ଆଇପିଏଲ 2021 : ବିଜୟ ହାଜାରେ ଟ୍ରଫିର ହିରୋ ପୃଥ୍ୱୀ ଶଙ୍କୁ ନେଇ ଆକାଶ ଚୋପ୍ରା କଲେ ଭବିଷ୍ୟବାଣୀ,ଜାଣନ୍ତୁ କଣ କଣ କହିଲେ ?

ଆଇପିଏଲ ଜଲଦି ଆରମ୍ଭ ହେବାକୁ ଯାଉଛି, ଏଥିନେଇ କ୍ରିକେଟ ପ୍ରେମୀ ବହୁତ ଉତ୍ସାହିତ ଥିବାବେଳେ ଆଇପିଏଲ କମେଣ୍ଟାଟର ଆକାଶ ଚୋପ୍ରା ଏକ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ କହିବାନୁସାରେ, ବିଜୟ ହାଜାର ଟ୍ରଫିରେ ତାବଡ଼ତୋଡ଼ ପ୍ରଦର୍ଶନ କରିଥିବା ପୃଥ୍ୱୀ ଶଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଭଲ ଯାଇପାରେ କାରଣ ତାଙ୍କ ଭିତରେ ରନ କରିବାର ଭୋକ ରହିଛି ।

ଆକାଶ ଚୋପ୍ରା କହିଛନ୍ତି, ଏହି ଖେଳାଳିଙ୍କ ଷ୍ଟ୍ରାଇକରେଟ ସର୍ବାଧିକ ରହିବାକୁ ଯାଉଛି କାରଣ ଯଦି ଦିଲ୍ଲୀ ଟିମ କଥା କୁହାଯାଏ ତାହେଲେ ଷ୍ଟୋଇନିସ, ଧାବନ ଓ ଋଷଭ ପନ୍ତଙ୍କ ଭଳି ଖେଳାଳି ମାନ ରହିଛନ୍ତି । ଏହିଦଳ ଏହିଥର ସବୁଠାରୁ ତାବଡ଼ତୋଡ଼ ଟିମ ସାବ୍ୟସ୍ତ ହେବ ଓ ଷ୍ଟ୍ରାଇକରେଟ କଥା କହିବାକୁ ଗଲେ ପୃଥ୍ୱୀ ଶଙ୍କ ଷ୍ଟ୍ରାଇକ ରେଟ ସବୁଠାରୁ ଭଲ ରହିବ । ସେ ଯେଉଁଭଳି ଭାବରେ ଡୋମେଷ୍ଟିକ କ୍ରିକେଟରେ ପ୍ରଦର୍ଶନ କରିଥିଲେ ତାଙ୍କର ଆଇପିଏଲ ମଧ୍ୟ ସେହିପରି ଯିବ।

Google

ଚୋପ୍ରା କହିଥିଲେ, ଦୁବାଇ ଠାରୁ ଭାରତୀୟ କଣ୍ଡିସନ ବହୁତ ଅଲଗା ଓ ଏଠାରେ ବଲ ସିଧା ଆସିବ ଯାହାକି ବ୍ୟାଟିଂ ପାଇଁ ବହୁତ ଉପଯୋଗୀ

ପୃଥ୍ୱୀ ଶ:-

38 ମ୍ୟାଚ, 826 ରନ, ହାଇଏଷ୍ଟ 99, ଫିଫ୍ଟି- 6 ଓ ସ୍ତରୀମ ରେଟ- 139.7

ବିଜୟ ହଜାର ଟ୍ରଫିରେ ଭା-ଙ୍ଗିଦେଲେ ସବୁ ରେ-କ-ର୍ଡ଼ :-

ପୃଥ୍ବୀ ଶ ଏହିଥର ବିଜୟ ହଜାରେ ଟ୍ରଫିରେ କେତେକ ରେ-କ-ର୍ଡ଼ ସୃଷ୍ଟି କରିଦେଲେ । ସେ ଏହି ଟ୍ରଫିର ଗୋଟିଏ ସିଜିନରେ 800 ରୁ ଉର୍ଦ୍ଧ୍ବ ରନ କରିବାରେ ରେ-କ-ର୍ଡ଼ ସୃଷ୍ଟି କରିଦେଲେ ।

ପୃଥ୍ୱୀ ଶ ବିଜୟ ହାଜାରେ ଟ୍ରଫିର ଫାଇନାଲ୍ ମ୍ୟାଚରେ 73 ରନ କରିଥିଲେ । ସେ ମାତ୍ର 39 ବଲରୁ 10 ଚୌକା ଓ 4ଟି ଛକା ମାରି 73 ରନ କରିପାରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *