ଏହି ୮୨ ବର୍ଷୀୟ ଚୌକିଦାର ମଉସାଙ୍କ ସହିତ ଦେଖା କରିବାକୁ ଅଷ୍ଟ୍ରେଲିଆରୁ ଆସିବେ ତାଙ୍କର ପ୍ରଥମ ପ୍ରେମିକା,ଜାଣନ୍ତୁ ତାଙ୍କ କାହାଣୀ ବିଷୟରେ

ପ୍ରେମର କାହାଣୀ ଦୁନିଆର ପ୍ରତି କୋଣ ଅନୁକୋଣରୁ ସାମ୍ନାକୁ ଆସିଥାଏ | ରାଜସ୍ଥାନର ଥାର ମରୁସ୍ଥଳରୁ ମଧ୍ୟ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି | ଏହି କାହାଣୀ ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା | ଯାହାର ଦୂରତା ସୀମିତ ହେଇଚାଲିଛି | ଏହା ୭୦ ଦଶକର କଥା ଥିଲା |ଅଷ୍ଟ୍ରେଲିଆର ଜଣେ ଯୁବତୀ ଜୈସଲମେର ବୁଲିବାକୁ ଆସିଥିଲେ | ପାଞ୍ଚ ଦିନର ଏହି ଯାତ୍ରାରେ ତାଙ୍କର ଦେଖା ଜଣେ ୩୦ ବର୍ଷ ବୟସ୍କ ଯୁବକଙ୍କ ସହିତ ହୋଇଥିଲା | ମରିନାଙ୍କୁ ଦେଖି ଯୁବକ ଜଣକ ପ୍ରଥମ ଦେଖାରେ ତାଙ୍କୁ ଭଲ ପାଇବସିଲେ |

ବର୍ତ୍ତମାନ ସେ ୮୨ ବର୍ଷର ବୃଦ୍ଧ ଅଟନ୍ତି :-

Humans Of Bombay ତାଙ୍କ କାହାଣୀ ସେୟାର କରିଛି | ପାଞ୍ଚ ଦଶକ ପୂର୍ବରୁ ସେ ଯୁବକ ଥିଲେ | ବର୍ତ୍ତମାନ ସେ ୮୨ ବର୍ଷର ବୃଦ୍ଧ ଅଟନ୍ତି | ସେ ନିଜର ପ୍ରେମ କାହାଣୀ ବିଷୟରେ କହିଛନ୍ତି ଯେ ପ୍ରଥମ ଦେଖାର ପ୍ରେମ ଥିଲା | ପାଞ୍ଚ ଦିନ ପର୍ଯ୍ୟନ୍ତ ଆମେ ପରସ୍ପର ଠାରୁ ନଜର ହିଁ ହଟେଇ ପାରୁନଥିଲୁ | ସେ କହିଛନ୍ତି, ‘ ପାଞ୍ଚ ଦିନ ପରେ ଯେତେବେଳେ ମରିନାଙ୍କୁ ଅଷ୍ଟ୍ରେଲିଆ ଫେରିବାକୁ ଥିଲା, ସେତେବେଳେ ସେ ମୋତେ ନିଜ ମନର କଥା ପ୍ରକାଶ କରିଦେଇଥିଲେ |’

ଯେତେବେଳେ ମରିନା କହିଥିଲେ ସେହି ତିନୋଟି ଶବ୍ଦ :-

ସେ କହିଛନ୍ତି ଯେ ଯେତେବେଳେ ମରିନା ‘I Love You ‘ କହିଥିଲେ, ସେତେବେଳେ ତାଙ୍କୁ ସବୁ ଖୁସି ମିଳି ଯାଇଥିଲା | ପୁରୁଣା ଦିନଗୁଡିକୁ ସେ ମନେପକାଇ କୁହନ୍ତି ଯେ ସେହି ଶବ୍ଦ ଆଜି ବି ତାଙ୍କ କାନରେ ଶୁଭାଯାଏ ଏବଂ ତାଙ୍କୁ ସାହସ ଦେଇଥାଏ |

ଲୋନ ନେଇ ଗଲେ ନିଜ ପ୍ରେମ ସହିତ ଦେଖା କରିବାପାଇଁ :-

କୁଳଧାରାର ଚୌକିଦାର ଚାକିରୀ କରୁଥିବା ବୃଦ୍ଧ କୁହନ୍ତି ଯେ ଯେତେବେଳେ ମରିନା ଅଷ୍ଟ୍ରେଲିଆ ଚାଲିଗଲେ, ତା’ର କିଛି ଦିନ ପରେ ଦେଖା କରିବାକୁ ଇଚ୍ଛା ହେଲା | କିନ୍ତୁ ପାଖରେ ଟଙ୍କା ନଥିଲା | କିନ୍ତୁ ଯିବାର ଥିଲା | ତେଣୁ ସେ ୩୦ ହଜାର ଟଙ୍କା ଲୋନ ନେଲେ | ଯେକୌଣସି ପ୍ରକାରେ ଭିଜା ଯୋଗାଡ଼ ହୋଇଗଲା | ସେହି ଦିନଗୁଡିକୁ ମନେପକାଇ ସେ କୁହନ୍ତି ଯେ ତିନି ମାସ ପର୍ଯ୍ୟନ୍ତ ସେ ମରିନାଙ୍କ ପାଖରେ ମେଲବର୍ନରେ ରହିଲେ | ମରିନା ମତେ କିଛି କିଛି ଇଂରାଜୀ ଶିଖାଇଥିଲେ |

ଅଲଗା ହେବାପରେ ମଧ୍ୟ ପ୍ରେମ କମ ହେଲାନାହିଁ :-

ସେ କୁହନ୍ତି ଯେ ପ୍ରେମରେ ସମୟ ଜଣାପଡେ ନାହିଁ | ତାହା ହିଁ ହେଲା | ତିନି ମାସ କିପରି ବିତିଗଲା ତାଙ୍କୁ ଜଣାପଡିଲା ନାହିଁ | ମରିନା ଚାହୁଁଥିଲେ ଯେ ସେ ଅଷ୍ଟ୍ରେଲିଆରେ ହିଁ ରହିଯାନ୍ତୁ | କିନ୍ତୁ ଟଙ୍କା ପାଇଁ ଏହା ସମ୍ଭବ ନଥିଲା | ‘ ମୁଁ ମୋର ଅସୁବିଧା ତାଙ୍କୁ କହିଲି | ତା’ପରେ ଦୁହେଁ ଖୁସିରେ ଅଲଗା ହୋଇଗଲେ | ସେ କୁହନ୍ତି ଯେ ଆମେ ଯେତେବେଳେ ଅଲଗା ହେଲୁ, ସେତେବେଳେ ସେ ବହୁତ କାନ୍ଦିଥିଲେ | ସମୟ ସହ ସବୁ ବଦଳିଗଲା | ସେ ତାଙ୍କ ଦୁନିଆରେ, ଆଉ ମୁଁ ମୋ ଦୁନିଆଁରେ | କିନ୍ତୁ ଦୁହେଁ ପରସ୍ପରକୁ କେବେ ବି ଭୁଲିନାହାନ୍ତି |’

ବିବାହ କଲି :-

ସେ କହିଛନ୍ତି ଯେ ପରିବାରର ଚାପରେ ସେ ବିବାହ କଲେ | କିନ୍ତୁ ମରିନାଙ୍କ ସ୍ମୃତି ତାଙ୍କ ମନରେ ସର୍ବଦା ରହିଥିଲା | ଏହି ସମୟରେ ଘର ଖର୍ଚ୍ଚ ପାଇଁ କୁଳଧାରା ସହରରେ ଚୌକିଦାର ଚାକିରୀ କରିଲି | ପିଲାମାନେ ମଧ୍ୟ ବଡ଼ ହୋଇଗଲେ, ସମସ୍ତଙ୍କର ବିବାହ ହୋଇଗଲା | ଦୁଇ ବର୍ଷ ପରେ ତାଙ୍କର ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇଗଲା | ମରିନାଙ୍କର ତ କୌଣସି ଠିକଣା ନଥିଲା | ସେ କେବେ ଦେଖା କରିବେ କି ନାହିଁ, କିପରି ଥିବେ ? ଏହା ବିଷୟରେ କୌଣସି ସୂଚନା ନଥିଲା |

କିନ୍ତୁ ପ୍ରେମ ତାଙ୍କୁ ଖୋଜି ନେଇଥିଲା :-

କୁଳଧାରାର ଚୌକିଦାର ହୁଏତ ନିଜ ପ୍ରେମକୁ ଖୋଜିପାରି ନାହାନ୍ତି, କିନ୍ତୁ ସେ ତାଙ୍କୁ ଖୋଜି ସାରିଥିଲେ | ଏକ ମାସ ପରେ ତାଙ୍କୁ ଗୋଟିଏ ଚିଠି ମିଳିଲା | ସେ କୁହନ୍ତି ଯେ ଏକ ମାସଠାରୁ ପ୍ରତିଦିନ ଫୋନରେ କଥାବାର୍ତ୍ତା ହେଉଛୁ | ଏପରି ଲାଗୁଛି ଯେପରି ମୋ ପୁରୁଣା ପ୍ରେମ ପୁଣିଥରେ ଫେରିଆସିଛି | ମରିନା ଶୀଘ୍ର ଭାରତ ଆସିବାକୁ ଚାହୁଁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *