ପ୍ରାକ୍ଟିସ ମ୍ୟାଚ ସମୟରେ ଆଣ୍ଡ୍ରେ ରସେଲ ମାରିଲେ ଏମିତି ଏକ ଶର୍ଟ ଯେ, ଦିନେଶ କାର୍ତ୍ତିକ ମାଟିରେ ଲୋଟି ପଡ଼ିଲେ,ଦେଖନ୍ତୁ ଭିଡ଼ିଓ

ଇଣ୍ଡିଆନ ପ୍ରିମିୟର ଲିଗର 14 ତମ ସିଜିନ ଆରମ୍ଭ ହେବାକୁ ଯାଉଛି । ଏହାପୁର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦୁଇଥର ଆଇପିଏଲ ଚମ୍ପିୟାନ ହୋଇଥିବା କୋଲକାତା ନାଇଟ ରାଇଡ଼ର୍ସ ନିଜ ଖେଳାଳିଙ୍କ ମଧ୍ୟରେ ଏକ ପ୍ରାକ୍ଟିସ ମ୍ୟାଚ ଡ଼ିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ଦିନ ଖେଳୁଥିଲା ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିଛି। ଏହି ଭିଡ଼ିଓରେ ଦେଖାଯାଇଛି ରସେଲ ଏକ ଶର୍ଟ ଖେଳିଛନ୍ତି ଓ ଦୀନେଶ କାର୍ତ୍ତିକ ନନ ଷ୍ଟ୍ରାଇକର ଏଣ୍ଡରେ ନିଜକୁ ବଞ୍ଚାଇବାକୁ ଯାଇ ଶୋଇ ପଡ଼ୁଛନ୍ତି ଓ ଏହାପରେ ପୁଣି ଛିଡ଼ା ହୋଇଯାଉଛନ୍ତି ।

ଆଇପିଏଲ 2021 ର ପ୍ରଥମ ମ୍ୟାଚ ଏପ୍ରିଲ 9 ତାରିଖରେ ହେବାକୁ ରହିଛି ଓ ଏହି ମ୍ୟାଚ ପ୍ରଥମେ ଚେନ୍ନାଇରେ ମୁମ୍ବାଇ ଓ ରୟାଲ ଚଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ବର୍ତ୍ତମାନ ସମସ୍ତ ଖେଳାଳି ନିଜ ନିଜର ଫ୍ରାଞ୍ଚାଇଜ ସହିତ ଜଡ଼ିତ ହେଉଛନ୍ତି ଓ କିଛି ଖେଳାଳି ଯିଏକି ଆଇସୋଲେସନରେ ରହିଛନ୍ତି ଓ ପରବର୍ତ୍ତୀ ସମୟରେ ନିଜ ଦଳସହ ଭାଗ ନେବେ । କେକେଆର ଦଳର ପ୍ରଥମ ମୁକାବିଲା ଏପ୍ରିଲ 11 ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ସହିତ ହେବାକୁ ରହିଛି । ଏହାପୁର୍ବରୁ ଫ୍ରାଞ୍ଚାଇଜ ନିଜର ଖେଳାଳି ମାନଙ୍କ ପାଇଁ ନିଜ ନିଜ ମଧ୍ୟରେ ଏକ ମ୍ୟାଚ ଆୟୋଜିତ କରିଥିଲେ ।

ଏହି ପ୍ରାକ୍ଟିସ ମ୍ୟାଚରେ ଦୀନେଶ କାର୍ତ୍ତିକ ସର୍ବାଧିକ 90 ରନ କରିଥିଲେ ଏବଂ ସେ ଟପ ସ୍କୋରର ମଧ୍ୟ ଥିଲେ । ଏହି ମ୍ୟାଚରେ ଗୋଟିଏ ପଟରେ ଅଧିନାୟକ ଦାୟିତ୍ୱ ବେନ କଟିଂ ନେଇଥିବାବେଳେ ଅନ୍ୟ ପଟରେ ଅଧିନାୟକ ଶୁବମନ ଗିଲ ଥିଲେ । କର୍ତ୍ତିକ ଏହି ମ୍ୟାଚ ଶୁବମାନ ଗିଲଙ୍କ ତରଫରୁ ଖେଳିଥିଲେ ଓ 175 ରନ କରିଥିଲେ । ବେନ କଟିଂଙ୍କ ଦଳ ଏହି ଲକ୍ଷ୍ୟକୁ 7 ଟି ବଲ ପୂର୍ବରୁ ହାସଲ କରିନେଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *