ଦିଲ୍ଲୀ କ୍ୟାପିଟାଲସକୁ ଶକ୍ତ ଝଟକା, ପ୍ରଥମ ମ୍ୟାଚରେ ଖେଳିବେନାହିଁ ଏହି ଷ୍ଟାର ଖେଳାଳି,ଜାଣନ୍ତୁ କାରଣ !

ଆଇପିଏଲର ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲସର ଏକ ଖେଳାଳି ଅକ୍ଷର ପଟେଲ କରୋନାରେ ସଂକ୍ରମିତ ହୋଇସାରିଛନ୍ତି ଓ ଏହି ଖବର ଫ୍ରାଞ୍ଚାଇଜ ଶନିବାର ଦିନ ଦେଇଥିଲା । ଏଥିସହ ଅକ୍ଷର ପଟେଲ ଆଇପିଏଲ ସିଜିନ 14 ରେ ଖେଳିପାରିବେ ନାହିଁ ।

ବିସିସିଆଇ ଦ୍ୱାରା ଲାଗୁ କୋଭିଡ-19 ପ୍ରୋଟୋକଲ ଅନ୍ତର୍ଗତ ଅନୁସାରେ, ଅକ୍ଷର ଏବେ ମୈଦାନରୁ 10 ଦିନ ପର୍ଯ୍ୟନ୍ତ ଦୂରେଇ ରହିବେ ଓ 10 ତାରିଖରେ ଚେନ୍ନାଇ ବିପକ୍ଷରେ ୱାନଖଡେ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ ମଧ୍ୟ ଖେଳିବେନାହିଁ ।

ଏସଓପି ଅନୁସାରେ, ବିସିସିଆଇ କରୋନା ପଜିଟିଭ ପାଇଥିବା ସଂକ୍ରମିତଙ୍କୁ 10 ଦିନ କ୍ଵରେଣ୍ଟଇନ ପିରିୟଡ଼ରେ ରଖିବାକୁ ଅନିବାର୍ଯ୍ୟ କହିଛି । କରୋନାରେ ସଂକ୍ରମିତ ହୋଇଥିବା ଅଧିକାରୀ, ଖେଳାଳି ବାୟୋବବଲ ବାହାରେ ରହି ନିଜକୁ ଆଇସୋଲେଟ ରଖିବେ ଓ କୌଣସି ପ୍ରକାର ଶାରୀରିକ ଗତିବିଧିରେ ସାମିଲ ହେବେନାହିଁ ।

Google

ନବମ ଓ ଦଶମ ଦିନ ଯଦି ତାଙ୍କର ଆରଟି ନେଗେଟିଭ ଆସୁଛି ତାହେଲେ ସେ ବାୟୋବବଲ ଭିତରକୁ ପ୍ରବେଶ କରିପାରିବେ। ଅକ୍ଷର ପଟେଲଙ୍କ ଏହି ଅବଧି ଏପ୍ରିଲ 12 ତାରିଖରେ ଶେଷ ହେବାକୁ ଥିବାବେଳେ ଦିଲ୍ଲୀର ଦ୍ବିତୀୟ ମ୍ୟାଚ ଏପ୍ରିଲ 15 ତାରିଖରେ ରାଜସ୍ଥାନ ସହିତ ହେବ ।

27 ବର୍ଷୀୟ ଅଲରାଉଣ୍ଡର ଅକ୍ଷର ପଟେଲ ବିଗତ ସିଜିନରେ ଦିଲ୍ଲୀ ପାଇଁ 15 ଟି ମ୍ୟାଚରୁ 117 ରନ କରିବାସହ 9ଟି ଉଇକେଟ ମଧ୍ୟ ଅକ୍ତିଆର କରିଥିଲେ । ସେ ମାର୍ଚ୍ଚ 28 ତାରିଖରେ ମୁମ୍ବାଇରେ ଟିମ ହୋଟେଲ ପହଞ୍ଚିଥିଲେ ଓ ସେହିସମୟରେ ତାଙ୍କର ନେଗେଟିଭ ଆସିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ରି-ପୋ-ର୍ଟ ପଜିଟିଭ ଆସିଥିଲା ।

ଫ୍ରାଞ୍ଚାଇଜ କହିଥିଲେ, ସେ ଏହିସମୟରେ ଆଇସୋଲେସନରେ ଅଛନ୍ତି । ଟିମ ତାଙ୍କ ସହିତ ଯୋଗାଯୋଗରେ ଅଛି ଓ ତାଙ୍କ ସୁ-ର-କ୍ଷା ଉପରେ ଦୃଷ୍ଟି ରଖିଛି।

ଆଇପିଏଲ ସିଜିନ 14ର ପ୍ରାରମ୍ଭ ଏପ୍ରିଲ 9 ତାରିଖରେ ହେବାକୁ ଯାଉଛି ଓ ଦିଲ୍ଲୀ ନିଜର ପ୍ରଥମ ମ୍ୟାଚ ଏପ୍ରିଲ 10 ତାରିଖରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିବ ।

Google

ଆଇପିଏଲ 13 ରେ ଫାଇନାଲ୍ ଖେଳିଥିବା ଦିଲ୍ଲୀ ଦଳ ବର୍ତ୍ତମାନ ମୁମ୍ବାଇରେ ଅଭ୍ୟାସରତ ଅଛନ୍ତି । ଆଇପିଏଲ ସିଜିନ 14 ପାଇଁ ଦିଲ୍ଲୀ ଅକ୍ଷର ପଟେଲଙ୍କୁ ରିଟେନ କରିଥିଲା । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚାରୋଟି ଟେଷ୍ଟ ମ୍ୟାଚରେ ସେ 27 ଉଇକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *