ଆଇପିଏଲ 2021 : ରୋହିତ ଶର୍ମା କଲେ ଡେଭିଡ଼ ୱାର୍ଣ୍ଣରଙ୍କ ସହିତ ମଜାକ, କହିଲେ ଏମିତିକା କଥା

ଆଇପିଏଲ 2021 ର ଆରମ୍ଭ ଏପ୍ରିଲ 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଭାଗ ନେବାକୁ ଆସିଥିବା ବିଦେଶୀ ଖେଳାଳି କ୍ଵରେଣ୍ଟାଇନ ହୋଇଯାଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ଼ ୱାର୍ଣ୍ଣର ମଧ୍ୟ ଭାରତ ଆସିସାରିଛନ୍ତି ଓ କ୍ବାରେଣ୍ଟାଇନ ହୋଇସାରିଛନ୍ତି। ସେ ନିଦରୁ ଉଠି ଇଂଷ୍ଟାଗ୍ରାମକୁ ଗଲେ ଓ ସେଠାରେ ସେ ନିଜର ଫ୍ୟାନ୍ସ ମାନଙ୍କୁ କହିଥିଲେ କି, ସେ ଚେନ୍ନାଇରେ ଏକସପ୍ତାହ ହେବ କ୍ବାରେଣ୍ଟାଇନରେ ରହିଛନ୍ତି।

ସେ ଇଂଷ୍ଟାଗ୍ରାମରେ ଫ୍ୟାନମାନଙ୍କୁ ଟିପସ ମାଗୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକ ଗଜବ କମେଣ୍ଟ କରିଥିଲେ । ଡେଭିଡ଼ ୱାର୍ଣ୍ଣର ନିଜର ଫ୍ୟାନମାନଙ୍କୁ ଉପାୟ ମାଗିଥିଲେ କି, ସେ ଲକଡାଉନରେ କଣ କରିବା ଉଚିତ ଯାହାଫଳରେ ତାଙ୍କର ସମୟ ଅତିବାହିତ ହୋଇଯିବ।

ରୋହିତ ଶର୍ମା ଏକ ମଜାଦାର କମେଣ୍ଟ କରିଥିଲେ, ସେ କହିଥିଲେ ବୋଧ ହୁଏ ୱାର୍ଣ୍ଣର ଟିକଟକ କଥା ମନେ ପକାଉଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କହିଥିଲେ, ସେ ଭାରତରେ ଟିକଟକକୁ ବହୁତ ମିସ କରୁଛନ୍ତି । ଆପଣଙ୍କୁ ଜଣାଇଦେଉଛୁ ବିଗତବର୍ଷ ଭାରତ ସରକାର ଟିକଟକ ସମେତ କେତେକ ଚାଇନିଜ ଆପ ଭାରତରୁ ବନ୍ଦ କରିଦେଇଥିଲେ ।

ଡେଭିଡ଼ ୱାର୍ଣ୍ଣର ବିଗତବର୍ଷ ଲକଡାଉନ ସମୟରେ ଟିକଟକରେ ବହୁତ ଆକ୍ଟିଭ ଥିଲେ ଓ ସେ ଭାରତୀୟ ଗୀତରେ ଶର୍ଟ ଭିଡ଼ିଓ ବନାଇ ବହୁତ ସାରା ଫ୍ୟାନ୍ସ ଏକତ୍ରିତ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *