ମାଇଲେଜ ବଢାଇବା ପାଇଁ ୧୦ଟି ଆବଶ୍ୟକ ଟିପ୍ସ: ଡ୍ରାଇଭିଙ୍ଗ ସମୟରେ ଏମିତି ବଞ୍ଚାନ୍ତୁ ତେଲ ଓ ପଇସା

ପେଟ୍ରୋଲର ମୂଲ୍ୟ ୧୦୦ଟଙ୍କା ପାଖାପାଖି ହେଲାଣି। ରିପୋର୍ଟ ମୁତାବିକ ତେଲର ମୂଲ୍ୟ କମ ହେବାର ସମ୍ଭାବନା ନାହିଁ। ତେଲର ମୂଲ୍ୟ ବଢିବା କାରଣରୁ ବାହାନ ଚଲାଇବାର ଖର୍ଚ୍ଚ ମଧ୍ୟ ବଢିଯାଇଛି। ଜାଣନ୍ତୁ ଡ୍ରାଇଭିଙ୍ଗ ସମୟରେ ଏହି ଉପାୟ, ଯାହାକୁ ଆପଣେଇ ବାହାନର ମାଇଲେଜ ବଢାଇ ଇନ୍ଧନ ବଞ୍ଚାଇପାରିବେ। ଓ ଏହିପରି ପଇସା ମଧ୍ୟ ବଞ୍ଚାଇପାରିବେ। ଜାଣନ୍ତୁ ମାଇଲେଜ ବଢାଇବାର କିଛି ଜରୁରୀ ଟିପ୍ସ।

ବାହାନର ସ୍ପିଡ ଉପରେ ଧ୍ୟାନ ରଖନ୍ତୁ:-

ଗାଡିର ମାଇଲେଜକୁ ଭଲ କରିବାକୁ ହେଲେ ଏକ ନିର୍ଦ୍ଧିଷ୍ଟ ଗତିରେ ଚଲାଇବା ଏକ ଭଲ ଉପାୟ ବୋଲି ମନାଯାଏ। ଗାଡିର ବେଗ ଅଚାନକ ବଢାଇଦେବା କିମ୍ବା ଅଚାନକ ବ୍ରେକ ଲଗାଇବା ମାଇଲେଜ କମ ହେବାର କାରଣ ହୋଇପାରେ। ଗାଡିର ସ୍ପିଡକୁ ସ୍ଥିର ରଖିବା ଯୋଗୁଁ ଏହି ଉପାୟର ସମାଧାନ କରିହେବ। ଏହାଦ୍ବାରା ଏହା ସୁନିଶ୍ଚିତ ହୋଇଯିବକି ଚାଳକଙ୍କୁ ଡ୍ରାଇଭିଙ୍ଗ ସମୟରେ ପ୍ରାୟତଃ ଗିୟର ବଦଳାଇବାକୁ ପଡିବ ନାହିଁ।

ଗିୟର ବଦଳାଇବାର ସମୟ ବହୁତ ଗୁରୁତ୍ବପୂର୍ଣ:-

ମ୍ୟାନୁଏଲ ଟ୍ରାନ୍ସମିସନ ଗାଡିରେ, ରେକମେଣ୍ଡ କରାଯାଇଥିବା ସ୍ପିଡରେ ଗିୟର ବାଦଳାଇବା ଜରୁରୀ ଅଟେ। ଆଜିକାଲି ଅଧିକାଂଶ କାରରେ ଡ୍ରାଇଭରର ଡିସପ୍ଲେରେ ଏହା କୁହାଯାଏକି କେତେ ସ୍ପିଡରେ ଗିୟର ବଢାଇବା ଉଚିତ ଓ କେତେ ସ୍ପିଡରେ ଗିୟର ଜମାଇବା ଉଚିତ। କିନ୍ତୁ ପୁରୁଣା ଗାଡିକୁ କିଛି ଏମିତି ଚଲାଇବା ଉଚିତ ଯେମିତିକି ଇଞ୍ଜିନ ଅନାବଶ୍ୟକ ଶବ୍ଦ କରିବ ନାହିଁ।

ଟ୍ରାଫିକ ସିଗନାଲରେ ଇଞ୍ଜିନର ସ୍ଵିଚ ଅଫ କରନ୍ତୁ:-

ଟ୍ରାଫିକ ସିଗନାଲରେ ରେଡ ଲାଇଟ ହେବା ମାତ୍ରେ ଅନେକ ଲୋକ ଗାଡିର ଇଞ୍ଜିନ ବନ୍ଦ କରନ୍ତି ନାହିଁ। କିନ୍ତୁ ଯଦି ଟ୍ରାଫିକ ସିଗନାଲ ୩୦ ସେକେଣ୍ଡରୁ ଅଧିକ ଥିଲେ ଇଞ୍ଜିନ ବନ୍ଦ କରିଦେବା ଦାୟିତ୍ଵବାନ କାମ ହେବ। ଅଧ୍ୟୟନରୁ ଜଣା ପଡିଛିକି ଟ୍ରାଫିକ ସିଗନାଲରେ ଏକ ଘଣ୍ଟା ପର୍ଯ୍ୟନ୍ତ ଇଞ୍ଜିନ ଚାଲୁ ରଖିଲେ ପାଖାପାଖି ୧୫୦ଟଙ୍କାର ଇନ୍ଧନ ଯାଇଥାଏ। ସିଗନାଳରେ ବାହାନର ଇଞ୍ଜିନ ବନ୍ଦ କରିଦିଅନ୍ତୁ ଯାହାଦ୍ୱାରା ତେଲ ବଞ୍ଚିଯିବ ଓ ପ୍ରଦୂଷଣ ହେବନାହିଁ।

ଟାୟାର ପ୍ରେସର ସନ୍ତୁଳନ ରଖନ୍ତୁ:-

ଚାଳକଙ୍କୁ ବାହାନ ଚଳାଇବା ସମୟରେ ଧ୍ୟାନ ଦେବା ଉଚିତକି ବାହାନର ଟାୟାର ପ୍ରେସର ସବୁବେଳେ ମେନ୍ୟୁଫେକଚର ଗାଇଡ ମୁତାବିକ ରହୁ। କୁଆଡେ ଯିବା ପୂର୍ବରୁ ଗାଡିର ପ୍ରେସର ଚେକ କରି ଯାଆନ୍ତୁ। ନହେଲେ ଅତି କମରେ ଏକ ସପ୍ତାହରେ ଥରେ ଗାଡିର ପ୍ରେସର ଚେକ କରିବା ନିହାତି ଆବଶ୍ୟକ। କାରଣ କମ ପ୍ରେସର କାରଣରୁ ଇଞ୍ଜିନ ଉପରେ ଅଧିକ ଚାପ ପଡିଥାଏ ଓ ମାଇଲେଜ ମଧ୍ୟ କମିଯାଏ।

ଆବଶ୍ୟକ ହେଲେ ଏମିତି ଆରମ୍ଭ କରନ୍ତୁ:-

ଏମିତି ଦେଖାଯାଏକି ଅନେକ ଲୋକ ଆବଶ୍ୟକ ନଥିଲେ ମଧ୍ୟ ଏୟାର କଣ୍ଡିସନ ଚାଲୁ ରଖନ୍ତି। ଏମିତି କରିବା ଦ୍ଵାରା କାରରେ ଅଧିକ ତେଲ ସରିଥାଏ। ସକାଳ କିମ୍ବା ସନ୍ଧ୍ଯା ସମୟରେ ଯଦି ପାଣିପାଗ ଠିକ ଥାଏ ତେବେ ଗାଡିର ଏୟାର କଣ୍ଡିସନର ଚଲାନ୍ତୁ ନାହିଁ। ଏପରି କରି ଆପଣ ତେଲ ବଞ୍ଚାଇପାରିବେ।

ଟ୍ରାଫିକ ଏପର ଉପଯୋଗ କରନ୍ତୁ:-

ଯଦିଓ ଆପଣ ପ୍ରତିଦିନ ଏକ ରାସ୍ତାରେ ଯାଆନ୍ତି। କିନ୍ତୁ ଯଦି ଆପଣ ଜିପିଏସ ନେଭିଗେସନ୍ ଟର୍ନ ଅନ କରନ୍ତି ତେବେ ଏହା ବହୁତ ସାହାଯ୍ୟ କରେ। ଆପଣ ଅଧିକ ଟ୍ରାଫିକ ରାସ୍ତାରେ ଯାତ୍ରା କରିବାରେ ବଞ୍ଚିତ ହେବେ। ଟ୍ରାଫିକ ଏପରେ, ମୋଟର ଚାଳକମାନଙ୍କୁ କୁହାଯାଇଛି କେଉଁ ରୁଟରେ ଟ୍ରାଫିକ ସ୍ଥିତି କିପରି ଅଛି କୁହାଯାଇଥାଏ। ଏହା ସହିତ କ୍ଷୁଦ୍ରତମ ମାର୍ଗ ବିଷୟରେ ପରାମର୍ଶ ଦିଆଯାଇଥାଏ, ଯାହା ଯାନର ତେଲକୁ ସଞ୍ଚୟ କରିବାରେ ସାହାଯ୍ୟ କରେ।

ସମୟ ସମୟରେ ସର୍ଭିସିଙ୍ଗ ଜରୁରୀ:-

ଯଦି ଆପଣ କାରରେ ମାଇଲେଜ ଚାହାଁନ୍ତି, ତେବେ ଆପଣଙ୍କ କାରର ଇଞ୍ଜିନ, କ୍ଲଚ, ଗିୟର ଇତ୍ୟାଦିର ଅଂଶଗୁଡିକ ସଠିକ ଭାବରେ କାମ କରିବା ଜରୁରୀ ଅଟେ ଏବଂ ଏଥିପାଇଁ ସମୟ ସମୟରେ କାରର ସର୍ଭିସିଙ୍ଗ କରିବା ଆବଶ୍ୟକ। ସର୍ଭିସିଙ୍ଗ ସବୁବେଳେ ଅଥୋରାଇଜଡ ୱାର୍କଶପ କିମ୍ବା ମେକାନିକ ଦ୍ୱାରା କରାନ୍ତୁ। ସମୟ ସମୟରେ ଗାଡିର ଇଞ୍ଜିନ ଅଏଲକୁ ବଦଳାନ୍ତୁ, ଇନ୍ଧନ ଏବଂ ଇଗ୍ନିସନ ସିଷ୍ଟମ ଯାଞ୍ଚ କରନ୍ତୁ, ପୁରୁଣା ଫିଲ୍ଟର ବଦଳାଇବା ଦ୍ୱାରା ମଧ୍ୟ ଗାଡିର ମାଇଲେଜରେ ମଧ୍ୟ ଉନ୍ନତ ହୋଇଥାଏ।

ଭଲ ତେଲ ଭର୍ତ୍ତି କରନ୍ତୁ:-

ନିଜର ବାହାନରେ କୌଣସି ପେଟ୍ରୋଲ ପମ୍ପ କିମ୍ବା ସଡକ କଡରେ ଭର୍ତ୍ତି କରନ୍ତୁ ନାହିଁ। କାରଣ ଅନେକଥର ଏହି ସ୍ଥାନରେ ତେଲରେ ମିଶାଯାଉଥିବାର ଖବର ମଧ୍ୟ ମିଳିଥାଏ। ଚେଷ୍ଟା କରନ୍ତୁକି ରାତି କିମ୍ବା ସକାଳେ ସମୟରେ ପେଟ୍ରୋଲ ଭର୍ତ୍ତି କରିବା ପାଇଁ। କାରଣ ରାତି ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଗାଢା ହୋଇଥାଏ।

ଫ୍ୟୁଲ ଏଡିଟିବ୍ସର କରନ୍ତୁ ବ୍ୟବହାର:-

ଫ୍ୟୁଲ ଏଡିଟିବ୍ସ କେବଳ ଗାଡିର ଫ୍ୟୁଲ ଏଫିସିଏନ୍ସି ବଢାଏ ନାହିଁ ବରଂ ଏହାର ବ୍ୟବହାର ଯୋଗୁଁ ଗାଡିର ଟପ ସ୍ପିଡ ଓ ପରଫର ମାଂସ ଉପରେ ଫରକ ପଡିଥାଏ। ଲମ୍ବା ସମୟ ପର୍ଯ୍ୟନ୍ତ ଫ୍ୟୁଲ ଟ୍ୟାଙ୍କରେ ପେଟ୍ରୋଲ କିମ୍ବା ଡିଜେଲର ଉପଯୋଗ ଯୋଗୁଁ ଫ୍ୟୁଲ ଇଞ୍ଜେକ୍ଟର୍ଷରେ କାର୍ବନ ଜମିଯାଏ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲରେ ଥିବା ମଇଳା ଯୋଗୁଁ କଳଙ୍କ ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ଯେଉଁଥିପାଇଁ ଯାନର ସ୍ମୁଦ୍ନେସ ଶେଷ ହୋଇଯାଏ ଏବଂ ଇଞ୍ଜିନରେ ଭାଇବ୍ରେସନ ହେବା ଆରମ୍ଭ କରେ। ଏହି ସମୟରେ, ଯାନର ମାଇଲେଜ ମଧ୍ୟ ପ୍ରଭାବିତ ହୁଏ। ପେଟ୍ରୋଲ ଏବଂ ଡିଜେଲ କାର ପାଇଁ ଭିନ୍ନ ଭିନ୍ନ ଫ୍ୟୁଲ ଏଡିଟିବ୍ସ ଉପଲବ୍ଧ ଅଛି। ଏହି ଏଡିଟିବ୍ସ ଫ୍ୟୁଲ ଇଞ୍ଜେକ୍ଟରଗୁଡ଼ିକୁ ସଫା କରିଥାଏ ଏବଂ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ଫ୍ୟୁଲ ଲାଇନ ଏବଂ ଫ୍ୟୁଲ ଟ୍ୟାଙ୍କ ମଧ୍ୟ ପୁରୁଣା କଳଙ୍କ ଏବଂ ଭାଇବ୍ରେସନକୁ ଦୂର କରିଥାଏ।

ଫାସଟ୍ୟାଗ ଲଗାନ୍ତୁ:-

ଫାସଟ୍ୟାଗ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଗଲାଣି, ଏହି ଆରଏଫଆଇଡି ଷ୍ଟିକର ଦ୍ଵାରା ସୁନିଶ୍ଚିତ ହୁଏକି ଟୋଲ ପ୍ଲାଜାରେ ଆପଣଙ୍କ କାର କୌଣସି ବାଧାରେ ଚଳପ୍ରଚଳ କରିପାରିବେ। ଏହାଦ୍ବାରା ନଗଦ ଭୁଗତାନ ଲାଇନରେ ଯିବାକୁ ନିଜକୁ ବଞ୍ଚାଇ ପାରିବେ, ଯେଉଁଠି କାରକୁ ପ୍ରଥମ ଗିୟରରେ ଧୀରେ ଧୀରେ ବଢାଇବାକୁ ପଡେ, ଓ ଏହାଦ୍ବାରା ଇନ୍ଧନ ମଧ୍ୟ କମ ଖର୍ଚ୍ଚ ହୁଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *