରେ ମିସ କଲ ଆଲର୍ଟ ସର୍ଭିସ କୁ ଆକ୍ଟିଭେଟ କରିପାରିବେ ।

ଜିଓ ନମ୍ବରରେ ଏହି ମିସ କଲ ସେବା ଆକ୍ଟିଭେଟ କରାଇବା ପାଇଁ କୌଣସି USSD କୋଡ଼ର ଦରକାର ହୋଇନଥାଏ । ଏହି ସର୍ଭିସ ସମସ୍ତ ଜିଓ ନମ୍ବରରେ ପ୍ରି ଆକ୍ଟିଭେଟ ଥାଏ । ଏଥିପାଇଁ ଟେଲିକମ ଅପରେଟର ଆପଣଙ୍କ ଠାରୁ କୌଣସି ଚାର୍ଜ ନେଇ ନଥାଏ ।

ଯଦି ଆପଣ ଇଣ୍ଟରନାଶନାଲ ରୋମିଂରେ ଅଛନ୍ତି ତଥାପି ଆପଣ ଜିଓ ମିସ କଲ ସର୍ଭିସ ସେବା ନେଇପାରିବେ । ଯେତେବେଳେ ଆପଣଙ୍କ ମୋବାଇଲ କଭରେଜ ଏରିଆ ବାହାରକୁ ଯାଇଥାଏ ସେତେବେଳ ଆପଣଙ୍କୁ ନୋଟିଫିକେସନ ଆସିଯାଇଥାଏ । ଏଥିରେ ଯେଉଁମାନେ ଆପଣଙ୍କୁ ମୋବାଇଲ ଅଫ ସମୟରେ କଲ କରିଥିଲେ ସେମାନଙ୍କର ମେସେଜ ଆସିଯିବ ।

ଯଦି ଆପଣଙ୍କ ମୋବାଇଲରେ ମିସ କଲ ସର୍ଭିସ କାମ କରୁନାହିଁ ତାହେଲେ ଆପଣ କଷ୍ଟମର କେୟାର ନମ୍ବରକୁ ଫୋନ କରି ଏହା ସମ୍ପର୍କରେ ଜାଣିପାରିବେ । ସେମାନେ ଆପଣଙ୍କ ସମସ୍ୟାକୁ ଦୂର କରିପାରିବେ । ଏହାକୁ ଡ଼ିଆକ୍ଟିଭେସନ କରାଯିବାର କୌଣସି ଉପାୟ କୁହାଯାଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *