ଆଇପିଏଲ 2021 : ପୁଣି ଦେଖିବାକୁ ମିଳିଲା ଧୋନୀଙ୍କର ପୁରୁଣା ଅନ୍ଦାଜ । ବୋଲର ମାନଙ୍କୁ ଧୂମକରି ପିଟିଲେ

ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜିକାଲି ଆଇପିଏଲ 2021 ଆରମ୍ଭ ହେବାପୁର୍ବରୁ ଚେନ୍ନାଇ ପାଇଁ ଅଭ୍ୟାସରେ ଲାଗି ପଡିଛନ୍ତି । ଧୋନୀ ଏହିବର୍ଷ ଚେନ୍ନାଇକୁ ଚତୁର୍ଥ ଟାଇଟଲ ଦେବାକୁ ଆଗ୍ରହୀ ରହିଛନ୍ତି । ସେ ଟୁର୍ଣାମେଣ୍ଟ ପୂର୍ବରୁ ସମସ୍ତ ବୋଲରଙ୍କୁ ମଧ୍ୟ ଚେତାବନୀ ଦେଇସାରିଛନ୍ତି ।

ଧୋନୀଙ୍କ ପାଇଁ ବିଗତ ଆଇପିଏଲ ବହୁତ ଖରାପ ରହିଥିଲା । ଆଇପିଏଲ ଇତିହାସରେ ପ୍ରଥମଥର ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ କ୍ବାଲିଫାଏ କରିପାରିନଥିଲା । କିନ୍ତୁ ଏହିଥର ସିଜିନ ଆରମ୍ଭ ହେବାପୁର୍ବରୁ ଧୋନୀ ସମସ୍ତ ବୋଲରଙ୍କୁ ଚେତାବନୀ ଦେଇସାରିଛନ୍ତି । କ୍ୟାପଟେନ କୁଲ ଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ସିଏସକେ ନିଜର ଅଫିସିଆଲ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କରିଛି, ଏହି ଭିଡ଼ିଓରେ ଦେଖାଯାଉଛି ଧୋନୀ କିଭଳି ବୋଲର ମାନଙ୍କର ଧୁଲେଇ କରୁଛନ୍ତି । ଜଣାପଡୁଛି ଏହିଥର ସେ ବୋଲର ମାନଙ୍କର ବହୁତ କ୍ଳାସ ନେବାକୁ ଯାଉଛନ୍ତି । ସେ ନେଟସରେ ଲମ୍ବା ଲମ୍ବା ଛକା ମାରିବାର ନଜର ଆସୁଛନ୍ତି ।

ଧୋନୀଙ୍କ କଥା କହିବାକୁ ଗଲେ ସେ ଏହିଥର ଚେନ୍ନାଇକୁ ଚତୁର୍ଥ ଆଇପିଏଲ ଟ୍ରଫି ଦେବାପାଇଁ ବହୁତ ବ୍ୟାକୁଳ ରହିଛନ୍ତି। ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ମ୍ୟାଚ ଏପ୍ରିଲ 10 ତାରିଖରେ ଦିଲ୍ଲୀ କ୍ୟାପିଟାଲସ ସହିତ ହେବାକୁ ଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *