ଭାରତର ଏହି ସହରରେ ଲାଗିଲା ୧୦୦ ବର୍ଷର ଲକଡାଉନ୍,ଜାରି ହେଲା ଆଦେଶ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ପୁରା ଦେଶରେ କରୋନା ଭାଇରସର ଅନ୍ୟତମ ଲହରୀ ଖେଳିଯାଇଛି|ଏଥର ଏହି ଭାଇରସ ଆହୁରି ଭୟଙ୍କର ପରିଲକ୍ଷିତ ହେଉଛି|ଏହା କୁହାଯାଉଛି ଯେ ଭାଇରସ ଏବେ ମ୍ୟୁଟେସନ ହୋଇଯାଇଛି|ଏହାର ଅର୍ଥ ପୂର୍ବ ଅପେକ୍ଷା ଏହା ନିଜକୁ ନିଜେ ମଜବୁତ କରିପାରିଛି|ଏଥିପାଇଁ ଏହାର ଉପଚାର ପାଇଁ ଟିକିଏ ପେଚିଦା ହୋଇଯାଇଛି|ଏବେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି|ଏଥିପାଇଁ ବହୁ ରାଜ୍ୟ ନିଜ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି|ଲକଡାଉନ୍ ଫଳରେ ଏହି ସଂକ୍ରମିତ ସଂଖ୍ୟାକୁ ସ୍ଥିତିରେ ରଖାଯାଇଛି|

ମଧ୍ୟପ୍ରଦେଶରେ ମଧ୍ୟ ବହୁ ମାମଲା ସାମନାକୁ ଆସିଛି|ଏଠାରେ ଜବଲପୁର ସହରରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି|ଏହା ମଧ୍ୟରେ ଏବେ ଏଠାରେ ୧୦୦ ବର୍ଷର ଲକଡାଉନ୍ ଚର୍ଚ୍ଚାର ବିଷୟ ପାଲଟିଛି|ଏମିତି ଆଦେଶ ଜବଲପୁର ବରେଗୀର ନାଏବ ତହସିଲଦାର ଦ୍ଵାରା ଜାରି କରାଯାଇ|ତାଙ୍କର ହସ୍ତାକ୍ଷର ଦ୍ଵାରା ଏହି ୧୦୦ ବର୍ଷର ଲକଡାଉନ୍ ଘୋଷଣା କରାଯାଇଛି|

କଥା ଏହା ଯେ ତହସିଲଦାରଙ୍କର ଆଦେଶ ପତ୍ର ଅନୁସାରେ ୩ ଏପ୍ରିଲ ୨୦୨୧ରୁ ୧୯ ଏପ୍ରିଲ ୨୧୨୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି|ଏଥିରେ ନାଏବ ତହସିଲଦାର ସୁଷମା ଧୁର୍ବି ସିଲ ସହ ହସ୍ତାକ୍ଷର କରିଛନ୍ତି|ତାଙ୍କର ଏହି ଆଦେଶପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏଥିରେ ଲେଖାଯାଇଅଛି ଯେ ୩ ଅପ୍ରେଲ ରାତି ୧୦ ଟାରୁ ଲକଡାଉନ୍ ଲେଖା ହୋଇଛି|ଏହା ୧୮ ଅପ୍ରେଲ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଉଲ୍ଲେଖ ରହିଛି|

ଯଦି ଆପଣ ଜବଲପୁର ଜିଲ୍ଲାରେ ରହୁଛନ୍ତି ଟେନସନ ନିଅନ୍ତୁ ନାହିଁ|ଏଠାରେ ୧୦୦ ବର୍ଷୀୟ ଲକଡାଉନ୍ ଲାଗିବ ନାହିଁ|ସ୍ପଷ୍ଟ ଅନୁମେୟ ଯେ ଏଥିରେ ଟାଇପିଙ୍ଗ ଭୁଲ ରହିଛି|କିନ୍ତୁ ସୂଚନାଯୋଗ୍ୟ ଏହିଭଳି ମହତ୍ତ୍ୱପୂର୍ଣ୍ଣ ଆଦେଶ ପତ୍ରର ଟାଇପିଙ୍ଗ ଭୁଲ ପୁଣି ପ୍ରଶାସନିକ ଅଧିକାରଙ୍କ ସିଲ ସହ ହସ୍ତାକ୍ଷର ଏତେ ଭୁଲ ଉପରେ|ସୋସିଆଲ ମିଡିଆରେ ତାଙ୍କର ନିନ୍ଦା କରାଯାଉଛି|

କହିରଖେ ଯେ ଜବଲପୁରରେ ଶନିବାର ରାତି ୧୦ଟାରୁ ସୋମବାର ସକାଳ ୬ ପର୍ଯ୍ୟନ୍ତ ୩୨ ଘଣ୍ଟା ଲକଡାଉନ୍ ରହିବ|ଟାଇପିଙ୍ଗ ଭୁଲ ଫଳରେ ଏହାକୁ ଭୁଲରେ ୧୦୦ ବର୍ଷର ଲକଡାଉନ୍ କୁହାଯାଇଛି|ଜବଲପୁରର ଏହି ଲକଡାଉନ୍ ଫଳରେ ନିଜର ଓ ଶାସକୀୟ ସଂସ୍ଥା,ଦୋକାନ, ହୋଟେଲ,ପ୍ରତିଷ୍ଠାନ ଓ ସମସ୍ତ ଗମନାଗମନ ବନ୍ଦ ରହିବ|ଏହାସହ ରବିବାର ଦିନ ମଦ ଦୋକାନ ଵନ୍ଦ ପାଇଁ ଆଦେଶ ଦିଆଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *