SBIର ୪୦ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର,ଅନଲାଇନ ଟ୍ରାଞ୍ଜକ୍ସନକୁ ନେଇ ଜାରି କରାଗଲା ଆଲର୍ଟ,ଜାଣନ୍ତୁ ପୁରା ସୂଚନା

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ତରଫରୁ ନିଜର ଗ୍ରାହକ ମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏପ୍ରିଲ 4 ତାରିଖ ଦିନ ଆପଣ SBI ନେଟବ୍ୟାଙ୍କିଙ୍ଗ ଟ୍ରାଞ୍ଜକ୍ସନ 2 ଘଣ୍ଟା ପର୍ଯ୍ୟନ୍ତ କରିପାରିବେନାହିଁ । ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ବ୍ୟବହୃତ ହେଉଥିବା ୟୋନୋ ଓ ୟୋନୋ ଏସବିଆଇ ଲାଇଟ ଦୁଇଘଣ୍ଟା ପର୍ଯ୍ୟନ୍ତ ସେବା ଉପଲବ୍ଧ ହେବନାହିଁ । SBI ପୂର୍ବରୁ ଟ୍ୱିଟ କରି ଏହାର ସୂଚନା ଦେଲେ କାରଣ ଲୋକମାନେ ସତର୍କ ହୋଇଯାଇପାରିବେ ।

ଏସବିଆଇର ଟ୍ୱିଟ ମୁତାବିକ, ଏପ୍ରିଲ 4 ତାରିଖରେ 3 ଘଟିକା 40 ମିନିଟ ସମୟରୁ 5 ଘଟିକା 40 ମିନିଟ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ । ଆପଣ ୟୋନୋ ଆପ ଓ ୟୋନୋ ଲାଇଟର ସୁବିଧା ନେଇପାରିବେନାହିଁ । ବ୍ୟାଙ୍କ ଟ୍ୱିଟ କରି କହିଛି, ସେ ନିଜର ଗ୍ରାହକ ମାନଙ୍କୁ ଏକ ଭଲ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଅନୁଭବ କରାଇବାପାଇଁ ଏହାକୁ ଅପଗ୍ରେଡ କରାଇବେ ଯେଉଁଥିପାଇଁ ଦୁଇଘଣ୍ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ

ସମୟ ସମୟ ରେ ଚାଲିଥାଏ ଅପଗ୍ରେଡ ଓ ମେଣ୍ଟେନାନ୍ସ :-

ଜଣାଇଦେଉଛୁ କି, SBI ନିଜର ଗ୍ରାହକଙ୍କୁ ସବୁଠାରୁ ଭଲ ଇଣ୍ଟରନେଟ ଟ୍ରାଞ୍ଜକ୍ସନ ସୁବିଧା ଦେବାରେ ସର୍ବାଗ୍ରେ ରହିଛି । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅସୁବିଧା ନହେଉ ସେଥିପାଇଁ ଏସବିଆଇ ସମୟ ସମୟରେ ନିଜର ଗ୍ରାହକଙ୍କ ପାଇଁ ଏହି ସେବା ମେଣ୍ଟେନାନ୍ସ ଓ ଅପଗ୍ରେଡ କରାଉଛି।

Google

ଷ୍ଟେଟ ବ୍ୟାଙ୍କର ମୋଟ ଗ୍ରାହକ ହେଉଛି 13.5 କୋଟି । ବିଗତଦିନରେ ବ୍ୟାଙ୍କର ସୂଚନା ମୁତାବିକ ଏସବିଆଇ ଡିଜିଟାଲ ପ୍ଲାଟଫର୍ମ ଜରିଆରେ 636 କୋଟିର ଟ୍ରାଞ୍ଜକ୍ସନ ପ୍ରୋସେସ କରିଛି ।

ଡିଜିଟାଲ ଟ୍ରାଞ୍ଜକ୍ସନରେ ରେ-କ-ର୍ଡ଼ :-

ଜଣାଇଦେଉଛୁ, ଏସବିଆଇ ଯେଉଁ ଟ୍ରାଞ୍ଜକ୍ସନ ରେକର୍ଡ଼ କରିଛି ଏଥିରୁ ୟୋନୋର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ୟୋନୋ ଜରିଆରେ ପାଖାପାଖି 10 ଲକ୍ଷ ପର୍ସନାଲ ଲୋନ ମଧ୍ୟ ଦିଆଯାଇଛି । ଏହି ଆପ ଜରିଆରେ ବ୍ୟାଙ୍କ 15,996 କୋଟ ଟଙ୍କାର ଲୋନ ବାଣ୍ଟିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *