ଦେଖନ୍ତୁ ଖତରନାକ ଭିଡିଓ : ଯେପରି ଖୋଲିଲା ଘରର କବାଟ,ବାହାରେ କୂଅ ଉପରେ ବସିଥିଲେ ଦୁଇଟି ସିଂହ ଏବଂ ତା’ପରେ…

ସକାଳୁ ସକାଳୁ ଯଦି ଆପଣ ନିଜ ଘରର କବାଟ ଖୋଲନ୍ତି ଏବଂ ବାହାରେ ଥିବା ସିଂହ ଆପଣଙ୍କୁ ଅନାଇଥିବାର ଦେଖନ୍ତି, ସେତେବେଳେ ଆପଣ କ’ଣ କରିବେ ? ହୁଏତ ଆପଣ ଚମକି ପଡିବେ ଏବଂ ଡରିଯାଇ ଚିତ୍କାର କରିବାକୁ ଲାଗିବେ | ଏଭଳି କିଛି ଘଟିଛି ଗୁଜୁରାଟରେ, ଯେତେବେଳେ ମାଲିକ ଘରର କବାଟ ଖୋଲିଲେ, ସେତେବେଳେ ଦୁଇଟି ସିଂହ କୂଅ ଉପରେ ବସିଥିଲେ ଏବଂ ମଜାରେ ପାଣି ପିଉଥିଲେ | ଏହା ଦେଖି ମାଲିକ ଚମକି ପଡିଲା | ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି |

ଭିଡିଓରେ ଦେଖାଯାଇପାରେ ଯେ ମାଲିକ ମୋବାଇଲରେ ରେକର୍ଡିଂ କରି କରି ଘରର କବାଟ ଖୋଲୁଛନ୍ତି | ସେହି କବାଟ ଖୋଲିବା ମାତ୍ରେ ଘରର ବାହାରେ ହିଁ କୂଅ ଉପରେ ଦୁଇଟି ସିଂହ ବସିଥିବାର ଦେଖାଗଲା | ସେମାନେ ମାଲିକଙ୍କ ଆଡକୁ ଅନାଇଲେ ଏବଂ ତା’ପରେ ପାଣି ପିଇବାକୁ ଲାଗିଲେ | ଡରିଯାଇ ବ୍ୟକ୍ତିଜଣକ ସମ୍ପୂର୍ଣ କବାଟ ଖୋଲିଲେ ନାହିଁ ଏବଂ ଲୁଚିକି ଚାହିଁ ରହିଲେ |

ଫରେଷ୍ଟ ଅଫିସର ସାକେତ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯଦି ଆପଣ କବାଟ ଖୋଲନ୍ତି ଏବଂ ଏପରି ଦୃଶ୍ୟ ଦେଖନ୍ତି, ସେତେବେଳେ ଆପଣ କ’ଣ କରିବେ ?’

ଦେଖନ୍ତୁ ଭିଡିଓ :-

ସାକେତ ଆଇପିଏସ ଅଫିସର ଦିପାନସୁ କାବ୍ରା ଏବଂ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦାଙ୍କୁ ଭିଡିଓରେ ଟ୍ୟାଗ ମଧ୍ୟ କରିଛନ୍ତି | ସେମାନେ ଏହି ଭିଡିଓକୁ ରିଟ୍ୱିଟ କରିଛନ୍ତି | ଏହି ଭିଡିଓକୁ ସେ ଏପ୍ରିଲ ୨ ତାରିଖ ସକାଳୁ ସେୟାର କରିଥିଲେ, ଯାହାର ବର୍ତ୍ତମାନ ସୁଦ୍ଧା ୬୦୦ ରୁ ଅଧିକ ଭ୍ୟୁ ହୋଇସାରିଛି | ଏହାସହିତ ଅନେକ ଲାଇକ ଏବଂ ରୀ-ଟ୍ୱିଟ ହୋଇସାରିଛି | କମେଣ୍ଟ ସେକ୍ସନରେ ଲୋକମାନେ ଏଭଳି ରିଆକ୍ସନ ଦେଇଛନ୍ତି …

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *