ଚାକିରୀ ଛାଡ଼ି ଆରମ୍ଭ କରିଥିଲେ ଚାଷବାସ,ଏବେ ଆୟ କରୁଛନ୍ତି ବାର୍ଷିକ ୮୦ ଲକ୍ଷ ଟଙ୍କା,ଜାଣନ୍ତୁ ତାଙ୍କ ବିଷୟରେ କିଛି

ଦେଶସାରା କୃଷକଙ୍କ ଖରାପ ଅବସ୍ଥାକୁ ନେଇ ଚର୍ଚ୍ଚା ହୋଇଥାଏ,କିନ୍ତୁ ମୁଁ ଆଜି ଏମିତି ଏକ କୃଷକଙ୍କ କଥା କହିବି ଯିଏ ମିଶାଇଲ୍ ହୋଇଛନ୍ତି|ସମସ୍ତିପୁର ଜିଲ୍ଲାର ୪୫କିମି ଦୂର ହସନପୁର ପ୍ରଖଣ୍ଡର ନୟାନଗର ପଞ୍ଚାୟତର ସୁଧାଂଶୁ କୁମାର ନିଜର ୭୦ ବିଘା ଜମିକୁ ଆଧୁନିକ ପ୍ରଣାଳୀରେ ଚାଷକରି ବାର୍ଷିକ ୮୦ ଲକ୍ଷ ଟଙ୍କା ଆୟ କରୁଛନ୍ତି|

ସେ ଟପକନ ପ୍ରଣାଳୀ ଓ ମାଇକ୍ରୋ ସ୍ପିଙ୍କଲର ମାଧ୍ୟମରେ ସିଞ୍ଚନ କରିଥାନ୍ତି|ଫଳରେ ଲିଚି ବଗିଚାରେ ଆବଶ୍ୟକ ତାପମାତ୍ରା ବଜାୟ ରଖିଥାନ୍ତି|ଏଥିରେ ଜମିର ସିଞ୍ଚନ ଓ ଖାଦ ପହଞ୍ଚିବା ପାଇଁ ସେ ଜମିକୁ ଓୟାରଲେସ୍ ବ୍ରଡବ୍ୟାଣ୍ଡ ସହ ସଂଯୋଗ କରିଛନ୍ତି|ଜମିରେ ସିସିଟିଭି କ୍ୟାମେରା ଲାଗିଛି ଫଳରେ ଯାହା ସ୍ମାର୍ଟଫୋନ ଓ ଲାପଟପ୍ ସହ ଯୋଡିହୋଇ ସିଞ୍ଚନ ପ୍ରଣାଳୀକୁ ନିୟନ୍ତ୍ରଣ କରିବା ସହ ସମୟରେ ଯୋଗାଯାଇ ପାରିବ|

ସୁଧାଂଶୁ ୭୦ ବିଘା ଜମିରେ ୨୭୦୦୦ ଫଳ ଗଛ ଲଗାଇଛନ୍ତି|ଏଥିରେ ଆମ୍ବ,ଲିଚୁ,ପିଜୁଳି,କଦଳୀ,ମୈସୁମୀ,ସରିଫା, ଲେମ୍ବୁସହ ଜାମୁ,କୋଳି,ବେଲ,ପଣସ,ଚିକୁ ଓ ମିଠା ତେନ୍ତୁଳି ଗଛ ଲଗାଇଛନ୍ତି|ଏହାର ବାର୍ଷିକ ଆୟ ୮୦ ଲକ୍ଷ ଟଙ୍କା|ଲିଚୁରୁ ସେ ବାର୍ଷିକ ୨୨ ଲକ୍ଷ ଟଙ୍କା ଆୟ କରିଥାନ୍ତି|ସେ ୧୬ ବିଘା କଦଳୀ ଲଗାଇଥିଲେ,ଯାହା ଛଟ୍ ପୂଜାରେ ୩୫ ଲକ୍ଷ ଟଙ୍କା ବିକ୍ରୀ କରିଥିଲେ|

ସୁଧାଂଶୁ କଡକନାଥ କୁକୁଡ଼ା ପାଳନ ସହ ଡାଏରୀ କାରବାର ଆରମ୍ଭ କରିଛନ୍ତି|ସେ ୫୦୦ କୁକୁଡ଼ା ସହ ଅଲଗା ଅଲଗା ପ୍ରକାରର ଗାଈ ରଖି ଡେଏରୀ ପ୍ରଜେକ୍ଟ କାମ ମଧ୍ୟ କରୁଛନ୍ତି|

ସୁଧାଂଶୁ ୨୦୧୦ ମସିହାରେ ଜଗଜୀବନ ରାମ ଅଭିନବ କୃଷକ ପୁରସ୍କାର,ବେଷ୍ଟ ମ୍ୟାଙ୍ଗୋ ଗ୍ରୋୟର ଆୱାର୍ଡ଼,ଦ କଣ୍ଟେପରେରୀ ବାୟୋଲୋଜିଷ୍ଟ ର ଇଣ୍ଟରନେସନାଲ କଂସଟିୟୋମର ରୋଲ ମଡେଲ ଆୱାର୍ଡ଼,ମାଧଵୀ ଶ୍ୟାମ ଏଜୁକେସନାଲ ଟ୍ରଷ୍ଟର ନ୍ୟାସୀ ବୋର୍ଡରୁ ସମ୍ମାନିତ କରାଯାଇଥିଲା|୨୦୧୪ରେ ମହିନ୍ଦ୍ରା ସମୃଦ୍ଧି ଇଣ୍ଡିଆ ଏଗ୍ରି ଆୱାର୍ଡ଼ ପାଇଥିଲେ|ସିଏମ୍ ନିତିଶ କୁମାର ମଧ୍ୟ ୨୦୧୯ରେ ପରିଦର୍ଶନ କରିଥିଲେ|

ସୁଧାଂଶୁ ପଢିବା ପରେ କେରଳର ଟାଟା ଚା ଗାର୍ଡେନ କମ୍ପାନୀରେ ସହାୟକ ପ୍ରବନ୍ଧକ ଭାବେ ଯୋଗ ଦେଇଥିଲେ|ସେ ଏହା ତ୍ୟାଗ କରିଥିଲେ ଓ ଗାଁରେ ଚାଷ କରିଥିଲେ|ତାଙ୍କ ବାପା ଚାହୁଁଥିଲେ ପୁଅ ସିଭିଲ ସର୍ଭିସରେ ଯୋଗ ଦେଉ|

ତାଙ୍କ ବାପା ୫ ଏକର ଜମି ରଖିଥିଲେ|ସୁଧାଂଶୁ ୧୯୯୦ରେ ଚାଷ କରିବା ଆରମ୍ଭ କରିଥିଲେ|ଉତ୍ପାଦନ ଓ ଲାଭ ପାଇଁ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁଛନ୍ତି|ସେ ଏବେ ସବୁ କୃଷକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *