୮୧ ବର୍ଷ ବୟସରେ ଜେଜେ ମାଆ ଦେଖାଇଲେ ନିଜର ଦମ, ରାସ୍ତା ଓ ନାଳି ଠିକ କରିବାପାଇଁ ଲଢ଼ିବାକୁ ଯାଉଛନ୍ତି ପଞ୍ଚାୟତ ନିର୍ବାଚନ,ଜାଣନ୍ତୁ ଜେଜେ ମାଙ୍କ ବିଷୟରେ

ଦେଶରେ ଏହିସମୟରେ ଚାରିଟି ରାଜ୍ୟରେ ନିର୍ବାଚନ ଚାଲୁଛି। ବିଭିନ୍ନ ପାର୍ଟି ଏହିସମୟରେ ଅଞ୍ଚଳ ବୁଲି ଭୋଟ ଭିକ୍ଷା କରୁଛନ୍ତି ଓ ପ୍ରତିଜ୍ଞା ଦେଉଛନ୍ତି ନିର୍ବାଚନ ଜିତିବାପରେ ସେମାନେ ବିକାଶ କାର୍ଯ୍ୟ କରିବେ ଓ ରୋଜଗାର ଦେବେ । କିନ୍ତୁ ସଠିକ ନିର୍ବାଚନର ମାହୋଲ ଦେଖିବାକୁ ମିଳିଛି କାନପୁର ଠାରେ ଯେଉଁଠାରେ ଜଣେ 81 ବର୍ଷୀୟ ମହିଳା ନିର୍ବାଚନ ଏଥିପାଇଁ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି କାରଣ ତାଙ୍କ ଗ୍ରାମର ବିକାଶ ହୋଇନାହିଁ । ଏବେପର୍ଯ୍ୟନ୍ତ ତାଙ୍କ ଗ୍ରାମର ନାଳି ଠିକ ହୋଇନାହିଁ । ବୁଢ଼ୀ ମାଆ ନିର୍ବାଚନ ଜିତି ଏଠାକାର ମାହୋଲକୁ ବଦଳାଇବାକୁ ଚାହୁଁଛନ୍ତି ।

81 ବର୍ଷ ବୟସର ରାନୀ ମାଆ ଶନିବାର ଦିନ କାନପୁରର ଚୌବେପୁର ବ୍ଲକରୁ ନିର୍ବାଚନ ଲଢ଼ିବାପାଇଁ ନାମାଙ୍କନ ଭରି ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । ସେ ଏଥିପାଇଁ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି କାରଣ ବହୁତ ଦିନ ହେବ ତାଙ୍କ ଗ୍ରାମର କୌଣସି ବିକାଶ ହୋଇନାହିଁ । ନିର୍ବାଚନ ଜିତିବାପରେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେବ ଗ୍ରାମର ସମସ୍ୟାକୁ ପ୍ରଥମେ କିପରି ଦୂର କରିବା ।

81 ବର୍ଷ ବୟସର ରାନୀ ମାଆଙ୍କ କହିବାହେଲା ତାଙ୍କୁ ଏହି କାରଣ ପାଇଁ ନିର୍ବାଚନକୁ ଓହ୍ଲାଇବାକୁ ପଡିଲା କାରଣ ଗ୍ରାମର ନାଳି ଓ ରାସ୍ତା ଖରାପ ହୋଇପଡ଼ିଛି । ନାଳିର ପାଣିରୁ ବହୁତ ରୋଗ ସୃଷ୍ଟି ହେଉଛି ଓ ଲୋକମାନେ ବହୁତ ଚିନ୍ତିତ ରହୁଛନ୍ତି। ଗ୍ରାମବାସୀ ଏହି ସମସ୍ୟାକୁ ପ୍ରଶାସନ ସାମ୍ନାରେ ଜାହିର କରିଛନ୍ତି କିନ୍ତୁ ଏହାର କୌଣସି ସମାଧାନ ମିଳିଲାନାହିଁ ।

ବୁଢ଼ୀ ମାଆ ନିର୍ବାଚନ ଜିତିବେ କି ନାହିଁ ଏକଥା ତ ସମୟ କହିବ କିନ୍ତୁ ଏହିପରି ଭାବରେ ପ୍ରଶାସନିକ ଅଧିକାରୀ ନେତାମାନେ ଲଜ୍ବିତ ହୋଇଯାଇଛନ୍ତି । ମୂଳଭୂତ ସୁବିଧା ଗୁଡିକ ପାଇଁ ଜଣେ 81 ବର୍ଷୀୟ ବୁଢ଼ୀ ମାଆଙ୍କୁ ନିର୍ବାଚନକୁ ଓହ୍ଲାଇବାକୁ ପଡ଼ିଛି ।

ବୁଢ଼ୀ ମାଆଙ୍କର ଏହିପରି ଭାବରେ ନିର୍ବାଚନକୁ ଆସିବାପରେ ବିରୋଧୀଙ୍କୁ ଏବେଠାରୁ ପରାଜୟର ଲାଗୁଛି । 81 ବର୍ଷର ରାଣୀ ମାଆଙ୍କୁ ନିଜ ଜିତିବା ଉପରେ ପୁରା ଭରସା ରହିଛି ଓ ସେ ଗ୍ରାମରେ ଘର ଘର ବୁଲି ନିଜ ପାଇଁ ଭୋଟ ମାଗୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *