ଆଇପିଏଲ 2021 ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ସୃଷ୍ଟି କରିବାକୁ ଯାଉଛନ୍ତି ଏହିସବୁ ରେକର୍ଡ଼,ଜାଣନ୍ତୁ ସମସ୍ତ ରେକର୍ଡ ବିଷୟରେ

ଆଇପିଏଲ 2021 ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏକ ମିଶନ ସହିତ ପଡ଼ିଆକୁ ଓହ୍ଲାଇବେ । ରୋହିତ ଚାହିଁବେ ତାଙ୍କ ଦଳ ଏହିଥର ମଧ୍ୟ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହେଉ । ପୂର୍ବବର୍ଷ ତାଙ୍କ ଦଳ ଦିଲ୍ଲୀ ବିପକ୍ଷରେ 5ମ ଥର ଟାଇଟଲ ନିଜ ନାମରେ କରିଥିଲା । ଏହିଥର ଯଦି ମୁମ୍ବାଇ ଇଣ୍ଡିଆନ୍ସ ଜିତିବାରେ ସଫଳ ହେବ ତ ଏହା ଷଷ୍ଠ ଥର ହୋଇଯିବ । ରୋହିତ ଶର୍ମା ଆଇପିଏଲରେ ଏକ ସଫଳତମ ଅଧିନାୟକ ହୋଇଥିବା ବେଳେ ତାଙ୍କ ନାମରେ ମଧ୍ୟ କେତେକ ରେକର୍ଡ଼ ସବୁ ରହିଛି । ଏହିଥର ରୋହିତ ଶର୍ମା ଏହିଭଳି କିଛି ରେକର୍ଡ଼ ନିଜ ନାମରେ କରିପାରନ୍ତି ଆସନ୍ତୁ ଜାଣିବା ।

କ୍ୟାଚ ନେବାରେ ଶତକ ହାସଲ ! :-

ରୋହିତ ଶର୍ମା ବର୍ତ୍ତମାନ ସୁଧା ଆଇପିଏଲରେ 89ଟି କ୍ୟାଚ ନେଇସାରିଛନ୍ତି । 100ଟି କ୍ୟାଚ ଠାରୁ ଆଉମାତ୍ର 11ଟି କ୍ୟାଚ ଦୂରରେ ରହିଛନ୍ତି । ଆଇପିଏଲରେ ସବୁଠାରୁ ଅଧିକ କ୍ୟାଚ ନେବାର ରେକର୍ଡ଼ ସୁରେଶ ରାଇନାଙ୍କ ନାମରେ ରହିଛି । ରାଇନା ମୋଟ 102ଟି କ୍ୟାଚ ନେଇଥିବା ସହିତ ମୁମ୍ବାଇ ଇଣ୍ଡିଆନ୍ସର ପୋଲାର୍ଡ଼ 90ଟି କ୍ୟାଚ ନେଇଛନ୍ତି ।

ଛକା ମାରିବାରେ ରେକର୍ଡ଼ :-

ରୋହିତ ଶର୍ମା t-20 ରେ ଏବେସୁଦ୍ଧା 386ଟି ଛକା ମାରିସାରିଛନ୍ତି । t-20 କ୍ରିକେଟରେ 400 ଛକା ପୂରଣ କରିବାରେ ସେ ଆଉମାତ୍ର 14ଟି ଛକା ପଛରେ ରହିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 4500 ରନ ବନାଇବାରେ ରୋହିତ ଶର୍ମା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯିବେ । ସେ ବର୍ତ୍ତମାନ 4333 ରନ କରିଛନ୍ତି । ଆଉମାତ୍ର 167 ରନ କରିପାରିଲେ ସେ ଏହି କୀର୍ତ୍ତିମାନ ହାସଲ କରିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *