ଆଇପିଏଲ 2021 : ଏହିପରି ଭାବରେ ହେବ ଶ୍ରେୟାସ ଆୟରଙ୍କ ଲାଭ, ଆଇପିଏଲ ନଖେଳିଲେ ମଧ୍ୟ ପାଇବେ ସାଲାରୀ,ଜାଣନ୍ତୁ ପୁରା ପ୍ରକ୍ରିୟା

ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ବିଗତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ କ୍ଷେତ୍ରରକ୍ଷଣ ସମୟରେ କାନ୍ଧରେ ବଲ ବାଜିବାରୁ ଆହତ ହୋଇଯାଇଥିଲେ । ଏଥିସହ ସେ ସିରିଜର ଶେଷ ଓ ନିର୍ଣ୍ଣାୟକ ମ୍ୟାଚରୁ ମଧ୍ୟ ବାହାରି ଯାଇଥିଲେ। ଏହାମଧ୍ୟ ନୁହେଁ ଆଘାତର ଗମ୍ଭୀରତାକୁ ଦେଖି ତାଙ୍କୁ ଆଇପିଏଲର 14 ତମ ସଂସ୍କରଣରୁ ବାହାର ହେବାକୁ ପଡ଼ିଲା । ଷ୍ଟାର ଅଧିନାୟକ ବାହାରିବା କାରଣରୁ ଦଳକୁ ଝଟକା ଲାଗିଥିଲା ଓ ଅଧିନାୟକ ଦାୟିତ୍ୱ ଋଷଭ ପନ୍ତଙ୍କୁ ଦିଆଯାଇଥିଲା ।

ଦିଲ୍ଲୀ ପାଇଁ ଏହି ଖେଳାଳି ହୁଏତ ଚଳିତ ଋତୁ ନଖେଳିପାରନ୍ତି କିନ୍ତୁ ଏଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ସାଲାରୀ ମିଳିବ । ମିଡ଼ିଆ ରିପୋର୍ଟସ ଅନୁସାରେ, ଶ୍ରେୟାସ ଆୟର ଆଇପିଏଲ ନଖେଳିଲେ ମଧ୍ୟ ତାଙ୍କୁ ସାଲାରୀ ପ୍ରଦାନ କରାଯିବ ।

ସ୍ପୋର୍ଟସକୀଡା ରିପୋର୍ଟସ ମୁତାବିକ, ଆୟରଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ କାନ୍ଧରେ ଆଘାତ ଲାଗିଥିଲା କିନ୍ତୁ ଭାରତୀୟ କଣ୍ଟ୍ରୋଲ ବୋର୍ଡ଼ ତାଙ୍କୁ ଇନ୍ସୁରାନ୍ସ ପଲିସି ଦ୍ୱାରା ଗିଫ୍ଟ ପ୍ରଦାନ କରିଛି ।

ଯଦି ଆମେ ପ୍ଲେୟାର ଇନ୍ସୁରାନ୍ସ ପଲିସି କଥା କହିବା ତାହେଲେ ଏହା 2011 ମସିହାରେ ଆରମ୍ଭ ହୋଇଥିଲା । ଏଥିରେ ଯଦି କୌଣସି ଖେଳାଳି ରାଷ୍ଟ୍ରୀୟ ଦଳ ପାଇଁ ଖେଳି ଆହତ ହୋଇଯାଏ ଓ ପରବର୍ତ୍ତୀ ଆଇପିଏଲ ସିଜିନ ଖେଳିବାରୁ ବଞ୍ଚିତ ରୁହେ ତାହେଲେ ବିସିସିଆଇ ତରଫରୁ ଖେଳାଳିର ସାଲାରୀ ଅଟକାଇ ଦିଆଯିବନାହିଁ । ଏହି ନିୟମ ଦ୍ୱାରା ଶ୍ରେୟାସ ଆୟର 7 କୋଟି ଟଙ୍କା ପାଇବାକୁ ଯୋଗ୍ୟ କାରଣ ସେ ଭାରତୀୟ ଦଳ ପାଇଁ ଖେଳି ଆହତ ହୋଇଥିଲେ ।

ଜଣାଇଦେଉଛୁ କି, ବିଗତଥର ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଟିମ ପ୍ରଥମଥର ଫାଇନାଲରେ ପହଞ୍ଚିଥିଲା । ଏହିଥର ସେ ଦିଲ୍ଲୀ ପାଇଁ ଅଧିନାୟକ କରିପାରିବେ ନାହିଁ । ତାଙ୍କର ଏପ୍ରିଲ 8 ତାରିଖ ଦିନ ସର୍ଜରୀ ଆରମ୍ଭ ହେବାକୁ ଯାଉଛି ଓ ତାଙ୍କୁ ସୁସ୍ଥ ହେବାପାଇଁ ଦୀର୍ଘ ସମୟ ଆବଶ୍ୟକ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *