ଆମାଜନ ସ୍ୱୀକାର କଲା, କମ୍ପାନୀର ଡ୍ରାଇଭରମାନେ କରୁଥିଲେ ପ୍ଲାଷ୍ଟିକ ବୋତଲରେ ପରିସ୍ରା, ଆମେରିକାର ସାଂସଦଠାରୁ କ୍ଷମା ମାଗିବାକୁ ପଡ଼ିଲା

ପ୍ରତିଷ୍ଠିତ ଇ-କମର୍ସ କମ୍ପାନୀ ଆମାଜନକୁ ଆମେରିକାର ସାଂସଦଙ୍କଠାରୁ ନିଜର ସେହି କଥା ପାଇଁ କ୍ଷମା ମାଗିବାକୁ ପଡିଲା, ଯେଉଁଥିରେ ସେ ଏହା ସ୍ୱୀକାର କରିବାକୁ ମନା କରିଦେଇଥିଲା ଯେ ତା’ର କିଛି ଡ୍ରାଇଭରଙ୍କୁ ପ୍ଲାଷ୍ଟିକ ବୋତଲରେ ପରିସ୍ରା କରିବାପାଇଁ ବାଧ୍ୟ ହେବାକୁ ପଡିଥାଏ | ଏହି ବି-ବା-ଦ ସେହି ସମୟରେ ଆରମ୍ଭ ହେଲା, ଯେତେବେଳେ ଗତ ସପ୍ତାହରେ ମାର୍କ ପୋକନ ଯିଏକି ଆମେରିକାର ୱିସ୍କୋସିନର ଡେମୋକ୍ରାଟ ସାଂସଦ ଅଟନ୍ତି, ସେ ଏହି ବିଷୟରେ ଟ୍ୱିଟ କରିଥିଲେ | ସେ କହିଥିଲେ, “ଶ୍ରମିକମାନଙ୍କୁ ଘଣ୍ଟା ପ୍ରତି ୧୫ ଡଲାର ଦେବା କେବଳ ଆପଣଙ୍କୁ ଏକ ପ୍ରଗତିଶୀଳ କାର୍ଯ୍ୟସ୍ଥଳ କରିନଥାଏ, ଏମିତିରେ ଯେତେବେଳେ କି ଆପଣ ୟୁନିଅନ କରିବାକୁ ଅନୁମତି ଦିଅନ୍ତି ନାହିଁ ଏବଂ ସେମାନଙ୍କୁ ବୋତଲରେ ପରିସ୍ରା କରିବାକୁ ବାଧ୍ୟ କରନ୍ତି |” ବାସ୍ତବରେ କିଛି ସମୟ ପୂର୍ବରୁ ଆମାଜନ ପ୍ରଥମେ ଆଲାବାମା ସ୍ଥିତ ସୁବିଧାରେ କର୍ମଚାରୀ ୟୁନିୟନ ଗଠନ କରିବାରେ ବିରୋଧ କରିଥିଲା ​​ଏବଂ ପୋକନଙ୍କ ଏହି ଟ୍ୱିଟ ସେହି ପ୍ରସଙ୍ଗରେ ଥିଲା |

ଏହାର କିଛି ସମୟ ପରେ ତୁରନ୍ତ ଆମାଜନ ନିଜର ଅଫିସିଆଲ ଆକାଉଣ୍ଟରୁ ଜବାବ ଦେଲା ଏବଂ କହିଲା, ” ବୋତଲରେ ପରିସ୍ରା କରିବା ପରି କଥାଗୁଡ଼ିକ ଉପରେ ଆପଣ ସତରେ ବିଶ୍ୱାସ କରିନାହାନ୍ତି ତ ? ଯଦି ଏଥିରେ ସତ୍ୟତା ଥାଆନ୍ତା, ତେବେ କେହି ବି ଆମ ପାଇଁ କାମ କରନ୍ତେ ନାହିଁ |” କିନ୍ତୁ ତା’ପରେ ନ୍ୟୁଜ ମିଡିଆରେ ଆସିଥିବା ଅନେକ ଖବରରେ ଏହା କୁହାଗଲା ଯେ ଆମାଜନରେ କାମ କରୁଥିବା ଅନେକ ଲୋକ କହିଛନ୍ତି ଯେ ସେମାନେ ଏହା କରିଛନ୍ତି ଏବଂ ବାସ୍ତବରେ କେତେଥର ତ ସେମାନଙ୍କ ପାଖରେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥାଏ |

ସେହିପରି ‘ଦ ଇଣ୍ଟରସେପ୍ଟ’ ୱେବସାଇଟ କହିଛି ଯେ ସେ କିଛି ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ ପାଇଛନ୍ତି, ଯାହା ଏହା ଦର୍ଶାଏ ଯେ ଆମାଜନ ଅଧିକାରୀମାନଙ୍କୁ କମ୍ପାନୀର ଡ୍ରାଇଭରମାନଙ୍କ ଏହି ସମସ୍ୟା ବିଷୟରେ ସୂଚନା ଥିଲା | ଅନେକ ଆମାଜନ କର୍ମଚାରୀଙ୍କ ଅଭିଯୋଗକୁ ସୂଚାଇ ଶ୍ରମିକମାନେ ନିଜର ବୟାନ ଦେଇଛନ୍ତି, ଯେଉଁଥିରୁ ଏହା ପ୍ରକାଶ ପାଏ ଯେ ସେମାନେ କିପରି ନନ-ଷ୍ଟପ କାମକୁ କରୁଛନ୍ତି | ଏହି କର୍ମଚାରୀମାନଙ୍କ ପ୍ରୋସେସିଙ୍ଗ ଫେସିଲିଟି ଏବଂ ସେମାନଙ୍କର ଡ୍ରାଇଭର … ଉଭୟ ପ୍ରକାରର ଲୋକ ଆସନ୍ତି |

ଗତ ଶୁକ୍ରବାର ଦିନ ଆମାଜନ ନିଜର ଏକ ବୟାନରେ କହିଛି, ” ଆମେ ଡେମୋକ୍ରାଟ ସାଂସଦ ମାର୍କ ପୋକନଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛୁ | କମ୍ପାନୀ କହିଛି, ଆମେ ଭୁଲ ଟ୍ୱିଟ କରିଥିଲୁ | ଏଥିରେ ଆମ ସହିତ ଜଡିତ ଡ୍ରାଇଭରଙ୍କ ବହୁ ସଂଖ୍ୟା ଉପରେ ବିଚାର କରାଯାଇନଥିଲା, ବରଂ ସାମଗ୍ରୀର ଆପୁର୍ତ୍ତି କରାଯାଉଥିବା କେନ୍ଦ୍ରଗୁଡିକ ବିଷୟରେ କୁହାଯାଇଥିଲା | ଯେଉଁଠାରେ କର୍ମଚାରୀଙ୍କ ପାଇଁ ବହୁତ ଗୁଡିଏ ଟୟଲେଟ ଉପଲବ୍ଧ ରହିଥାଏ |”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *