ଆଇପିଏଲର ଏହି ୫ଟି ବଡ଼ ରେକର୍ଡ଼ ଯାହାକି ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ରହିଛି,ଜାଣନ୍ତୁ ସେ ସମସ୍ତ ରେକର୍ଡ ବିଷୟରେ

ଭାରତୀୟ ଦଳର ସବୁଠାରୁ ଶାନ୍ତ ସ୍ଵଭାବର ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଭାରତ ପାଇଁ ଅଧିନାୟକ ପଦ ଗ୍ରହଣ କରି ବହୁତ ସାରା ରେକର୍ଡ଼ ନିଜ ନାମରେ କରିଛନ୍ତି । ସେହିପରି ଆଇପିଏଲରେ ମଧ୍ୟ କିଛି ରେକର୍ଡ଼ ସେ ନିଜ ନାମରେ କରିଛନ୍ତି। ଆଇପିଏଲରେ ସେ ନିଜର ପ୍ରତିଟି ବିଭାଗରେ ରେକର୍ଡ଼ ସୃଷ୍ଟି କରିସାରିଛନ୍ତି । ଆସନ୍ତୁ ଜାଣିବା ତାଙ୍କର କିଛି ରେକର୍ଡ଼ ସମ୍ପର୍କରେ ।

ଅଧିନାୟକ ଭାବରେ 200 ତମ ମ୍ୟାଚ ଖେଳିବାର ମୌକା :-

ଆଇପିଏଲର 14 ତମ ସଂସ୍କରଣର ଆରମ୍ଭ ଏପ୍ରିଲ 9 ତାରିଖରେ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ 10 ତାରିଖରେ ଚେନ୍ନାଇ ର ମ୍ୟାଚ ଦିଲ୍ଲୀ ସହିତ ରହିଛି । ଏହି ମ୍ୟାଚରେ ଧୋନୀ ନିଜର 200 ତମ ମ୍ୟାଚ ଖେଳିବେ ଯାହାକି କୌଣସି ଭାରତୀୟ ଅଧିନାୟକ ଭାବରେ 200 ତମ ମ୍ୟାଚ ହେବ ।

ଜଣାଇଦେଉଛୁ କି, ଏବେପର୍ଯ୍ୟନ୍ତ ଧୋନୀ 188 ମ୍ୟାଚ ଖେଳିସାରିଛନ୍ତି । ସିଜିନର ଶେଷ ଆଡ଼କୁ ସେ 200 ତମ ମ୍ୟାଚରେ ପହଞ୍ଚିଯିବେ ।

ଆଇପିଏଲରେ ସର୍ବାଧିକ ଛକା ମାରିବାରେ ପ୍ରଥମ ଭାରତୀୟ :-

ଭାରତୀୟ ମାନଙ୍କ ମଧ୍ୟରେ ଆଇପିଏଲରେ ସର୍ବାଧିକ ଛକା ମାରିବାର ରେକର୍ଡ଼ ଧୋନୀ ନିଜ ନାମରେ କରିଛନ୍ତି । ମାହି 204 ମ୍ୟାଚରୁ 216 ଛକା ମାରି ପ୍ରଥମରେ ଅଛନ୍ତି ଓ ତାଙ୍କ ପଛକୁ ରୋହିତ ଶର୍ମା 200 ମ୍ୟାଚରୁ 213 ଛକା ମାରି ଦ୍ଵିତୀୟରେ ରହିଛନ୍ତି ।

ଧୋନୀ 100 ରୁ ଅଧିକ ମ୍ୟାଚ ଜିତିବାରେ ଏକମାତ୍ର ବ୍ୟାଟ୍ସମ୍ୟାନ :-

ଧୋନୀ ଆଇପିଏଲରେ ଏମିତି ଏକ ଅଧିନାୟକ ଯିଏକି ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଛନ୍ତି । ଧୋନୀଙ୍କ ନାମରେ ଆଇପିଏଲରେ 100ଟି ବିଜୟ ରହିଛି । ମାହି 188 ମ୍ୟାଚରୁ 110 ଟିରେ ବିଜୟ ହାସଲ କରିଛନ୍ତି । ତାଙ୍କ ପଛକୁ ଗୌତମ ଗମ୍ଭୀର 129 ମ୍ୟାଚରେ 71ଟି ବିଜୟ ହାସଲ କରିଛନ୍ତି ।

ସବୁଠାରୁ ଅଧିକ ଆଇପିଏଲ ଫାଇନାଲ ଖେଳିବାର ରେକର୍ଡ଼ :-

ଆଇପିଏଲରେ ଫାଇନାଲ୍ ଖେଳିବା କଥା କହିଲେ ମହେନ୍ଦ୍ର ସିଂହ ଧୋନୀ ସବୁଠାରୁ ଅଧିକ ଆଇପିଏଲ ଫାଇନାଲ ଖେଳିବାର ଅନୁଭବ ରଖିଛନ୍ତି । ସେ 13 ଟି ଆଇପିଏଲରୁ 9ଟିରେ ଫାଇନାଲ ଖେଳିଛନ୍ତି । 8ଟିରେ ଚେନ୍ନାଇ ପାଇଁ ଖେଳିଥିବାବେଳେ ଅନ୍ୟଟି ରାଇଜିଂ ପୁନେ ସୁପରଜ୍ୟାଣ୍ଟ ପାଇଁ ଖେଳିଥିଲେ ।

150 ଟି ଶିକାର କରିବାରେ ପ୍ରଥମ ଉଇକେଟ କିପର :-

ଉଇକେଟ ପଛରେ ସବୁଠାରୁ ତେଜ କାରନାମା କରୁଥିବା ଧୋନୀ ଏହିଥର ଏକ ନୂଆ କୀର୍ତ୍ତିମାନ କରିବେ ।

ଜଣାଇଦେଉଛୁ କି, ମାହି ନିଜର 204 ଆଇପିଏଲ ମ୍ୟାଚରୁ 148 ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଛନ୍ତି । ଆଉମାତ୍ର 2 ଜଣଙ୍କୁ ସେ ଷ୍ଟମ୍ପିଂ କରାଇପାରିଲେ 150 ରେ ପହଞ୍ଚିଯିବେ । ଏହି ଲିଷ୍ଟରେ ତାଙ୍କ ପଛକୁ ଦୀନେଶ କାର୍ତ୍ତିକ ରହିଛନ୍ତି ଯିଏକି 196 ମ୍ୟାଚରେ 140 ଶିକାର କରିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *