ଆଇପିଏଲ 2021 : କୋଚ୍ ଅନୀଲ କୁମ୍ବଲେଙ୍କୁ ଏହି ଖେଳାଳିଙ୍କ ଠାରେ ଦେଖାଯାଉଛି ପୋଲାର୍ଡ଼ଙ୍କ ଝଲକ

ଆଇପିଏଲ ଟିମ ପଞ୍ଜାବ କିଙ୍ଗସର ମୁଖ୍ୟ କୋଚ୍ ଅନୀଲ କୁମ୍ବଲେ ତାମିଲନାଡ଼ୁର ଖେଳାଳି ଶହରୁଖ ଖାନଙ୍କର ବହୁତ ପ୍ରଶଂସା କରିଦେଇଛନ୍ତି । ସେ କହିଛନ୍ତି, ଶହରୁଖଙ୍କ ବ୍ୟାଟିଂରେ ପୋଲାର୍ଡ଼ଙ୍କ ଝଲକ ଦେଖାଯାଉଛି । ଆଇପିଏଲରେ କିରଣ ପୋଲର୍ଡ଼ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବହୁତ ବର୍ଷ ହେବ ଖେଳିଆସୁଛନ୍ତି । ଆଇପିଏଲରେ ଖତରନାକ ଖେଳାଳି ମାନଙ୍କ ମଧ୍ୟରେ ତାଙ୍କ ନାମ ଆସିଥାଏ ।

ପଞ୍ଜାବ କିଙ୍ଗସ ତରଫରୁ ଅଫିସିଆଲ ଟ୍ୱିଟର ଉପରେ ପୋଷ୍ଟ କରାଯାଇଛି । ଯେଉଁଥିରେ କୁମ୍ବଲେ କହିଛନ୍ତି, ଯେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଥିଲେ ସେତେବେଳେ ସେ ନେଟ ସେସନରେ ପୋଲାର୍ଡଙ୍କୁ ବହୁତ ଖତରନାକ ଖେଳାଳି ରୂପରେ ଦେଖୁଥିଲେ । ସେ କହିଥିଲେ, ପୋଲାର୍ଡ଼ଙ୍କୁ ଯେତେବେଳେ ସେ ବୋଲିଂ କରିଥାନ୍ତି ସେତେବେଳେ ସେ ତାଙ୍କୁ ସିଧା ମାରିବାକୁ ମନାକରିଥାନ୍ତି ।

ଆଇପିଏଲ 2021 ର ନିଲାମରେ ପଞ୍ଜାବ କିଙ୍ଗସ ଶହରୁଖ ଖାନଙ୍କୁ ନିଜ ଦଳରେ ସାମିଲ କରିଥିଲା । ତାଙ୍କର ବେସ ପ୍ରାଇସ 20 ଲକ୍ଷ ଟଙ୍କା ଥିଲା କିନ୍ତୁ ଦିଲ୍ଲୀ, ଆରସିବି ଓ ପଞ୍ଜାବ ତାଙ୍କ ଉପରେ ବହୁତ ପଇସା ଲଗାଇଥିଲେ । ଶେଷରେ ପଞ୍ଜାବ ବାଜି ମାରି 5.25 କୋଟି ଟଙ୍କାରେ ଶହରୁଖଙ୍କୁ କିଣିଥିଲା ।

ଶହରୁଖ ଖାନ ଏହିଥର ଶାନଦାର ଫର୍ମରେ ରହିଛନ୍ତି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ତାମିଲନାଡ଼ୁକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଯଦି ପଞ୍ଜାବ କିଙ୍ଗସ କଥା କହିବାକୁ ଯିବା ତାହେଲେ ତାଙ୍କ ପାଖରେ ଫାଷ୍ଟ ବୋଲର ଭାବରେ ମହମ୍ମଦ ଶାମି, କ୍ରିସ ଜୋର୍ଡାନ, ଝାୟ ରିଚାର୍ଡସନ, ରେଲେ ମେରେଡିଥଙ୍କ ଭଳି ଫାଷ୍ଟ ବୋଲର ରହିଛନ୍ତି । ସେହିପରି ସ୍ପିନ ବୋଲିଂରେ ରବି ବିଷ୍ଣଇ, ମୁରୁଗାନ ଅଶ୍ୱିନ ଓ ସୌରଭ କୁମାର ରହିଛନ୍ତି । ଆଇପିଏଲ 2021 ରେ ଏପ୍ରିଲ 12 ତାରିଖ ଦିନ ପଞ୍ଜାବ କିଙ୍ଗସ ରାଜସ୍ଥାନ ରୟାଲସ ବିପକ୍ଷରେ ମ୍ୟାଚ ଖେଳିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *