ପ୍ରଧାନମନ୍ତ୍ରୀ ହେଲେ କଣ କରିବେ ? ରାହୁଲ ଗାନ୍ଧୀ ଦେଲେ ଏହାର ଜବାବ,ଜାଣନ୍ତୁ କଣ ଜବାବ ଦେଲେ !

କଂଗ୍ରେସର ପୂର୍ବ ଅଧକ୍ଷ ରାହୁଲ ଗାନ୍ଧୀ କହିଲେ କି, ଯଦି ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି ତାହେଲେ ସେ ପ୍ରଥମେ ଦେଶରେ ରୋଜଗାର କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରାଇବେ ଓ କିଭଳି ଅଧିକରୁ ଅଧିକ ସମସ୍ତେ ରୋଜଗାର କ୍ଷମ ହୋଇପାରିବେ ତା’ ଉପରେ ସେ ଧ୍ୟାନ ଦେବେ ।

ରାହୁଲ କହିଥିଲେ, ସେ ବିକାଶ କେନ୍ଦ୍ରୀତ ନୀତିରୁ ଓହରି ରୋଜଗାର ଉପରେ ଆଧାରିତ ନୀତି ଉପରେ ଜୋର ଦେବି। ଆମକୁ ପ୍ରତିଟି କ୍ଷେତ୍ରରେ ବିକାଶ କରିବାକୁ ହେବ କିନ୍ତୁ ଉତ୍ପାଦନ ଓ ରୋଜଗାରର ନୂଆ ଅବସର ପୈଦା କରିବା ଆମର ମୁଖ୍ୟ ଲକ୍ଷ୍ୟ ଅଟେ ।

ବାର୍ତା ସମୟରେ ନିକୋଲାସ ବନର୍ସ ପଚାରିଥିଲେ, ଯଦି ଆପଣ ପ୍ରଧାନମନ୍ତ୍ରୀ ହେବେ ତାହେଲେ କେଉଁ ଜିନିଷ ଉପରେ ଅଧିକ ଧ୍ୟାନ ଦେବେ ? ଏହାର ଉତ୍ତରରେ ରାହୁଲ କହିଥିଲେ, ସର୍ବପ୍ରଥମେ ସେ ବର୍ତ୍ତମାନ ପରିସ୍ଥିତିକୁ ନେଇ ରୋଜଗାର ଅବସର ଉପରେ ଧ୍ୟାନ ଦେବେ ବୋଲି କହିଥିଲେ ।

Google

ଏହାପରେ ରାହୁଲ ଗାନ୍ଧୀ କହିଥିଲେ, ଭାରତ ଅପେକ୍ଷା ଚୀନରେ ରୋଜଗାର କ୍ଷମ ଅଧିକ ଅଟେ । ସେମାନେ ସର୍ବଦା ନିଜ ଦେଶରେ ରୋଜଗାରକୁ ପ୍ରାଧାନ୍ୟ ଦିଅନ୍ତି, ସେଥିପାଇଁ ଆଜି ସେମାନେ ଦେଶର ସବୁଠାରୁ ଧନୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ସର୍ବାଗ୍ରେ ଅଟନ୍ତି । ଯଦି ଆମ ଆର୍ଥିକ 9 ପ୍ରତିଶତ ରହେ ତଥାପି ଆମେ ଆମର ରୋଜଗାର ସଂଖ୍ୟାରେ ବୃଦ୍ଧି କରାଇବାକୁ ହେବ।

ଦେଶର ସଂସ୍ଥାନ ମାନଙ୍କ ଉପରେ ଭାଜପା କବଜା କରି ନେଇଛି :-

ରାହୁଲ ଗାନ୍ଧୀ କହିଛନ୍ତି କି, ଭାଜପା ବର୍ତ୍ତମାନ ଦେଶର ସବୁ ସଂସ୍ଥା ମାନଙ୍କ ଉପରେ କବଜା କରିନେଇଛି । ବିଜେପି ପାଖରେ ମିଡ଼ିଆ ସହିତ ଅନ୍ୟ ସଂସ୍ଥା ମଧ୍ୟ ହାତମୁଠାରେ ରହିଛି। ରାହୁଲ କହିଥିଲେ, ନିର୍ବାଚନ ଜିତିବାପାଇଁ ମୋତେ ମିଡ଼ିଆର ସାହାର୍ଯ୍ୟ ଦରକାର ଯିଏକି ସ୍ୱତନ୍ତ୍ର ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *